6-7 ଦିନ ପୁର୍ବରୁ ବର୍ଷାର ଭବିଷ୍ୟବାଣୀ କରିଥାଏ ଏହି ମନ୍ଦିର, ଏହାକୁ କିଏ ତିଆରି କରିଛନ୍ତି,କେହି ବି ଜାଣିନାହାନ୍ତି………

Mysterious Temple of Uttar Pradesh: ଭାରତ ରହସ୍ୟ ଭରା ଦେଶ ଅଟେ । ଏଠାରେ ଅଲଗା ଅଲଗା ରାଜ୍ୟରେ ଏପରି ଅନେକ ମନ୍ଦିର ରହିଛି, ଯାହା ନିଜ ଭିତରେ ଏତେ ରହସ୍ୟମୟୀ ଯେ ତାହା କେହି ବି ଜାଣିପାରି ନାହାନ୍ତି । ଏହି ରହସ୍ୟକୁ ଦେଖି ବିଦେଶୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାନ୍ତି । ରହସ୍ୟମୟ ମନ୍ଦିର ବିଷୟରେ କହିବାକୁ ଗଲେ କାନପୁରର ଭଗବାନ ଜଗନ୍ନାଥ ମନ୍ଦିର ମଧ୍ୟ ସାମ୍ନାକୁ ଆସିଥାଏ । ଏହି ମନ୍ଦିରର ସବୁଠାରୁ ବଡ଼ ରହସ୍ୟ ହେଉଛି ବର୍ଷାକୁ ନେଇ ଏହାର ଭବିଷ୍ୟବାଣୀ ଅଟେ । ଆସନ୍ତୁ ଏହି ମନ୍ଦିରର ଦର୍ଶନ କରିବା ।

ଦୂର ଦୁରାନ୍ତରୁ ଦର୍ଶନ କରିବାକୁ ଆସନ୍ତି ଲୋକମାନେ :-

ଉତ୍ତରପ୍ରଦେଶର କାନପୁରର ବେହେଟା ଗ୍ରାମରେ ଭଗବାନ ଜଗନ୍ନାଥଙ୍କ ଏକ ମନ୍ଦିର ଅବସ୍ଥିତ ଅଛି । ଏହା ଭିତରଗାଓଁ ବ୍ଲକ ଠାରୁ ମାତ୍ର 3 କିଲୋମିଟର ଦୂରରେ ରହିଛି । ଏହି ମନ୍ଦିରଟି ବହୁତ ପ୍ରସିଦ୍ଧ ଏବଂ ଦୂରଦୂରାନ୍ତରୁ ଲୋକମାନେ ଏଠାକୁ ଦର୍ଶନ କରିବାକୁ ଆସନ୍ତି । କୁହାଯାଏ ଯେ ଏହି ମନ୍ଦିର ବର୍ଷା ପୂର୍ବରୁ ଭବିଷ୍ୟବାଣୀ କରିଦେଇଥାଏ । ଏହି ମନ୍ଦିର ଆଖପାଖରେ ରହୁଥିବା ଲୋକମାନେ କୁହନ୍ତି ଯେ ବର୍ଷା ହେବାର 6-7 ଦିନ ପୂର୍ବରୁ ହିଁ ଏହି ମନ୍ଦିରର ଛାତରୁ ପାଣି ବୁନ୍ଦା ଝରିବା ଆରମ୍ଭ ହୋଇଥାଏ । ଲୋକମାନେ କୁହନ୍ତି ଯେ ଯେଉଁ ସାଇଜର ବୁନ୍ଦା ଝରିଥାଏ, ସେହିପରି ବର୍ଷା ହୋଇଥାଏ ।

ମନ୍ଦିରରେ ରହିଛି ଭଗବାନ ଜଗନ୍ନାଥଙ୍କ ମୂର୍ତ୍ତି :-

ଏହି ମନ୍ଦିରର ରହସ୍ୟ କେବଳ ବର୍ଷାର ଭବିଷ୍ୟବାଣୀ କରି ଶେଷ ହୁଏ ନାହିଁ । ଲୋକମାନେ କହିଛନ୍ତି ଯେ ବର୍ଷା ବନ୍ଦ ହେବା ପରେ ପରେ ମନ୍ଦିରର ଛାତ ଭିତରୁ ସମ୍ପୂର୍ଣ୍ଣ ଶୁଖିଯାଏ । ଏଠାରେ ଥିବା ବୃଦ୍ଧମାନେ କହିଛନ୍ତି ଯେ ମନ୍ଦିର ଯେ କେତେ ପୁରୁଣା ତାହା ଆଜି ପର୍ଯ୍ୟନ୍ତ କେହି କହିପାରିବେ ନାହିଁ । ମନ୍ଦିର ଭିତରେ ଭଗବାନ ଜଗନ୍ନାଥଙ୍କ ମୂର୍ତ୍ତି ରହିଛି ।

ଏହି ମୂର୍ତ୍ତିରେ ଆପଣ ଭଗବାନ ଶ୍ରୀ ହରି ବିଷ୍ଣୁଙ୍କର 24 ଅବତାର ଦେଖିପାରିବେ । ଏହି 24 ଅବତାରରେ କଳୀ ଯୁଗରେ ଅବତାର ନେଇଥିବା କଳ୍କୀ ଭଗବାନଙ୍କ ମୂର୍ତ୍ତି ମଧ୍ୟ ମନ୍ଦିରରେ ଉପସ୍ଥିତ । ଏହି ମନ୍ଦିରର ଶିଖରରେ ଗୋଟିଏ ଚକ୍ର ଲଗାଯାଇଛି, ଯେଉଁ କାରଣରୁ ଆଜି ପର୍ଯ୍ୟନ୍ତ ମନ୍ଦିର ତଥା ଏହାର ଆଖପାଖରେ ଆକାଶରୁ ବିଜୁଳି ମାରିନାହିଁ ।

odia sambada
Comments (0)
Add Comment