ଗୋଟେ ସେଲଫି ପାଇଁ 14 ହଜାର ଟଙ୍କା, ଦେଖା କରିବାପାଇଁ 38 ହଜାର… ଫ୍ୟାନ୍ସଙ୍କ ପାଇଁ ଅଭିନେତ୍ରୀଙ୍କ ନିୟମ

ଜଣେ ଫେମସ ଅଭିନେତ୍ରୀ ଘୋଷଣା କରିଦେଲେ ଯେ ବର୍ତ୍ତମାନ ସେ ଫ୍ୟାନ୍ସଙ୍କୁ ନିଜ ସହିତ ରାସ୍ତାରେ ଯିବା ସମୟରେ ଫ୍ରିରେ ସେଲଫି ନେବାକୁ ଦେବେନାହିଁ । ବରଂ କଥାବାର୍ତ୍ତା କିମ୍ବା ସେଲଫି ପାଇଁ ସେ ଫ୍ୟାନ୍ସଙ୍କଠାରୁ 14 ହଜାରରୁ 38 ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରିବେ ।

ଏହି ଅଭିନେତ୍ରୀଙ୍କ ନାମ ଏମିଲିୟା କ୍ଲାର୍କ ଅଟେ । ଗେମ୍ ଅଫ ଥ୍ରୋନ୍ସ ଫେମ୍ ଏମିଲିୟାଙ୍କ ସହ ମିଶି କଥାବାର୍ତ୍ତା ହେବାକୁ ଇଚ୍ଛା କରୁଥିବା ଫ୍ୟାନ୍ସଙ୍କୁ ଏଥିପାଇଁ ପ୍ରାୟ 38 ହଜାର ଟଙ୍କା (£400) ଦେବାକୁ ପଡ଼ିବ । ସେହିପରି ଡ୍ରିମ୍ ଇଟ ଫେଷ୍ଟ ଫ୍ୟାନ କନଭେନ୍ସନ ସମୟରେ ଯେଉଁ ଲୋକମାନେ ତାଙ୍କ ସହିତ ଫଟୋ ନେବାକୁ ଚାହାନ୍ତି, ତାଙ୍କୁ ଏଥିପାଇଁ ପ୍ରାୟ 14 ହଜାର ଟଙ୍କା (£150) ଦେବାକୁ ପଡ଼ିବ ।

ଏମିଲିୟା କ୍ଲାର୍କ ‘meet and greet’ ଟ୍ରେଣ୍ଡରେ ସାମିଲ ହେଉଥିବା ଲଟେଷ୍ଟ ଷ୍ଟାର ଅଟନ୍ତି । ଗତ ମାସରେ ଡେଲି ମେଲ ଏହି କଥାର ଖୁଲାସା କରିଥିଲା ଯେ ଜେଣ୍ଟେଲମ୍ୟାନ ଜ୍ୟାକ ଷ୍ଟାର ସୁରନ ଜୋନ୍ସ ଏବଂ ସୋଫି ରୁଣ୍ଡଲ, ବର୍ମିଘମ ଫ୍ୟାନ୍ସ କନଫରେନ୍ସ ସମୟରେ ନିଜ ସହିତ ସେଲଫି ନେବାପାଇଁ ପ୍ରାୟ 9 ହଜାର ଟଙ୍କା (£90) ନେବେ ।

ଏହାପୂର୍ବରୁ ଗୋଟିଏ ରିପୋର୍ଟରେ କୁହାଯାଇଥିଲା ଯେ 2017 ରେ ଏକ କନଭେନ୍ସନ ସମୟରେ ଶେରଲକ୍ ଷ୍ଟାର ବେନେଡିକ୍ଟ କମ୍ବରବ୍ୟାଚ ଫ୍ୟାନ୍ସଙ୍କ ସହିତ 3000 ଫଟୋ କ୍ଲିକ୍ କରି ପ୍ରାୟ 2 କୋଟି 30 ଲକ୍ଷ ଟଙ୍କା (£240,000) ରୋଜଗାର କରିଥିଲେ ।

ଏକ ରିପୋର୍ଟ୍ ଅନୁଯାୟୀ, ଏମିଲିୟା କ୍ଲାର୍କ ଗତ 2 ବର୍ଷ ମଧ୍ୟରେ ପ୍ରାୟ 72 କୋଟି ଟଙ୍କା ରୋଜଗାର କରିଛନ୍ତି । ଏମିଲିୟା 2021 ମସିହାରେ 37 କୋଟି ଟଙ୍କା ଏବଂ 2020 ମସିହାରେ ପ୍ରାୟ 34 କୋଟି ଟଙ୍କା ରୋଜଗାର କରିଛନ୍ତି ।

ଦ ସନର ଗୋଟିଏ ରିପୋର୍ଟ୍ ଅନୁଯାୟୀ, ଗେମ୍ ଅଫ ଥ୍ରୋନ୍ସରେ ଦେନେରିସ ଟାର୍ଗେରୀୟନର ବ୍ରେକଥ୍ରୁ ରୋଲ କାରଣରୁ ମିଳିଥିବା ପପୁଲାରିଟିର ଫାଇଦା ଏମିଲିୟା କ୍ଲାର୍କ ନିଜ ପରଫର୍ମିଂ ଆର୍ଟ କମ୍ପାନୀ Scenic Root ମାଧ୍ୟମରେ ଉଠାଇଛନ୍ତି । ଏହି କମ୍ପାନୀର 2014 ମସିହାରେ ପ୍ରତିଷ୍ଠା ହୋଇଥିଲା । କୁହାଯାଉଛି ଯେ 2019 ମସିହାରୁ ହିଁ ଏମିଲିୟା ବଡ ପରଦାରେ ଦେଖାଯାଇ ନାହାନ୍ତି ।

odia sambada
Comments (0)
Add Comment