ଶାଶୁ ନିଜର ବୋହୂକୁ ଅତି ନିର୍ମମ ଭାବରେ କରିଲା ହତ୍ୟା, ପୋଲିସ ଷ୍ଟେସନରେ କଟା ମୁଣ୍ଡକୁ ନେଇ ପହଞ୍ଚିଲା

ଆନ୍ଧ୍ରପ୍ରଦେଶର ଅନ୍ନମାୟା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ରାଇଚୋଟି ସହରର ରାମପୁରମ ଅଞ୍ଚଳରେ ଜଣେ ମହିଳା ନିଜର ବୋହୂକୁ ବହୁତ ନିର୍ମମ ଭାବରେ ହତ୍ୟା କରିଛନ୍ତି। ପ୍ରଥମେ ଶାଶୁ ତାଙ୍କ ବୋହୂର ବେକକୁ କାଟି ଦେଇଥିଲେ, ତା’ପରେ ଖୋଲାଖୋଲି ଭାବରେ ତାଙ୍କର କଟାମୁଣ୍ଡକୁ ନେଇ ନିକଟସ୍ଥ ପୋଲିସ ଷ୍ଟେସନରେ ଯାଇ ପହଞ୍ଚିଥିଲେ। ମହିଳା ଜଣକ ବ୍ୟବହାର କରିଥିବା ସମସ୍ତ ଅସ୍ତ୍ର ସହ ପୋଲିସ ଷ୍ଟେସନରେ ଯାଇ ପହଞ୍ଚିଥିଲେ, ଯାହା ସାହାଯ୍ୟରେ ସେ ନିଜ ବୋହୂର ମୁଣ୍ଡକୁ କାଟିଥିଲେ। ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତ ମହିଳାଙ୍କର ନାମ ସୁବାମ୍ମା ଓ ବୋହୂର ନାମ ବସୁନ୍ଧରା ଅଟେ। ଦଶ ବର୍ଷ ପୂର୍ବେ ବସୁନ୍ଧରାଙ୍କର ସ୍ୱାମୀଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା, ବସୁନ୍ଧରା ତାଙ୍କର ଏହି ଦୁଇ ସନ୍ତାନ ସହ ସାନ ଶାଶୁଙ୍କ ସହିତ ରହୁଥିଲେ, ଯିଏ ତାଙ୍କର ସ୍ୱାମୀଙ୍କ ମାଉସୀ ଥିଲେ। ଗତ କିଛିଦିନ ହେବ ବସୁନ୍ଧରାଙ୍କର ଆଚରଣରେ ମଧ୍ୟ କିଛି ପରିବର୍ତ୍ତନ ଆସିଥିଲା। ତାଙ୍କର ମଲ୍ଲିକାର୍ଜୁନ ନାମକ ଜଣେ ବ୍ୟକ୍ତିଙ୍କ ସହିତ ଅନୈତିକ ସମ୍ପର୍କ ଥିଲା। ଯେଉଁ କାରଣରୁ, ତାଙ୍କର ସାନ ଶାଶୁ ଓ ତାଙ୍କ ମଧ୍ୟରେ ସବୁବେଳେ ଯୁକ୍ତି ଓ ଝଗଡା ମଧ୍ୟ ହେଉଥିଲା। ଏହି କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ମଧ୍ୟ ଅଧିକ ବୃଦ୍ଧି ପାଇଥିଲା।

ପୋଲିସ କହିବା ଅନୁସାରେ ଆଜି ସକାଳେ ବସୁନ୍ଧରା ଓ ସୁବମ୍ମାଙ୍କ ମଧ୍ୟରେ ବହୁତ ଜୋରରେ ଝଗଡା ହୋଇଥିଲା। ବସୁନ୍ଧରା ମଧ୍ୟ ତାଙ୍କର ଶାଶୁଙ୍କର ହତ୍ୟା କରିଦେବେ ବୋଲି ଧମକ ଦେଇଥିଲେ। ବସୁନ୍ଧରାଙ୍କର କଥାକୁ ଶୁଣି ଶାଶୁ ଅଧିକ ଭୟଭୀତ ହୋଇ ଯାଇଥିଲେ ଓ ଅନୁଭବ କରିଥିଲେକି ସେ ତାଙ୍କର ପ୍ରେମିକ ସହ ମୋତେ ହତ୍ୟା କରି ମୋର ସମସ୍ତ ସମ୍ପତ୍ତିକୁ ଅଧିକାର କରିନେବେ। ସୁବାମ୍ମା ଭାବିଥିଲେକି ଯଦି ସେ ଏମିତି କରନ୍ତି, ତେବେ ତାଙ୍କର ନାତୁଣୀଙ୍କ ପାଇଁ କିଛି ରହିବ ନାହିଁ।

ଜଣେ ପୋଲିସ ଅଧିକାରୀ ଯିଏକି ଏହି ଘଟଣାର ଯାଞ୍ଚ କରୁଥିଲେ ସେ କହିଛନ୍ତିଯେ ମହିଳା ଜଣକ ତାଙ୍କର ଭାଇଙ୍କର ପୁଅ ଚନ୍ଦ୍ରବାବୁଙ୍କ ସହିତ ତସୁଣ ଅସ୍ତ୍ରରେ ବସୁନ୍ଧରାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ। ସୁବାମ୍ମା ଛୁରୀରେ ବସୁନ୍ଧରାଙ୍କର ବେକକୁ କାଟି ତାଙ୍କର କଟା ମୁଣ୍ଡ ଧରି ଖୋଲାଖୋଲି ଭାବରେ ପୋଲିସ ଷ୍ଟେସନରେ ଯାଇ ପହଞ୍ଚିଥିଲେ। ପୋଲିସ ଉକ୍ତ ମହିଳାଙ୍କୁ ଗିରଫ କରି ସେହି କଟା ମୁଣ୍ଡକୁ ଏକ ବ୍ୟାଗ ମଧ୍ୟରେ ରଖିଥିଲା।

ଯେତେବେଳେ ଏହି ଘଟଣାଟି ଘଟିଥିଲା, ସେହି ସମୟରେ ବସୁନ୍ଧାରଙ୍କର ଉଭୟ ଝିଅ ସ୍କୁଲକୁ ଯାଇଥିଲେ। ଯେତେବେଳେ ସେମାନେ ଘରେ ପହଞ୍ଚିଲେ, ସେତେବେଳେ ସେ ସମସ୍ତ ସୂଚନା ପାଇ ସାରିଥିଲେ। ଉଭୟ ଝିଅ ବର୍ତ୍ତମାନ ଅନାଥ ହୋଇଯାଇଛନ୍ତି। ପୂର୍ବରୁ ତାଙ୍କର ବାପାଙ୍କର ମୃତ୍ୟୁ ହୋଇସାରିଥିଲା। ବର୍ତ୍ତମାନ ଏହି ଘଟଣାଟି ଘଟିବା ପରେ ସମଗ୍ର ଅଞ୍ଚଳରେ ଏକ ପ୍ରକାର ସମ୍ବେଦନଶୀଳତା ଦେଖାଦେଇଛି। ଏହି ଘଟଣାର ତଦନ୍ତରେ ପୋଲିସ ମଧ୍ୟ ନିୟୋଜିତ ଅଛି।

odia sambada
Comments (0)
Add Comment