ଏସିଆ କପ କୋହଲିଙ୍କ ପାଇଁ ଶେଷ ସୁଯୋଗ !

ବିଶ୍ଵକପରୁ ବାଦ ପଡିବେ କି କୋହଲି। ସୁପରଷ୍ଟାରଙ୍କ କ୍ଯାରିୟରରେ ଲାଗିବ କି ବ୍ରେକ। ଅଗ୍ନି ପରୀକ୍ଷା ହେବ କି ଏସିଆ କପ। ଭାରତୀୟ କ୍ରିକେଟର କିଙ୍ଗ ବିରାଟ କୋହଲି। ଗତ କିଛିଦିନ ହେବ ସେ ଖରାପ ପ୍ରଦର୍ଶନ ଦେଇ ଗତି କରୁଛନ୍ତି। ଏକଦା ୨୦୧୪-୧୫ ମସିହାରେ ୮୯୭ ପଏଣ୍ଟ ସହିତ ଦିନକିଆ ମ୍ଯାଚ ତାଲିକାରେ ବିଶ୍ଵର ନମ୍ବର-୧ ବ୍ୟାଟ୍ସମ୍ୟାନ ଥିଲେ ବିରାଟ କୋହଲି। କିନ୍ତୁ ୨୦୧୯ ମସିହା ଠାରୁ ସେ ଗୋଟିଏ ହେଲେ ଶତକ ମାରିନାହାନ୍ତି।

୧୪ ଅଗଷ୍ଟ ୨୦୧୯ ମସିହାରେ ଶେଷଥର ପାଇଁ ଏହି ଷ୍ଟାର ଖେଳାଳୀ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନକିଆରେ ଏକ ଶତକୀୟ ଇନିଙ୍ଗ୍ସ ଖେଳିଥିଲେ। ସେହିପରି ୨୨ ନଭେମ୍ବର ୨୦୧୯ ମସିହାରେ ଶେଷଥର ପାଇଁ ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ଯାଚରେ ଏକ ଶତକୀୟ ଇନିଙ୍ଗ୍ସ ଖେଳିଥିଲେ। ଯଦି ତାଙ୍କ ଟି-୨୦ କ୍ଯାରିୟର ଉପରେ ନଜର ପକାଇବା ତେବେ ସେ ୨୦୧୯ ମସିହାରେ ୭୮ରନର ଆଭେରେଜ ସହିତ ବିଶ୍ଵର ସବୁଠାରୁ ବିସ୍ଫୋରକ ତଥା ନମ୍ବର-୧ ବ୍ୟାଟ୍ସମ୍ୟାନ ଥିଲେ।

ବିଗତ ଶେଷ ୮ଟି ଟି-୨୦ ମ୍ଯାଚ ଉପରେ ନଜର ପକାଇବା ତେବେ କେବଳ ଗୋଟିଏ ଅର୍ଦ୍ଧଶତକ କରିଥିଲେ, ତାହା ପୁଣି ୱେଷ୍ଟଇଣ୍ଡିଜ ବିପକ୍ଷରେ ତାହା ପୁଣି ଫେବୃୟାରୀ ମାସରେ କରିଥିଲେ। କିନ୍ତୁ ବାକି ୭ଟି ଯାକ ମ୍ଯାଚରେ ୨୦ ରନ ମଧ୍ୟ କରିପାରିନଥିଲେ। ସେଭଳି ଗତ ଆଇପିଏଲରେ ପ୍ରଦର୍ଶନ ମଧ୍ୟ ସେତେଟା ଭଲ ନଥିଲା। ମୋଟାମୋଟି କହିବାକୁ ଗଲେ ଭାରତୀୟ ଦଳର ୱାନ ମେନଆର୍ମି କିଙ୍ଗ କୋହଲିଙ୍କ ବ୍ୟାଟ ଠିକ ଭାବରେ ଚାଲୁନାହିଁ।

ଅନ୍ୟପକ୍ଷେ ଦେଖିବାକୁ ଗଲେ ଋତୁରାଜ ଗାୟକୱାଡ ଓ ଶୁଭମନ ଗିଲ ମଧ୍ୟ ନିଜର ଭଲ ପ୍ରଦର୍ଶନ ଦେଖାଉଛନ୍ତି। ହୁଏତ ଏହି ଦୁଇଜଣ ତାଙ୍କର ସ୍ଥାନ ନେଇପାରନ୍ତି। ଗତ ଆଇପିଏଲରେ ଗାୟକୱାଡ ସର୍ବାଧିକ ସ୍କୋରର ଥିଲେ। ସେହିଭଳି ରାହୁଲ ତ୍ରିପାଠୀଙ୍କର ଭଲ ପ୍ରଦର୍ଶନ ପାଇଁ ତାଙ୍କୁ ଜିମ୍ବାଵେ ସିରିଜରେ ଚୟନ କରାଯାଇଛି। ଓ ତାଙ୍କର ଖେଳକୁ ଦେଖି ତାଙ୍କୁ ଅନେକ ଭବିଷ୍ୟତର କୋହଲି ବୋଲି କହୁଛନ୍ତି। ଅନେକ କ୍ରିକେଟ ସମୀକ୍ଷକ କୋହଲିଙ୍କ ଖରାପ ପ୍ରଦର୍ଶନ ପାଇଁ ଟିମରେ ସାମିଲ ନ କରିବାକୁ ପରାମର୍ଶ ଦେଉଛନ୍ତି। କୋହଲିଙ୍କର ଖରାପ ପ୍ରଦର୍ଶନ ପାଇଁ ଗତ ୱେଷ୍ଟଇଣ୍ଡିଜ ସିରିଜରୁ ତାଙ୍କୁ ବାଦ ଦିଆଯାଇଥିଲା। କିନ୍ତୁ ତାଙ୍କୁ ବର୍ତ୍ତମାନ ଏସିଆ କପରେ ସାମିଲ କରାଯାଇଛି। ବିଶ୍ଵକପ ପୂର୍ବରୁ ଏସିଆ କପ ସବୁଠାରୁ ବଡ ମୁକାବିଲା ଅଟେ। ଏସିଆ କପରେ ସମସ୍ତେ ଆଶା କରୁଛନ୍ତିକି କିଙ୍ଗ କୋହଲି ନିଜର ପୂର୍ବ ରୂପକୁ ଫେରିଆସିବେ। ନିଜର ସ୍ଥାନକୁ ପୂର୍ବପରି ମଜବୁତ କରିବେ।

odia sambada
Comments (0)
Add Comment