ଯଦି ଆପଣଙ୍କୁ କୌଣସି କମ୍ପାନୀର ଇଣ୍ଟରନେଟ ସେବା ପସନ୍ଦ ଆସିନଥାଏ ତାହେଲେ ସେତେବେଳେ ଆପଣ ଅନ୍ୟ କମ୍ପାନୀକୁ ସ୍ୱିଚ କରିଥାଆନ୍ତି। ଏହାପରେ ଆପଣ ଦ୍ଵିତୀୟ କମ୍ପାନୀର ଇଣ୍ଟରନେଟ ସେବା ନେଇଥାଆନ୍ତି। ଏମିତି ପ୍ରତ୍ୟକ ଲୋକ କରିଥାଆନ୍ତି କିନ୍ତୁ ଜଣେ ବ୍ୟକ୍ତି ଇଣ୍ଟରନେଟରେ ବିରକ୍ତି ଭାବ ପ୍ରକାଶ କରି ଏମିତି କାମ କରିଛନ୍ତି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
ଏହି ବ୍ୟକ୍ତି ଜଣକ ନିଜର ଇଣ୍ଟରନେଟ ବନାଇଦେଇଛି ଯାହାଦ୍ୱାରା ସ୍ଥାନୀୟ ସରକାର ତାଙ୍କୁ 21 କୋଟି ଟଙ୍କା ଅଫର କରୁଛନ୍ତି। ଆସନ୍ତୁ ଜାଣିବା ବ୍ୟକ୍ତି ଜଣକ କଣ କରିଦେଲେ ଯାହାଦ୍ୱାରା ସରକାର ତାଙ୍କୁ ଏତେ ଟଙ୍କା ଅଫର କରୁଛନ୍ତି।
ପ୍ରସ୍ତୁତ କଲେ ନିଜର ଇଣ୍ଟରନେଟ:-
ମିଶିଗନର ଗ୍ରାମୀଣ ଅଂଚଳରେ ରହୁଥିବା ଜାର୍ଡ ମୌଚ ପ୍ରାଇଭେଟ ଫାଇବର ଇଣ୍ଟରନେଟ ସେବା ବନାଇ ଘରେ ଖରାପ ଇଣ୍ଟରନେଟ ସମସ୍ୟାର ସମାଧାନ କରିଥିଲେ। ମୌଚ ଏକ ବରିଷ୍ଠ ନେଟୱାର୍କ ଆର୍କିଟେକ୍ଟ ରୂପରେ କାମ କରନ୍ତି, 2002 ମସିହାରେ ସେ ଘରକୁ ଫେରିଗଲେ ଓ ଏଠାରେ ଭଲ ଇଣ୍ଟରନେଟ ସୁବିଧା ନଥାଏ। ଏହାଦ୍ୱାରା ତାଙ୍କୁ ଖରାପ ଇଣ୍ଟରନେଟ ସୁବିଧା ମିଳିଥାଏ।
କୁହାଯାଏ ମିଣ୍ଟ ଖବର ଅନୁସାରେ ମୌଚ ପାଖାପାଖି 1 କୋଟି ଟଙ୍କା ଖର୍ଚ୍ଚ କରି ପାଖାପାଖି 4 ବର୍ଷରେ ଏକ ଇଣ୍ଟରନେଟ କମ୍ପାନୀ ବନାଇଥିଲେ। ଏହାପରେ ଲିମା ଟାଉନଶିପ ଓ ସାଇକୋ ଟାଉନଶିପର କିଛି କ୍ଷେତ୍ରରେ ନିଜର ସର୍ଭିସ ଦେବା ଆରମ୍ଭ କରିଛନ୍ତି। ମୌଚ କିଛିମାସ ପୂର୍ବରୁ ନିଜର ପ୍ରଥମ ଗ୍ରାହକଙ୍କୁ ନିଜ ସହିତ ଯୋଡ଼ିବା ଆରମ୍ଭ କରିଥିଲା ଓ ସେବେଠାରୁ ପାଞ୍ଚ କିଲୋମିଟରର ଫାଇବର ବ୍ୟବହାର ହେବା ଆରମ୍ଭ ହୋଇଯାଇଛି
ସରକାର ଅଫର କଲେ ବହୁତ ବଡ଼ ରାଶି:-
ମୌଚଙ୍କ ଏହି ପଦକ୍ଷେପରେ ପ୍ରଭାବିତ ହୋଇ ସରକାର 2.6 ମିଲିୟନ ଡ଼ଲାର ସରକାରୀ ଫଣ୍ଡିଂ ମୌଚଙ୍କୁ ଦେଲେ। ଜଣାଇଦେଉଛୁ କି, ଏହି ସର୍ଭିସ 55 ଡ଼ଲାର ପ୍ରତିମାସର ଖର୍ଚ୍ଚରେ 100 mbps ସ୍ପିଡ଼ରେ ଅନଲିମିଟେଡ଼ ଡାଟା ଅଫର କରିଥାନ୍ତି। ଏହି ସର୍ଭିସ କେବଳ ଇଣ୍ଟରନେଟ ଚାର୍ଜ ନେଇଥାଏ ଓ ଅନ୍ୟ ଟ୍ୟାକ୍ସ ନେଇନଥାଏ