କିଛି ଗାଈ ଲୋଭରେ 12 ବର୍ଷୀୟ ଜଣେ ଝିଅର ବିବାହ 70 ବର୍ଷୀୟ ବୃଦ୍ଧ ସହ ସ୍ଥିର କରିଦେଲେ । ସେହିପରି ଝିଅକୁ କୁହାଗଲା ଯେ ତାକୁ ନିଜ ଭାଇର ବିବାହକୁ ଯିବାକୁ ପଡିବ, ତେଣୁ ସେ ରେଡି ହୋଇଗଲା । କିନ୍ତୁ ଯେତେବେଳେ ସେ ସବୁ ସତ ଜାଣିଲା, ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲା । ଏହି ପୁରା ପ୍ଲାନ୍ ଝିଅର କକା କରିଥିଲା ।
ମାମଲାଟି କେନ୍ୟାର ଅଟେ । ଦୁଇମାସ ପୂର୍ବର କଥା, ଅମିରା ବହୁତ୍ ଏକ୍ସାଇଟେଡ ଥିଲା । ତାକୁ କୁହାଯାଇଥିଲା ଯେ ତା ଭାଇର ବିବାହ ହେବାକୁ ଯାଉଛି । ସେଲିବ୍ରେଶନ ପାଇଁ ଫ୍ୟାମିଲି ଗରିସା ଟାଉନ ଯିବାପାଇଁ ପ୍ରସ୍ତୁତ ହେଉଥିଲେ ।
ଅମିରା କହିଛନ୍ତି – ମୋ ପାଖରେ ପିନ୍ଧିବା ପାଇଁ ନୂଆଁ ଡ୍ରେସ୍ ଥିଲା, ସେମାନେ ମୋ ହାତରେ ମେହେନ୍ଦି ଲଗାଉଥିଲେ । ଉତ୍ସବ ହେବାର ଥିଲା ଏବଂ ମୋତେ ବହୁତ୍ ପ୍ରକାରର ଭୋଜି ଖାଇବାର ଥିଲା । ଅମିରା ଏଥିପାଇଁ ବହୁତ୍ ଉତ୍ସାହିତ ଥିଲା, କାରଣ ଏହି ଅଞ୍ଚଳରେ ମରୁଡ଼ିର ଭୟଙ୍କର ପ୍ରଭାବ ଥିଲା ଏବଂ ପରିବାରକୁ ଭୋକର ଶିକାର ହେବାକୁ ପଡ଼ିଥିଲା ।
କିନ୍ତୁ ପରେ ଅମିରା ଜାଣିପାରିଲା ଯେ ଭାଇର ବିବାହ ବାହାନାରେ 70 ବର୍ଷୀୟ ଜଣେ ବୃଦ୍ଧ ବ୍ୟକ୍ତି ସହିତ ତାର ବିବାହ କରିବାପାଇଁ ସବୁକିଛି କରାଯାଉଛି । ଏହି ବିବାହର ପ୍ଲାନ୍ ତା କକା କରିଥିଲେ, ଯେପରିକି ଯୌତୁକରେ ତାଙ୍କୁ କିଛି ଗାଈ ମିଳିଯିବ । କୁହାଯାଉଛି ଯେ 1990 ରୁ କେନ୍ୟାରେ ବାଲ୍ୟ ବିବାହ ଵ୍ୟାନ ରହିଛି ।
ସେହିପରି ଅମିରାଙ୍କ ମାଙ୍କ ମୃତ୍ୟୁ ଏକବର୍ଷ ପୂର୍ବେ କ୍ୟାନସର୍ କାରଣରୁ ହୋଇଥିଲା । ଏହାପରେ ବାପା ଏକୁଟିଆ ହିଁ ତିନିଜଣ ପିଲାଙ୍କର ଲାଳନ ପାଳନ କଲେ । ଅମିରା ତାଙ୍କର ସବୁଠାରୁ ସାନ ଝିଅ ଅଟେ । ବର୍ତ୍ତମାନ୍ ବାପା ଗାଈଗୋରୁଙ୍କ ଦେଖାଶୁଣା କରୁଛନ୍ତି । ସେହିପରି ପିଲାଙ୍କ ଦେଖାଶୁଣା କକା କରନ୍ତି ।
ବିବାହ ଦିନ ବିଷୟରେ କହି ଅମିରା କହିଛନ୍ତି – ସେହି ଦିନ ଜଣେ ସଂପର୍କୀୟଙ୍କ ସହିତ ମୁଁ ଯାତ୍ରା କରୁଥିଲି । ମତେ କୁହାଯାଇଥିଲା ଯେ ଆମେ ଭାଇର ବାହାଘରକୁ ଯାଉଛନ୍ତି । ମୁଁ ବହୁତ୍ ଉତ୍ସାହିତ ଥିଲି । କିନ୍ତୁ କିଛି ସମୟ ପରେ ମତେ କିଛି ବି ଠିକ୍ ଲାଗିଲା ନାହିଁ ଏବଂ ଗଡ଼ବଡ ଅନୁଭବ ହେଲା ।
ବାସ୍ତବରେ ଅମିରାଙ୍କ କକା ଚାପରେ ଥାଇ କାହାକୁ ଗୋଟେ ଲଗାତାର ଫୋନ୍ କରି ଚାଲିଥିଲେ । ସତ ଜାଣିବାପରେ ଅମିରା କାନ୍ଦିବାକୁ ଲାଗିଲା ଏବଂ ରାଗରେ ଥିଲା ଓ ତାକୁ ଲାଗୁଥିଲା ଯେ ତା ସହ ଧୋକା ହୋଇଛି । ସେ କହିଛି – ମୋ ସହ ଥିବା ସମ୍ପର୍କିୟ କେହି ବି ମତେ ସାହାଯ୍ୟ କରିବା ଭଳି ନଥିଲେ, ସମସ୍ତେ କକା କହିବା ଅନୁଯାୟୀ କାମ କରୁଥିଲେ ।
କିନ୍ତୁ ଯାତ୍ରା ସମୟରେ ଯେତେବେଳେ ବସ ଅଟକିଲା, ସେତେବେଳେ ଅମିରା ଦେଖିଲା ଯେ ରୋଡ ସାଇଡରେ ତାର ଭାଇ ଜଣେ ପୋଲିସ ସହିତ ଠିଆ ହୋଇଛି । ବାସ୍ତବରେ ଅମିରାର ଭାଇ ମଧ୍ୟ ନିଜ ଛୋଟ ଭଉଣୀର ବିବାହ ବିଷୟରେ ଜାଣି ପାରିଥିଲା ଏବଂ ସେ ବିବାହକୁ ଅଟକାଇ ଦେଲା । କୁହାଯାଉଛି ଯେ ଅମିରାଙ୍କ ପରିବାର ବହୁତ୍ ଗରିବ ଏବଂ ମରୁଡି କାରଣରୁ ତାଙ୍କର ଅନେକ ଗାଈ ମରି ଯାଇଥିଲେ ଏବଂ ଛେଳି ମଧ୍ୟ ମରି ଯାଇଥିଲେ । ତେବେ ଅମିରା ସେହି ବୃଦ୍ଧ ବ୍ୟକ୍ତିଙ୍କୁ ବାହା ନ ହୋଇ ବହୁତ୍ ଖୁସି ଅଛନ୍ତି ।