ରୋହିତ ଶର୍ମାଙ୍କ ପାଖରେ ଅଧିନାୟକ ପଦ ବହୁତ କମ ସମୟ ପର୍ଯ୍ୟନ୍ତ ରହିବ। 2023 ଦିନିକିଆ ବିଶ୍ୱକପ ପରେ ତାଙ୍କ ବୟସ 36-37 ହୋଇଯିବ ଓ ସେ ଆଗକୁ ବହୁତ ସମୟ ଧରି ଅଧିନାୟକତା କରିପାରିବେ ନାହିଁ। ରୋହିତଙ୍କ ପରେ ଭାରତୀୟ ଦଳରେ ଏକ ଏମିତି ପ୍ଲେୟାର ରହିଛନ୍ତି ଯିଏକି ତିନୋଟି ଫର୍ମାଟରେ ଦେଶ ପାଇଁ ଅଧିନାୟକତା କରିବେ ଓ ତାଙ୍କ ନାମ ହେଉଛି ଋଷଭ ପନ୍ତ। ବିଗତ କିଛିବର୍ଷ ସେ ଭାରତୀୟ ଟିମ ପାଇଁ ବହୁତ କିଛି କରିଛନ୍ତି ଓ ତାଙ୍କ ପାଖରେ ଅଧିନାୟକ ହେବାର ସମସ୍ତ ଗୁଣ ମଧ୍ୟ ରହିଛି। ଏକ୍ସପର୍ଟଙ୍କ କହିବାନୁଯାୟୀ, ତାଙ୍କ ପାଖରେ ଏକ ସ୍ମାର୍ଟ ଦିମାଗ ମଧ୍ୟ ରହିଛି। ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲସ ପାଇଁ ଅଧିନାୟକତା କରି ସେ ବହୁତ କିଛି କରିଛନ୍ତି।
ଏହି ଖେଳାଳି ହେବେ ଭାରତର ପରମାନେଣ୍ଟ ଅଧିନାୟକ:-
ଋଷଭ ପନ୍ତଙ୍କ ପାଖରେ ଅଧିନାୟକ ହେବାର ସମସ୍ତ ଗୁଣ ରହିଛି ଓ ସେ ଜଣେ ଚତୁର ଖେଳାଳି ମଧ୍ୟ ଅଟନ୍ତି। ଦିଲ୍ଲୀ କ୍ୟାପିଟାଲସ ତାଙ୍କ ଅଧିନାୟକତାରେ ବହୁତ ଭଲ ମଧ୍ୟ କରିଆସୁଛି। ଆଗାମୀ ସମୟରେ ସେ ଭାରତ ପାଇଁ ଏକ ସଫଳତମ ଅଧିନାୟକ ସାବ୍ୟସ୍ତ ହୋଇ ସାମ୍ନାକୁ ଆସିପାରନ୍ତି ବୋଲି ଏହା ଆଶା କରାଯାଉଛି।
ୟୁନିକ ବ୍ରାଣ୍ଡର କ୍ରିକେଟ ଖେଳୁଛି ଏହି ଖେଳାଳି:-
ଋଷଭ ପନ୍ତଙ୍କ ଖେଳରେ କିଛି ଅଲଗା ସ୍ୱାଗ ରହିଛି। ତାଙ୍କ ବ୍ୟାଟିଂରେ ସେ ସମସ୍ତଙ୍କୁ ଏଣ୍ଟରଟେନ କରାଇ ଦିଅନ୍ତି। ଏହି 23 ବର୍ଷୀୟ କ୍ରିକେଟର ଉଇକେଟ କିପିଂରେ ମଧ୍ୟ ଶାନଦାର କରୁଛନ୍ତି। ତାଙ୍କର ବ୍ୟାଟିଂ ବହୁତ ଆକ୍ରମଣାତ୍ମକ ଅଟେ। ତାଙ୍କ ଠାରୁ ବେଷ୍ଟ ପାଇବାକୁ ହେଲେ ତାଙ୍କୁ ତାହା କରିବାପାଇଁ ଛାଡ଼ିଦେବା ଉଚିତ ଯାହା ସେ କରିବାକୁ ଚାହୁଁଛନ୍ତି। ବିଗତ କିଛି ମ୍ୟାଚରେ ସେ ଶାନଦାର ପ୍ରଦର୍ଶନ ଦେଖାଉଛନ୍ତି ଓ ତାଙ୍କୁ ବହୁତସାରା ଫ୍ୟାନ୍ସ ମଧ୍ୟ ଲାଇକ କରୁଛନ୍ତି। ଏହି କାରଣ ଯେ, ସେ ଭାରତ ପାଇଁ ଆଗାମୀ ଅଧିନାୟକ ହେବାର ଦାବି ରହୁଛି।
ଏହି ଖେଳାଳି ଉପରେ ରହିଛି ବିସିସିଆଇର ନଜର:-
ରୋହିତ ଶର୍ମା ବର୍ତ୍ତମାନ 35 ବର୍ଷର ହୋଇସାରିଛନ୍ତି। BCCI ଏହାପରେ ଏକ ଉପଯୁକ୍ତ ଖେଳାଳିଙ୍କୁ ଅଧିନାୟକ ବନାଇବାକୁ ଚାହିଁବ ଯିଏକି ବହୁତ ସମୟ ପର୍ଯ୍ୟନ୍ତ ଭାରତୀୟ ଟିମ ପାଇଁ ଖେଳିବ। ଏମିତିରେ 24 ବର୍ଷୀୟ ଋଷଭଙ୍କୁ ଅଧିନାୟକ ପଦ ମିଳିପାରେ। ବିରାଟ କୋହଲିଙ୍କୁ 27 ବର୍ଷ ବୟସରେ ଟେଷ୍ଟ ଅଧିନାୟକ ପଦ ମିଳିଥିଲା ଓ 29 ବର୍ଷ ବୟସରେ ଦିନିକିଆ ଓ t20ରେ ଅଧିନାୟକ ପଦ ମିଳିଲା। କୋହଲି ବହୁତ ଭଲ ଭାବରେ ନିଜର ଅଧିନାୟକ ପଦକୁ ଏଞ୍ଜୟ କଲେ। ବର୍ତ୍ତମାନ ବିସିସିଆଇର ଲକ୍ଷ୍ୟ ଏହା ରହିଛି ଯେ, ଋଷଭ ପନ୍ତଙ୍କୁ ଏକ ସଫଳ ଆଧିନାୟକ ବନାଇ ପ୍ରସ୍ତୁତ କରିବା।
ଗାଭାସ୍କର ମଧ୍ୟ ଡିମାଣ୍ଡ କରିସାରିଛନ୍ତି:-
ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଇଣ୍ଡିଆ ଟୁଡେ ସହିତ ଆଲୋଚନା କରି କହିଥିଲେ କି, ଋଷଭ ପନ୍ତ ବିଗତ କିଛି ସମୟ ଧରି ପରିପକ୍ଵତା ଦେଖାଉଛନ୍ତି ଓ ତାଙ୍କୁ ବହୁତ ଜଲଦି ଅଧିନାୟକ ପଦ ମିଳିବା ଉଚିତ। ଗାଭାସ୍କର ମାନସୁର ଅଲ୍ଲୀ ପଟାଉଦିଙ୍କ ଉଦାହରଣ ଦେଇ କହିଥିଲେ କି, ତାଙ୍କୁ ବହୁତ ଜଲଦି ଅଧିନାୟକ ପଦ ମିଳିଯାଇଥିଲା ଓ ସେ ବହୁତ କିଛି କରିଥିଲେ। ଏମିତିରେ ଋଷଭ ପନ୍ତଙ୍କୁ ମଧ୍ୟ ବହୁତ ଜଲଦି ଅଧିନାୟକ ପଦ ମିଳିବା ଉଚିତ।