ଯଦି ଆପଣ ମୋବାଇଲରେ ପର୍ଣ୍ଣ ଭିଡିଓ ଦେଖୁଛନ୍ତି ତେବେ ସଜାଗ ହୋଇଯାଆନ୍ତୁ, ଏହିସବୁ ଉପାୟରେ ଆପଣ କ’ଣ ସର୍ଚ୍ଚ କରୁଛନ୍ତି ଧରାପଡ଼ିଯିବ !

ବର୍ତ୍ତମାନ ସମୟର ଡିଜିଟାଲ ଯୁଗରେ ନଗ୍ନତାର କିଛି ସ୍ୱାଦ ଚାଖିବା ପାଇଁ ହେଲେ କିଛି ବୈଷୟିକ ଓ ଆଇନଗତ ଜ୍ଞାନର ମଧ୍ୟ ଆବଶ୍ୟକତା ରହିଛି। ଭାରତ ନିଜର ବ୍ୟକ୍ତିଗତ ଆବଦ୍ଧ କୋଠରୀ ମଧ୍ୟରେ ଯୌନ ଉଦ୍ଦୀପକବିଶିଷ୍ଟ ଭିଡିଓ ଦେଖିବା ବେଆଇନ ନୁହେଁ ବୋଲି ୨୦୧୫ ମସିହାରେ ସୁପ୍ରିମକୋର୍ଟ ନିଜର ଏକ ରାୟ ପ୍ରକାଶ କରିଥିଲେ। ଭାରତର ସମ୍ବିଧାନ ଅନୁସାରେ, ଯଦି ଜଣେ ବ୍ୟକ୍ତି ନିଜେ ଏକା ନଗ୍ନ ଭିଡିଓ ଦେଖୁଥାଏ ତେବେ ଏହା ତାହାର ବ୍ୟକ୍ତିଗତ କଥା ଅଟେ। ଏହା ଉକ୍ତ ବ୍ୟକ୍ତିର ସ୍ୱାଧୀନତା ସମ୍ବନ୍ଧିତ ମୌଳିକ ଅଧିକାର ବର୍ଗ ମଧ୍ୟରେ ଆସିବ। ତେଣୁ କୌଣସି ବ୍ୟକ୍ତିର ମୌଳିକ ଅଧିକାରକୁ ଆଦୌ କ୍ଷୁର୍ଣ୍ଣ କରାଯାଇପାରିବ ନାହିଁ।

୨୦୧୫ ମସିହାରେ କେନ୍ଦ୍ର ସରକାରଙ୍କର ଟେଲିକମ୍ୟୁନିକେସନ ଡିପାର୍ଟମେଣ୍ଟ ୮୫୭ଟି ପର୍ଣ୍ଣ ସାଇଟ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ସରକାରଙ୍କ କହିବା ଅନୁସାରେ, ପର୍ଣ୍ଣ ସାଇଟରେ ନୈତିକତା ଓ ଶାଳୀନତାର ଉଲ୍ଲଘଂନ କରାଯାଉଛି। କିନ୍ତୁ ପରବର୍ତ୍ତୀ ସମୟରେ ସରକାର ଏକ ସ୍ପଷ୍ଟୀକରଣ ଦେବାକୁ ଯାଇ କହିଥିଲେକି ଯେଉଁ ସବୁ ପର୍ଣ୍ଣ ସାଇଟକୁ ବନ୍ଦ କରାଗଲା ସେ ପର୍ଣ୍ଣ ସାