ସ୍ୱାଧୀନତା ଦିବସ ଅବସରରେ ପ୍ରଥମ ଥର ପାଇଁ ଭାଷଣ ଦେଇଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଣ କଣ କହିଲେ ?

ଆଜି 75 ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପତି ମୁର୍ମୁ ଦେଶକୁ ସମ୍ବୋଧିତ କରିଥିଲେ। ଆଉ ସେ ପ୍ରଥରେ ସମସ୍ତଙ୍କୁ ନମସ୍କାର କରିଥିଲେ ।ଏହି ପବିତ୍ର ଦିନ ରେ ସେ ପ୍ରଥମ ଭାଷଣରେ ସେ ଦେଶ ତଥା ବିଦେଶରେ ରହୁଥିବା ପ୍ରତ୍ୟେକ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 1947 ମସିହାରେ ବିଭାଜନ ସମୟରେ ଯେଉଁମାନେ ନିଜ ଜୀବନ ଦେଇଥିଲେ, ସେମାନଙ୍କୁ ମଧ୍ୟ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଛଅସ୍ତରି ତମ ସ୍ୱାଧୀନତା ଦିବସ ଅବସରରେ ମୁଁ ଦେଶ ତଥା ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ୧୪ ଅଗଷ୍ଟ ଦିନ ବିଭାଜନ-ବିଭୀଷିକା ସ୍ମୃତି ଦିବସ ଭାବରେ ପାଳନ କରାଯାଏ ।

୧. “75 ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ର ପତି ଦେଶ ତଥା ବିଦେଶରେ ବାସ କରୁଥିବା ସମସ୍ତ ଭାରତୀୟଙ୍କୁ ମୋର ହୃଦୟରୁ ଶୁଭେଚ୍ଛା ‘ବିଭାଜନ ଭୟାବହତା ସ୍ମରଣ ଦିବସ’ ଯାହା ଏକତା ଏବଂ ଲୋକଙ୍କ ସଶକ୍ତିକରଣକୁ ପ୍ରୋତ୍ସାହିତ କରାଯାଇଛି । ଆଜି ସେହି ଦିନକୁ ଚିହ୍ନିତ କରିବୁ ଯେତେବେଳେ ଆମେ ପନିବେଶିକ ଶାସକମାନଙ୍କ ଶିକୁଳିରୁ ଆମ କୁ ମୁକ୍ତ କରିଥିଲେ ଏବଂ ଆମର ଭାଗ୍ୟର ପୁନ ନିର୍ମାଣ କରିଥିଲେ ।

୨. ରାଷ୍ଟ୍ରପତି ମୁର୍ମୂ ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ ଆମେ ଭାରତୀୟମାନେ ସନ୍ଦେହ କରୁଥିବା ଲୋକଙ୍କୁ ଭୁଲ୍ ବୋଲି ପ୍ରମାଣିତ କରିଛୁ । ଏହି ମାଟିରେ ଗଣତନ୍ତ୍ରର ବିକଶିତ ହୋଇନାହିଁ ବରଂ ସମୃଦ୍ଧ ମଧ୍ୟ ହୋଇଛି । ଭାରତରେ ଗଣତନ୍ତ୍ର ଲଗାତାର ମଜଭୁତ ହେବରେ ଲାଗିଛି । ଭାରତ ବିଶ୍ୱକୁ ଗଣତନ୍ତ୍ରର ପ୍ରକୃତ କ୍ଷମତା ଜଣାଇବା ପାଇଁ ଦୁନିଆର ସାହଯ୍ୟ କରିବାର ଶ୍ରେୟ ସେ ଭାରତକୁ ଦିଆଯାଇପାରେବୋଲି କହିଛନ୍ତି ।

