ପବନରେ ଉଡ଼ି ଉଡ଼ି ଆସିଲା ପ୍ଲେନ୍, ହାଇୱେରେ ଗାଡିମାନଙ୍କ ମଝିରେ ହେଲା ଲ୍ୟାଣ୍ଡ, ଘଟିଲା ଖତରନାକ ଦୁର୍ଘଟଣା,ଦେଖନ୍ତୁ ଭିଡ଼ିଓ

Plane Makes Dramatic Landing: ଏକ ଛୋଟ ବିମାନ ଆମେରିକାର କାଲିଫର୍ନିଆରେ ଏକ ରାଜପଥରେ ବିପଜ୍ଜନକ ଲ୍ୟାଣ୍ଡିଙ୍ଗ କଲା, ନିଆଁ ବ୍ୟାପିବା ପୂର୍ବରୁ ପ୍ଲେନ୍ ଗୋଟିଏ ଟ୍ରକକୁ ଧକ୍କା ଦେଇଥିଲା । ସିଙ୍ଗଲ୍ ଇଞ୍ଜିନ୍ ସେସନା ବିମାନ ମଙ୍ଗଳବାର ଅପରାହ୍ନରେ କାଲିଫର୍ନିଆର କରୋନାସ୍ଥିତ 91 ଫ୍ରିୱେରେ ଜରୁରୀକାଳୀନ ଅବତରଣ କରିଥିଲା । ଭାଇରାଲ ହେଉଥିବା ଚକିତ ଫୁଟେଜରେ ଦେଖାଯାଇଛି ଯେ ବିମାନଟି ଆକାଶରୁ ଖସି ପଡୁଥିଲା, ସେ ରାସ୍ତାରେ ଯାଉଥିବା ଏକ ପିକଅପ୍ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ମଧ୍ୟ ହୋଇଗଲା । ଏହି ସମୟରେ ବିମାନର ଡେଣା ଖଣ୍ଡ ଖଣ୍ଡ ହୋଇ ଧ୍ଵଂସ ହୋଇଗଲା । ତାପରେ ବିମାନ ଧକ୍କା ହେବା ପରେ ରାସ୍ତାରେ ନିଆଁରେ ଜଳୁଥିବା ଦେଖିବାକୁ ମିଳିଥିଲା ।

ପାଇଲଟ ରାଜପଥରେ କରାଇଲେ ଖତରନାକ ଲ୍ୟାଣ୍ଡିଂ :-

ଯେତେବେଳେ ପ୍ଲେନ ରାଜପଥରେ କ୍ରାସ ହେଲା, ସେତେବେଳେ ଭିଡିଓରେ ଘନ କଳା ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । କାଲିଫର୍ନିଆ ହାଇୱେ ପାଟ୍ରୋଲିଂ (CHP) କହିଛି ଯେ ସୌଭାଗ୍ୟବଶତ ଉଭୟ ପାଇଲଟ୍ ଏବଂ ଯାତ୍ରୀ ସୁରକ୍ଷିତ ଭାବେ ବାହାରକୁ ପଳାଇ ଯାଇପାରିଥିଲେ । ବିମାନଟି ତିନିଜଣ ଲୋକଙ୍କ ସହିତ ଗୋଟିଏ ଟ୍ରକ ସହ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଗଲା ।

ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନାହିଁ । ପାଇଲଟ ଏନ୍ଦ୍ରୟୁ ଚୋ କହିଛନ୍ତି ଯେ ସେ ଦିନରେ କିଛି ସମୟ ପାଇଁ ନିକଟସ୍ଥ କରୋନା ମ୍ୟୁନିସିପାଲିଟି ବିମାନବନ୍ଦରରୁ ଯାତ୍ରା କରିଥିଲେ । ଯେତେବେଳେ ସେ ବିମାନବନ୍ଦରକୁ ଫେରିବାକୁ ଯାଉଥିଲେ, ସେତେବେଳେ ତାଙ୍କ ବିମାନ ହଠାତ୍ ଶକ୍ତି ହରାଇଲା ଏବଂ ବିମାନକୁ ଓହ୍ଲାଇବା ପାଇଁ ତାଙ୍କୁ ରାଜପଥରେ ଗୋଟିଏ ସ୍ଥାନ ଖୋଜିବାକୁ ପଡିଲା ।

ଦେଖନ୍ତୁ ଭିଡିଓ :-

ବୁଦ୍ଧି ଦ୍ଵାରା ବଞ୍ଚିଲା ଜୀବନ :-

ସିଏଚପି କ୍ୟାପଟେନ ଲେଭି ମିଲର କେଟିଏଲ୍ଏକୁ କହିଛନ୍ତି ଯେ, ‘ ଆମେ ବହୁତ୍ ଭାଗ୍ୟ ଶାଳୀ ଥିଲୁ ଯେ ଯାତାୟାତ ହାଲକା ଥିଲା ଏବଂ ପାଇଲଟ ଭଲ ଲ୍ୟଣ୍ଡିଂ ନେଭିଗେସନ୍ କଲେ, ଯାହା କି ବହୁତ୍ ଦୁଃଖଦ ହୋଇଥାନ୍ତା ।’ ଏହାପୂର୍ବରୁ ଜୁଲାଇରେ ଏକ ଭାଇରାଲ ଭିଡିଓରେ ଆମେରିକାର ଉତ୍ତର କାରୋଲିନାର ଏକ ରାଜପଥରେ ଜରୁରୀକାଳୀନ ଅବତରଣ କରୁଥିବା ଏକ ବିମାନ ଦେଖାଯାଇଥିଲା । ପାଇଲଟଙ୍କୁ ବିମାନର ଇଞ୍ଜିନ ବିଫଳ ହେବା ପରେ ଟ୍ରାଫିକ ଏବଂ ବିଦ୍ୟୁତ୍ ଲାଇନକୁ ଚକମା ଦେଇ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ କରାଯାଇଥିଲା ।

odia sambada
Comments (0)
Add Comment