ତାଇୱାନ ଯୁଦ୍ଧରେ ସାମିଲ ହେଲା ପାକିସ୍ତାନ

ପ୍ରତ୍ଯେକ ଦେଶ ବର୍ତ୍ତମାନ ନିଜ ନିଜର ସୁରକ୍ଷା ସ୍ଥିତିକୁ ଦୃଢ କରିବା ଆରମ୍ଭ କରିଦେଇଛନ୍ତି। କାରଣ ବର୍ତ୍ତମାନ ଯେଉଁ ପରିସ୍ଥିତି, ଏଥିରେ ଶକ୍ତିଶାଳୀ ଦେଶ ଆମେରିକାର ପରିସ୍ଥିତି, ଗୋଟିଏ ଯୁଦ୍ଧ ନ ସରୁଣୁ ଆଉ ଏକ ଯୁଦ୍ଧର ଆରମ୍ଭ ହେବ ବୋଲି କୁହାଯାଉଛି। ସବୁଠାରୁ ବଡ କଥା ହେଲା ଆମେରିକା ଏହି ବିଷୟବସ୍ତୁରେ ସମ୍ପୃକ୍ତି ଥିବା କାରଣରୁ ଭାରତ ପାଇଁ ଏକ କୂଟନୈତିକ ସ୍ତରରେ ଏହା ଏକ ଆହ୍ଵାନଭରା ରହିବ ବୋଲି ମଧ୍ୟ ଜଣାପଡିଛି। ଏସବୁ ବିଷୟରେ କଥା ହେବ ପୂର୍ବରୁ ଆମେ ସମ୍ପ୍ରତି ପାକିସ୍ତାନର ଏକ ବୟାନ ଉପରେ ବିଶ୍ଳେଷଣ କରିବା ତେବେ ପାକିସ୍ତାନ ପାଇଁ ଏଭଳି ଏକ ବୟାନ କେତେ କ୍ଷତିକାରକ ଓ କେତେ ଲାଭଦାୟକ ହେବ ତାହା ସ୍ଵତଃ ବିଶ୍ଳେଷଣ ଭିତରକୁ ଚାଲିଆସିବ।

ପାକିସ୍ତାନର ବିଦେଶ କର୍ଜ୍ୟାଳୟର ମୁଖପାତ୍ରଙ୍କର କହିବା କଥା ହେଉଛିକି ପାକିସ୍ତାନ ଚାଇନାର ଚାଇନା-ୱାନ ପଲିସିକୁ ସମର୍ଥନ କରେ। ଅର୍ଥାତ ଏଭଳି ଏକ ବାତାବରଣ ଭିତରେ ଚୀନ ଓ ତାଇୱାନ ମିଳିତ ଭାବରେ ଏହି ସମସ୍ଯାର ସମଧାନ ଉପରେ ଅଗ୍ରସର ହେବାକୁ ପଡିବ। ପାକିସ୍ତାନ ବର୍ତ୍ତମାନ ଚୀନର ସମ୍ପୃଭୁତା ଉପରେ ମଧ୍ୟ ନିଜର ସହଯୋଗ କାମନା କରିଛି। ଚୀନ ନିଜର ସମ୍ପୃଭୁତା ଓ ଅଖଣ୍ଡତାକୁ ନେଇ ଯେଉଁ ରଣନୀତି ପ୍ରସ୍ତୁତ କରିବ ଏଥିରେ ପାକିସ୍ତାନ ଚୀନକୁ ସମର୍ଥନ କରିବ ଏକଥା ସ୍ଵତଃ ଜଣାପଡିଛି। ତେବେ ଆହୁରି ମଧ୍ୟ ଏହି ମୁଖପାତ୍ର କହିଛନ୍ତିକି ଋଷ ଓ ୟୁକ୍ରେନ ଯୁଦ୍ଧରେ ଅନେକ କିଛି କ୍ଷତି ଘଟିଛି। ବିଶ୍ଵର ସଞ୍ଚୟ କ୍ଷେତ୍ରରେ ହେଉ କିମ୍ବା ବ୍ୟବସାୟ କ୍ଷେତ୍ରରେ ହେଉ, ଅନେକ ଗୁଡିଏ ଅସୁବିଧା ଦେଇ ଆସିଛନ୍ତି ବିଶ୍ଵର ଅନେକ ଦେଶ। ଆଉ ବର୍ତ୍ତମାନ ଯଦି ଆମେରିକା ଓ ଚୀନ ମଧ୍ୟରେ ଯୁଦ୍ଧ ହୁଏ ତେବେ ଦେଶର ଅନ୍ୟାନ୍ୟ ଦେଶମାନେ ଏହାକୁ ଆଦୌ ବରଦାସ୍ତ କରିପାରିବେ ନାହିଁ। କହିବାକୁ ଗଲେ ବିଶ୍ଵା ବର୍ତ୍ତମାନ ଆଉ ଏକ ଯୁଦ୍ଧର ଅପେକ୍ଷାରେ ନାହିଁ। କାରଣ ଏହାପରେ ଦେଶର ଯେଉଁପ୍ରକାର ସ୍ଥିତି ଉପୁଜିବ ହୁଏତ ଅନ୍ୟ କୌଣସି ଦେଶ ନିକଟରେ ସେତିକି ମାତ୍ରାରେ ଶକ୍ତି ନଥିବ।

