Business Idea: ମାତ୍ର 50,000 ଟଙ୍କାରେ ଆରମ୍ଭ କରନ୍ତୁ ଏହି ବିଜନେସ, 50% ମାର୍ଜିନ, ଖୁବଶିଘ୍ର ହୋଇଯିବେ କୋଟିପତି

Business Idea: ଯଦି ଆପଣ କୌଣସି ବିଜନେସ କରିବାକୁ ଚାହୁଁଛନ୍ତି ଏବଂ ଜାଣି ପାରୁନାହାନ୍ତି ଯେ ଆପଣ କେଉଁ ବିଜନେସ କଲେ ଭଲ ହେବ, ତେବେ ଆଜି ଆମେ ଆପଣଙ୍କୁ ଚମତ୍କାର ବିଜନେସ ଆଇଡିଆ ଦେବାକୁ ଯାଉଛୁ । ଏହା ଏପରି ଗୋଟିଏ ବିଜନେସ ଅଟେ, ଯେଉଁଥିରେ 50% ପର୍ଯ୍ୟନ୍ତ ଲାଭ ରୋଜଗାର କରିହେବ । ଆମେ ଆପଣଙ୍କୁ କହୁଛୁ ଷ୍ଟେସନାରୀ ବିଜନେସ ବିଷୟରେ । ସାଧାରଣତଃ ଆପଣ ସ୍କୁଲ, କଲେଜ ପାଖରେ ଥିବା ଷ୍ଟେସନାରୀ ଦୋକାନରେ ବହୁତ୍ ଭିଡ ଦେଖିଥିବେ । ବର୍ତ୍ତମାନ୍ ଯୁଗର ଷ୍ଟେସନାରୀ ଜିନିଷର ବହୁତ୍ ଡିମାଣ୍ଡ ରହିଛି । ଏହି ବିଜନେସ ଆରମ୍ଭ କରି ଆପଣ ବହୁତ୍ ଟଙ୍କା ରୋଜଗାର କରିପାରିବେ ।

ଷ୍ଟେସନାରୀ ପ୍ରଡକ୍ଟର ଡିମାଣ୍ଡ :-

ପେନ, ପେନସିଲ୍, A4 ସାଇଜ ପେପର, ନୋଟପ୍ୟାଡ ଇତ୍ୟାଦି ଷ୍ଟେସନାରୀ ଆଇଟମରେ ଆସିଥାଏ । ଷ୍ଟେସନାରୀ ଦୋକାନରେ ଗ୍ରିଟିଙ୍ଗ କାର୍ଡ, ବିବାହ କାର୍ଡ, ଗିଫ୍ଟ କାର୍ଡ ଇତ୍ୟାଦି ଜିନିଷ ମଧ୍ୟ ରଖିପାରିବେ । ଏହିପରି ଜିନିଷକୁ ବିକ୍ରି କରି ମଧ୍ୟ ଆପଣ ଏକ୍ସଟ୍ରା ରୋଜଗାର କରିପାରିବେ । ଯଦି ଆପଣ ଷ୍ଟେସନାରୀ ଦୋକାନ ଖୋଲିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ‘ ସପ୍ ଆଣ୍ଡ ଏଷ୍ଟେବ୍ଲିସମେଣ୍ଟ ଆକ୍ଟ ‘ ଅଧୀନରେ ଆପଣଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ । ଷ୍ଟେସନାରୀ ସପ ଖୋଲିବାପାଇଁ 300 ରୁ 400 ସ୍କ୍ୱୟର ମିଟର ଜାଗା ଆବଶ୍ୟକ ହେବ । ଏହି ବିଜନେସ ବହୁତ୍ କମ୍ ନିବେଶ ଦ୍ଵାରା ଆରମ୍ଭ କରାଯାଇପାରେ । ଗୋଟିଏ ଭଲ ଷ୍ଟେସନାରୀ ଦୋକାନ ଖୋଲିବା ପାଇଁ ଆପଣଙ୍କୁ ପ୍ରାୟ 50,000 ଟଙ୍କା ଦରକାର ପଡ଼ିବ ।

ଆପଣ ନିଜ ବଜେଟ ଅନୁଯାୟୀ ଏହି ବିଜନେସରେ ଅଧିକ ପଇସା ମଧ୍ୟ ଲଗାଇ ପାରିବେ ଏବଂ ଅଧିକ ଲାଭ ପାଇପାରିବେ । ଦୋକାନ ଖୋଲିବା ପାଇଁ ଲୋକେସନ୍ ବହୁତ୍ ଜରୁରୀ ଅଟେ । ଷ୍ଟେସନାରୀ ଦୋକାନ ସ୍କୁଲ, କଲେଜ ଏବଂ ୟୁନିଭରସିଟି ଆଖପାଖରେ ଖୋଲନ୍ତୁ । ଯଦି ଆପଣ ନିଜ ଷ୍ଟେସନାରୀରେ ବ୍ରାଣ୍ଡେଡ ଜିନିଷ ବିକ୍ରି କରନ୍ତି, ତେବେ 30 ରୁ 40 ପ୍ରତିଶତ ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ । ସେହିପରି ଲୋକାଲ ପ୍ରଡକ୍ଟ ଉପରେ ଆପଣଙ୍କର ରୋଜଗାର ଦୁଇରୁ ତିନି ଗୁଣା ହୋଇଯିବ ।

ମାର୍କେଟିଙ୍ଗ ଜରୁରୀ :-

ଷ୍ଟେସନାରୀ ଦୋକାନର ମାର୍କେଟିଙ୍ଗ ଜରୁରୀ ଅଟେ । ଏଥିପାଇଁ ଆପଣ ନିଜ ଦୋକାନର ନାମର ପମ୍ପଲେଟ ଛପାଇ ସହରରେ ବାଣ୍ଟି ପାରିବେ । ଏହାବ୍ୟତୀତ ଆପଣ ସ୍କୁଲ, କୋଚିଙ୍ଗ ଇନ୍ଷ୍ଟିଚ୍ୟୁଟ ଏବଂ କଲେଜକୁ ଯାଇ ନିଜ ଦୋକାନ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ କହିପାରିବେ । ସୋସିଆଲ ମିଡ଼ିଆ ମାଧ୍ୟମରେ ମଧ୍ୟ ଏହି ବିଜନେସ ମାର୍କେଟିଙ୍ଗ କରିପାରିବେ । କେବଳ ଏତିକି ନୁହେଁ, ଯଦି ଆପଣ ହୋମ ଡେଲିଭରିର ସୁବିଧା ଦିଅନ୍ତି, ତେବେ ଆପଣଙ୍କ ବିଜନେସ ଶୀଘ୍ର ଅଗ୍ରଗତି କରିପାରିବ ।

odia sambada
Comments (0)
Add Comment