ଲେଜେଣ୍ଡ ଲିଗ କ୍ରିକେଟ: ସେପ୍ଟେମ୍ବର ମାସରେ ୱାର୍ଲଡ଼ ଇଲେଭେନ ସହିତ ଭେଟିବ ଭାରତୀୟ ଦଳ,ସୌରଭ ଗାଙ୍ଗୁଲି ହେବେ ଦଳର ଅଧିନାୟକ,ଦେଖନ୍ତୁ ସ୍କ୍ୱାର୍ଡରେ କିଏ କିଏ ଅଛନ୍ତି ?

ଭାରତ ନିଜ ସ୍ବାଧୀନତାର 75 ବର୍ଷ ପୁରା କରିବାକୁ ଯାଉଛି ଓ ଦେଶରେ ଅମୃତ ମହୋତ୍ସବ ପାଳନ ହେବାକୁ ଯାଉଛି। ଏହାମଧ୍ୟରେ ଏକ ବଡ଼ ମ୍ୟାଚ ହେବାକୁ ଯାଉଛି। ଯେଉଁଥିରେ ଭାରତର ଲେଜେଣ୍ଡ ଖେଳାଳି ମାନେ ବିଶ୍ୱ ଲେଜେଣ୍ଡ ମାନଙ୍କ ସହିତ ଖେଳିବେ। ଭାରତ ତରଫରୁ ଏହି ଟିମର ଅଧିନାୟକତା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କରିବାକୁ ଯାଉଛନ୍ତି।

ସ୍ବାଧୀନତାର ଅମୃତ ମହୋତ୍ସବ ଉପରେ ହେଉଥିବା ଏହି ମ୍ୟାଚ ସେପ୍ଟେମ୍ବର 16 ତାରିଖରେ କୋଲକାତାର ଐତିହାସିକ ଷ୍ଟାଡିୟମ ଇଡେନ ଗାର୍ଡେନରେ ଖେଳାଯିବ। ଏହା ଏକ ପ୍ରଦର୍ଶନୀ ମ୍ୟାଚ ହେବ ଯେଉଁଥିରେ କେବଳ ଲେଜେଣ୍ଡ ମାନେ ଅଂଶଗ୍ରହଣ କରିବେ। ଇଣ୍ଡିଆ ମହାରାଜାର ନେତୃତ୍ୱ ସୌରଭ ଗାଙ୍ଗୁଲି କରୁଥିବା ବେଳେ ୱାର୍ଲଡ଼ ଜାଏଣ୍ଟସ ଇଲେଭେନ ପାଇଁ ଇଆନ ମୋର୍ଗାନ ଅଧିନାୟକତା କରିବେ।

ଇଣ୍ଡିଆ ମହାରାଜା:- ସୌରଭ ଗାଙ୍ଗୁଲି, ବୀରେନ୍ଦ୍ର ସେହବାଗ, ମହମ୍ମଦ କୈଫ, ୟୁସୁଫ ପଠାନ, ଏସ. ବଦ୍ରିନାଥ, ଇରଫାନ ପଠାନ, ପାର୍ଥିବ ପଟେଲ, ଷ୍ଟୁଆର୍ଟ ବିନ୍ନି, ଏସ ଶ୍ରୀସନ୍ତ, ହରଭଜନ ସିଂହ, ନମନ ଓଝା, ଅଶୋକ ଦିଣ୍ଡା, ପ୍ରଜ୍ଞାନ ଓଝା, ଅଜୟ ଜାଡେଜା, ଆରପି ସିଂହ, ଯୋଗୀନ୍ଦର ଶର୍ମା, ରିତେନ୍ଦ୍ର ସିଂହ ସୋଧି।

ୱାର୍ଲଡ଼ ଜାଏଣ୍ଟସ:- ଇଆନ ମୋର୍ଗାନ, ଲେଣ୍ଡଲ ସିମନ୍ସ, ହରସେଲ ଗିବ୍ସ, ଜ୍ୟାକ କାଲିସ, ସନାଥ ଜୟସୁରିଆ, ମ୍ୟାଟ ପ୍ରାୟର, ଜନ୍ତି ରୋଡ୍ସ, ନାଥନ ମ୍ୟାକୁଲମ, ମୁଥିଆ ମୁରଲୀଧରଣ, ଡେଲ ଷ୍ଟେନ, ହମିଲଟନ ମାସାକାଜା, ମୋସରଫେ ମୋରତାଜା, ଅସାଗର। ଆଫଗାନ, ମିଚେଲ ଜନସନ, ବ୍ରେଟ ଲି, କେଭିନ ଓ ବ୍ରାୟନ, ଦୀନେଶ ରାମଦିନ।

ଭାରତୀୟ ପୂର୍ବ କୋଚ୍ ରବି ଶାସ୍ତ୍ରୀଙ୍କ କହିବାହେଲା ଏହିବର୍ଷ ଭାରତ ନିଜର 75 ତମ ସ୍ବାଧୀନତା ଦିବସ ପାଳନ କରୁଥିବାରୁ ଏହି ମ୍ୟାଚଟି ସମ୍ପୂର୍ଣ୍ଣ ରୂପରେ ଏହି ଦିନ ପାଇଁ ଉତ୍ସର୍ଗୀକୃତ ଅଟେ।

ଲେଜେଣ୍ଡସ ଲିଗ କ୍ରିକେଟର କୋ- ଫାଉଣ୍ଡର ରମାନଦୀପ ରାହେଜାଙ୍କ କହିବା କଥା ହେଲା ଏହି ସ୍ପେଶାଲ ମ୍ୟାଚ ପରେ ଲିଗର ଆରମ୍ଭ ସେପ୍ଟେମ୍ବର 16 ତାରିଖରୁ ହେବ। ଯେଉଁଥିରେ ଚାରୋଟି ଅଲଗା ଅଲଗା ଟିମ ଆମନା ସାମ୍ନା ହେବେ। ଏହି ସମ୍ପୂର୍ଣ୍ଣ ଲିଗ 22 ଦିନ ପର୍ଯ୍ୟନ୍ତ ଚାଲିବ ଓ ସମସ୍ତ ପ୍ଲେୟାରଙ୍କ ଲିଷ୍ଟ ଜଲଦି ଜାରି କରିଦିଆଯିବ।

odia sambada
Comments (0)
Add Comment