ଟେଲିକମ କମ୍ପାନୀ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର ରିଚାର୍ଜ ପ୍ଲାନ ଅଫର କରିଥାନ୍ତି|ଏଥିରେ ଟକଟାଇମ ଠାରୁ ବାର୍ଷିକ ପ୍ଲାନ ଉପଲବ୍ଧ|ଯଦି ଆପଣ ବାରମ୍ବାର ରିଚାର୍ଜ ପ୍ଲାନରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ବାର୍ଷିକ ପ୍ଲାନ ଚେଷ୍ଟା କରି ପାରିବେ|ଭାଲ୍ୟୁ ଫର ମନି ପ୍ଳାନ୍ସ ମଧ୍ୟ ଉପଲବ୍ଧ|ଜିଓ ରିଚାର୍ଜରେ ମଧ୍ୟ ବାର୍ଷିକ ପ୍ଲାନ ରହିଛି|ଆସନ୍ତୁ ସେ ବିଷୟରେ ଜାଣିବା|
ଜିଓ ତିନିଟି ବାର୍ଷିକ ରିଚାର୍ଜ ପ୍ଲାନ ଅଫର କରିଥାଏ|ଏଥିରେ ଦୁଇଟି ୩୬୫ ଦିନର ବୈଧତା ଓ ଗୋଟିଏ ୩୩୬ ଦିନର ବୈଧତା ରହିଛି|ଏହି ପ୍ଲାନରେ ଦରର ଅନ୍ତର ବେଶି ନୁହେଁ କିନ୍ତୁ ଲାଭରେ ଅନ୍ତର ରହିଛି|ଚାଲନ୍ତୁ ଜାଣିବା:
ଜିଓର ୨୫୪୫ ଟଙ୍କାର ରିଚାର୍ଜ:
କମ୍ପାନୀର ସବୁଠାରୁ ଶସ୍ତା ବାର୍ଷିକ ପ୍ଲାନ ୨୫୪୫ ଟଙ୍କା ଅଟେ|ଏଥିରେ ୟୁଜରକୁ ୩୩୬ ଦିନର ବୈଧତା ମିଳେ|ଏଥିରେ ଦୈନିକ ୧.୫ ଜିବି ଡାଟା ମିଳେ|ମୋଟ ୫୦୪ ଜିବି ଡାଟା ମିଳିବ|ଏଥିରେ ଅନଲିମିଡେଟ କଲିଙ୍ଗ ସହ ଦୈନିକ ୧୦୦ ଏସ୍ଏମ୍ଏସ ମିଳେ|ଏଥିରେ ଜିଓ ଆପ୍ସର କମ୍ପ୍ଲିମେଣ୍ଟାରୀ ସବ୍ସକ୍ରିପ୍ସନ ମିଳିବ|
ଜିଓର ୨୮୭୯ ଟଙ୍କା ରିଚାର୍ଜ:
ଏଥିରେ ୟୁଜରକୁ ଦୈନିକ ୨ ଜିବି ଡାଟା ସହ ୩୬୫ ଦିନର ବୈଧତା ମିଳେ|ଏଥିରେ ମୋଟ ୭୩୦ ଜିବି ଡାଟା ମିଳିବ|ଏଥିରେ ଅନଲିମିଡେଟ କଲିଙ୍ଗ ଦୈନିକ ୧୦୦ ଏସ୍ଏମ୍ଏସ୍ ,ଜିଓ ଟିଭି,ଜିଓ ସିନେମା,ଜିଓ ସିକ୍ୟୁରିଟି,ଜିଓ କ୍ଲାଉଡ୍ ର ମାଗଣା ସବସ୍କ୍ରିପସନ ମିଳିବ|
ଜିଓର ୨୯୯୯ ଟଙ୍କା ରିଚାର୍ଜ:
ଏଥିରେ ଦୈନିକ ୨.୫ ଜିବି ଡାଟା ମିଳେ ଓ ଏହାର ବୈଧତା ୩୬୫ ଦିନ ଅଟେ|ଏଥିରେ ମୋଟ ୯୧୨.୮ ଜିବି ଡାଟା ମିଳିବ|ଏଥିରେ ଅନଲିମିଡେଟ କଲିଙ୍ଗ ସହ ଦୈନିକ ୧୦୦ ଏସ୍ଏମ୍ଏସ୍ ସହ ଡିସନି + ହଟଷ୍ଟାର ଏକ ବର୍ଷର ମୋବାଇଲ ସବସ୍କ୍ରିପ୍ସନ ମିଳିବ|
ଜିଓ ଇଣ୍ଡିପେଣ୍ଡେସନ୍ସ ଅଫର ଅନ୍ତର୍ଗତ କମ୍ପାନୀ ୭୫ ଜିବି ଡାଟା ଭାଉଚର ସହ Ajio, Netmeds ଓ Ixigo କୂପନ ଦେବ|ଏହି କୁପନକୁ ମାଇଁ ଜିଓ ଆପ୍ସରେ ରିଡେମ୍ କରି ପାରିବେ|