ବଜାରକୁ ଆସି ଯାଇଛି ବଜାଜ ଚେତକ୍ ସ୍କୁଟରର ନୂଆ ଫିଚର । ମାତ୍ର ୨୦୦୦ ଟଙ୍କା ମୂଲ୍ୟ ଦେଇ ଆପଣ ବୁକ୍ କରିପାରିବେ ଏହି ସ୍କୁଟର

ବନ୍ଧୁଗଣ ଯଦି ଆପଣ ଜାଣିଥିବେ ତହେଲେ ବଜାଜ କମ୍ପାନୀ ଚେତକ ସ୍କୁଟର ୧୯୭୨ ମସିହାରେ ଭାରତୀୟ ବଜାରକୁ ପ୍ରବେଶ କରାଇ ଥିଲା । ସେତେବେଳ ଚେତକ୍‌ ସ୍କୁଟର ଚାହିଦା ବହୁତ ଅଧିକ ଥିଲା । ପରବର୍ତ୍ତୀ ସମୟରେ ଧିରେ ଧିରେ ୨୦୦୬ ବେଳକୁ ଏହାର ଉତ୍ପାଦନ ପ୍ରାୟତଃ ବନ୍ଦ ହୋଇଥିଲା ବୋଲି ଓ୍ବିକିପିଡିଆ ଡାଟାରୁ ଜଣା ପଡ଼ିଛି । ତେବେ ପୁଣି ଥରେ ଭାରତୀୟ ବଜାରେ ଚେତକ ସ୍କୁଟର ନୂଆ ରୂପରେ ଏଣ୍ଟ୍ରି କରିଛି । କମ୍ପାନୀ ନିଜର ଏହି ସ୍କୁଟରକୁ ଭାରତର ବଛା ବଛା ସହର ମାନଙ୍କରେ ସବୁ ବିକ୍ରି କରୁଛି ।

କିନ୍ତୁ ବର୍ତମାନ ସମୟରେ ଚେତକ ସ୍କୁଟରର ପୂର୍ବ ଦାମ ତୁଳନାରେ ପାଖାପାଖି ୨୭ ହଜାର ଟଙ୍କା ବୃଦ୍ଧି ହୋଇ ଯାଇଛି । ଏହା ପୂର୍ବରୁ ଏହି ସ୍କୁଟରର ଦାମ ୧,୪୨,୬୨୦ ଟଙ୍କା ଥିଲା । ତେବେ ଏହା ପୂର୍ବରୁ ମାର୍ଚ୍ଚ ୨୦୨୧ରେ ପ୍ରତି ସ୍କୁଟର ଉପରେ ୫୦୦୦ ଟଙ୍କା ଲେଖାଁଏ କମ୍ପାନୀ ବଢ଼ାଇଥିଲା । ଅଶୀ, ନବେ ଦଶକରେ ଭାରତର ଘରେ ଘରେ ପରିଚିତ ଥିବା ବଜାଜ ଚେତକ ସ୍କୁଟର ୨୦୧୯ ମସିହାରେ ନିଜର ଇଲେକ୍ଟ୍ରିକ ଭର୍ସନ ସହ ବଜାରକୁ ପୁନଃ ଫେରିଥିଲା । କିନ୍ତୁ ତାହା ଆଶାନୁରୂପ ଭାବେ ଗ୍ରାହକଙ୍କ ସମର୍ଥନ ପାଇପାରିନଥିଲା । କିନ୍ତୁ ଏବେ ଏକ ଅଧିକ ଶକ୍ତିଶାଳୀ ଇଂଜିନ ସହ ଫେରୁଛି ଚେତକ୍ ।

ଆଉ ଏହାର ଚାହିଦାକୁ ଲକ୍ଷ କରି ବଜାଜ କମ୍ପାନୀ ଅଟୋ ଭାରତୀୟ ବଜାରରେ ନିଜର ନିଜର ଇଲେକ୍ଟ୍ରିକ୍‌ ସ୍କୁଟର ବିକ୍ରି ଧିରେ ଧିରେ ବଢ଼ାଉଛି । ଏବେ ତୋ ମାତ୍ର କେବଳ ବାଙ୍ଗାଲୋର ଏବଂ ପୁନେରେ ଏହାର ଡିଲାରସିପ୍ ରହିଛି ।ଏହା ସହିତ ମଧ୍ୟ ବୃଦ୍ଧି ପାଉଛି ବଜାଜ ଚେତକ ସ୍କୁଟରର ଦର ଦାମ୍ । ତେଣୁ ବନ୍ଧୁଗଣ ଯଦି ଆପଣ ମାନଙ୍କ ମଧ୍ୟରୁ କେହି ଏହି ବଜାଜ ଚେତକ ସ୍କୁଟର କିଣିବାକୁ ଇଛୁକ ଅଛନ୍ତି।ତେବେ ଏହାର ଦାମ୍ କୁ ନେଇ ଚିନ୍ତା କରନ୍ତୁ ନାହିଁ । କାରଣ ଏବେ ବଜାଜ କଂପାନୀ ଆପଣଙ୍କ ପାଇଁ ଏହାକୁ ଆହୁରି ସୁବିଧା ଜନକ କରିଦେଇଛି ।

ମାତ୍ର ୨୦୦୦ ଟଙ୍କା ଦେଇ ଆପଣ କରି ପାରିବେ ପ୍ରି-ବୁକିଂ । ଆପଣ ଏହି ଅତ୍ୟାଧୁନିକ ଇଭି ଦୁଇ ଚକିଆ ବୈଦ୍ୟୁତିକ ସ୍କୁଟରଟିକୁ ଚେତକ କମ୍ପାନୀର ଅଫିସିଆଲ୍ ୱେବସାଇଟକୁ ଯାଇ ମାତ୍ର ୨, ୦୦୦ ଟଙ୍କା ମୂଲ୍ୟରେ ବୁକ୍ ହୋଇ ପାରିବ । ଆଉ ବାତିଲ ଶୁଳ୍କ ୧୦୦୦ ଟଙ୍କା ରଖା ଯାଇଛି । ତେବେ ରିପୋର୍ଟ ଅନୁସାରେ ବଜାଜ ଚେତକ ଇଲେକ୍ଟ୍ରିକ ସ୍କୁଟର ୨୦୨୨ର ଏହି ନୂଆ ଭର୍ସନରେ ଅଧିକ ଶକ୍ତିଶାଳୀ ଇଂଜିନ ଲାଗିବା ସହିତ ବୋସ କମ୍ପାନିର ଏକ ୪.୦୮ କିଲୋଓ୍ବାଟ୍ ଇଂଜିନ ଲାଗିଛି ଓ ଏକ ୩ କିଲୋଓ୍ବାଟ ପର୍ ଆଓ୍ବାର ବ୍ୟାଟେରି ଲାଗିଛି । ତେବେ ଏଥିରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ମୋଟର ଲାଗିଛି ।

odia sambada
Comments (0)
Add Comment