ଆହୁରି ମଧ୍ୟ ପାକିସ୍ତାନ କହିଛିକି, ଏଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ଚୀନ ଓ ତାଇୱାନକୁ ନିଷ୍ପତ୍ତି ନେବାକୁ ପଡିବକି ଏସବୁର ସମଧାନର ରାସ୍ତା କେଉଁଠି। ଏଥିରେ ଋଷ ମଧ୍ୟ ନିଜର ବୟାନ ଦେଇସାରିଛି। ଏଥିରେ ମଧ୍ୟ ଋଷ ନିଜର ବୟାନ ଦେଇସାରିଛି। ଋଷ କହିଛିକି ଏକ ବାରୁଦ ଗଦା ମଧ୍ୟରେ ଏକ ଛୋଟ ଡିଆସିଲି କାଠିର ଯେଉଁ ଭୂମିକା ଥାଏ, ନଂସିଙ୍ଗ ଭେଲୋସିଙ୍ଗଙ୍କ ଗସ୍ତ ଠିକ ସେହିପରି ଅଟେ। ଆମେରିକା ଋଷ ଓ ୟୁକ୍ରେନ ମଧ୍ୟରେ ଯେଉଁ ପ୍ରକାର ଚାଲ ଖେଳିଥିଲା, ବର୍ତ୍ତମାନ ଆମେରିକା ଚୀନ ଓ ତାଇୱ୍ୱାନ ମଧ୍ୟରେ ସେଭଳି ଏକ ସ୍ଥିତି ଉପୁଜାଇ ଯୁଦ୍ଧକୁ ଡାକରା ଦେଇଛି। ଏହିସବୁ ପାଇଁ ଆମେରିକା ମୁଖ୍ଯତଃ ଦାୟୀ ବୋଲି ଋଷ ଗୁରୁତ୍ଵାରୋପ କରୁଥିବା ସମୟରେ ଚୀନ ପାଇଁ ସହଯୋଗ ରହିବ ବୋଲି ସ୍ଥିତି ସ୍ପଷ୍ଟ କରାଯାଇଛି।

କିନ୍ତୁ ଏସବୁ ମଧ୍ୟରେ ଋଷ ଓ ୟୁକ୍ରେନ ଠାରୁ ଏସିଆ ଦେଶକୁ ଯୁଦ୍ଧର ସ୍ଥାନାନ୍ତରଣ ସ୍ଥିତିରେ ଭାରତ ବର୍ତ୍ତମାନ ଆହ୍ଵାନଭରା ସ୍ଥିତିରେ ରହିବ। ଆମେରିକା ସହିତ ଭାରତର ସମ୍ପର୍କ ବଢିଆସିଥିଲା। ଋଷ ସହିତ ମଧ୍ୟ ବଢିଚାଲିଛି। ଦୁଇ ଦେଶକୁ ନିୟନ୍ତ୍ରିତ ରେଖା ମଧ୍ୟରେ ରଖି ଭାରତ ନିଜର ରଣନୀତି ଓ କୂଟନୀତିକୁ ସାବ୍ୟସ୍ତ କରିପାରିବ। ଆମେରିକା ଭାରତକୁ ଚୀନ ପାଇଁ ନିଜ ପକ୍ଷକୁ ଟାଣୁଥିବା ସମୟରେ ଭାରତର ଗତି କେଉଁ ଆଡକୁ ରହିବ ତାହା ସମୟ କହିବ। ଅନ୍ୟପକ୍ଷରେ ଜିଂ ଫିଙ୍ଗଙ୍କ ଇଚ୍ଛା ନଥିବା ସତ୍ବେ ପରିସ୍ଥିତି ଯେଉଁପରି ବହବରେ ସ୍ଥିତି ଉପୁଜୁଛି ଜିଂ ଫିଙ୍ଗଙ୍କୁ କିଛି କରିବା ପାଇଁ ପଡିବ। ବର୍ତ୍ତମାନ ଜିଂ ଫିଙ୍ଗଙ୍କୁ ବାଧ୍ୟବାଧକତାର କାର୍ଯ୍ୟାନୁଷ୍ଠାନ କରିବାକୁ ପଡିବ। କାରଣ ତୃତୀୟ ଥର ନିଜର କ୍ଷମତାକୁ ଅକ୍ତିଆର କରିବା ପାଇଁ ଜିଂ ଫିଙ୍ଗି ସମ୍ପୂର୍ଣ ରୂପରେ ପ୍ରସ୍ତୁତ। ଚୀନର ବର୍ତ୍ତମାନ ବହୁତ ସାଂଘାତିକ ଅଟେ। ଅର୍ଥନୈତିକ କ୍ଷେତ୍ରରେ ବହୁତ ସ୍ଥିତି ଖରାପ। ଚୀନରେ କିଛି ବ୍ୟାଙ୍କର ଅବସ୍ଥା ମଧ୍ୟ ଦୟନୀୟ ସ୍ଥିତିରେ ଅଛି। ଏସବୁ ମଧ୍ୟରେ ଚୀନ ସଂଘର୍ଷ କରୁଥିବାର ଦେଖାଦେଇଛି। ଏଭଳି ବାହାବରେ ନଂସିଙ୍ଗ ଭେଲୋସିଙ୍ଗଙ୍କ ଧମକ ସତ୍ବେ ତାଇୱାନ ଯିବା ଓ ଆସିବା ପରେ ଜିଂ ଫିଙ୍ଗ ଆହୁରି ସକ୍ରିୟ ହୋଇଯାଇଛନ୍ତି। ତେବେ ଜିଂ ଫିଙ୍ଗଙ୍କର ଭବିଷ୍ୟତ ଏହାରି ଉପରେ ମଧ୍ୟ ନିର୍ଭର କରୁଅଛି।