୩. ରାଷ୍ଟ୍ରପତି କହିଛନ୍ତି, “ଗତ ମାସରେ ଆମେ ୨୦୦ କୋଟି ଟିକାକରଣ ମାର୍କ ଅତିକ୍ରମ କରିଥିଲୁ । ଏହି ବିପର୍ଯ୍ୟୟରେ କୋରୋନାରେ ଯେଉଁମାନେ ଯୋଗଦାନ ଦେଇଛନ୍ତି, ସେମାନେ ଅତୁଳନୀୟ । ବର୍ତ୍ତମାନ ଭାରତ ହେଉଛି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି । ଭାରତରେ ଚାଲିଥିବା ବ୍ୟବସ୍ଥାରେ ଭାରତର ଅର୍ଥନୀତିର ଶୀର୍ଷକୁ ନେବା ଭାରତ ସରକାରଙ୍କ ଏକ ଅପୂର୍ବ ଅବଦାନ ।”

୪. ରାଷ୍ଟ୍ରପତି କହିଛନ୍ତି ଯେ ଦେଶର ବିକାଶ ଠିକ୍ ଭାବରେ ହେଉଛି । ସମାଜରୁ ଲିଙ୍ଗଗତ ଅସମାନତା ଦୂର ହୋଇଛି । ନିକଟ ଅତୀତରେ ବିଶ୍ୱ ନୂଆ ଭାରତକୁ ବିକଶିତ ହେବାର ଦେଖିଛି, ଖାସ୍ କରି କୋଭିଡ୍-୧୯ ମହାମାରୀର ପ୍ରକୋପ ପରେ । ଭାରତର ଅର୍ଥବ୍ୟବସ୍ଥା ଦ୍ରୁତଗତିରେ ବଢ଼ୁଛି । କରୋନା ବିରୋଧରେ ମଜଭୁତ ଲଢ଼େଇ ଲଢ଼ିଛି ଭାରତ । ଅଧିକାଂଶ ଗଣତାନ୍ତ୍ରିକ ଦେଶରେ ଭୋଟ ଦେବା ପାଇଁ ଅଧିକାର ପ୍ରାପ୍ତ କରିବା ପାଇଁ ମହିଳାଙ୍କୁ ଲମ୍ବା ସମୟ ଧରି ସଂଘର୍ଷ କରିବାକୁ ପଡ଼ିଥିଲା । କିନ୍ତୁ ଆମ ଗଣତନ୍ତ୍ରର ଆରମ୍ଭରୁ ହିଁ ଭାରତ ସାର୍ବଭୌମତ୍ୱ ମତାଧିକାରକୁ ଆପଣାଇଥିଲା ।

୫. ସେ କହିଛନ୍ତି ,ଆଜାଦୀ କା ଅମୃତ ମହୋତ୍ସବ ମାର୍ଚ୍ଚ ୨୦୨୧ ରେ ଦାଣ୍ଡି ଯାତ୍ରାର ସ୍ମୃତିକୁ ପୁଣି ଥରେ ଜୀବନ୍ତ ରୂପ ଦେଇ ଆରମ୍ଭ କରାଯାଇଥିଲା । ଏହ ମହୋତ୍ସବ ଭାରତର ଜନତାଙ୍କୁ ସମର୍ପିତ ।ସେ ଆହୁରି କହିଛନ୍ତି ଆମେ ଦାରିଦ୍ର୍ୟ ଓ ଅଶିକ୍ଷା ବିରୋଧରେ ଲଢି଼ଛୁ । ଆଜି ସାରା ବିଶ୍ୱ ଦେଖୁଛି ଭାରତର ବିଜୟ । ଏକ ଭାରତ, ଶ୍ରେଷ୍ଠ ଭାରତ ସହ ଦେଶ ଆଗକୁ ବଢ଼ୁଛି । ଚାଷୀ, ଯୁବକ ଓ ମହିଳା ଦେଶର ଶକ୍ତି ଅଟନ୍ତି । ନୂଆ ଶିକ୍ଷା ନୀତି ଦେଶକୁ ଆଗକୁ ନେବ ।

odia sambada
Comments (0)
Add Comment