ପାକିସ୍ତାନର ଏଭଳି ସମୟରେ ଏମିତି ମନ୍ତବ୍ୟ ପାକିସ୍ତାନକୁ ଆଉ ଏକ ବିବାଦ ମଧ୍ୟକୁ ଟାଣିବା ଏକ ଅସୁବିଧା ସୃଷ୍ଟି କରିବା ବୋଲି ବିଚାର କରୁଛି। କାରଣ ଆଫଗାନିସ୍ଥାନରେ ତାଲିବାନ ଦାଖଲ କଲାପରେ ପାକିସ୍ତାନ ଏଥିରେ ମୁଖ୍ୟ ଭୂମିକା ନେଇଥିଲା। କିନ୍ତୁ ଏବେ ଆଲକାଏଦାର ଜବାହାରିକୁ ନେଇ ଆମେରିକା ଡ୍ରୋନ ମାଡ ଦ୍ଵାରା ମୃତ୍ୟୁ ଦଣ୍ଡ ଦେଇଥିବା ବେଳେ କିଛି ଲୋକଙ୍କ ମତରେ ପାକିସ୍ତାନ ଆମେରିକାକୁ ସହଯୋଗ କରିଥିଲା ବୋଲି କୁହାଯାଉଛି। କୁହାଯାଉଛିକି ପାକିସ୍ତାନ ଆମେରିକାକୁ ଜବାହାରିଙ୍କ ତଥ୍ୟ ଦେଇଥିଲା। କିନ୍ତୁ ପାକିସ୍ତାନ ଏହାକୁ ଖଣ୍ଡନ କରୁଅଛି। ପାକିସ୍ତାନର ଅର୍ଥନୈତିକ ଅବସ୍ଥା ପାଇଁ ବିଶ୍ଵ ବ୍ଯାଙ୍କ ସହିତ କାରବାର ବାଡିବ। ଏଥିରେ ସାହାଜ୍ୟ କେବଳ ଆମେରିକା କରିପାରିବ। କିନ୍ତୁ ପାକିସ୍ତାନ ଚୀନକୁ ମଧ୍ୟ ସହଯୋଗ କରୁଛି। ତେବ କହିବାକୁ ଗଲେ ପାକିସ୍ତାନ ପାଇ ଏକ ପ୍ରକାର ଅସୁବିଧା ହୋଇପାରେ।

ଆଗାମୀ ଦିନରେ ଭାରତ କେଉଁ ଭୂମିକା ନେଉଛି, ଆମେରିକାକୁ ସମର୍ଥନ କରିବା ପାଇଁ ଏକଥା ପୂର୍ବରୁ ଆଉ ଏକ ଖବର ସବୁଆଡେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି। କାରଣ ବର୍ତ୍ତମାନ ଭାରତ ସେନା ସହ ଆମେରିକା ସେନା ସମରାଭ୍ୟାସ କରୁଅଛି। ଉତ୍ତରାଖଣ୍ଡରେ ଏଲଏସି ଠାରୁ ୧୦୦ କିଲୋମିଟର ଦୂରରେ ଭାରତ ସେନା ସହିତ ଆମେରିକା ସେନା ମିଶି ଯୁଦ୍ଧାଭ୍ୟାସ କରୁଛନ୍ତି। ଏହି ଯୁଦ୍ଧାଭ୍ୟାସ ଅଗଷ୍ଟ ୧୪ ତାରିଖ ପର୍ଯ୍ଯନ୍ତ ଚାଲିବ ବୋଲି କୁହାଯାଉଛି।

odia sambada
Comments (0)
Add Comment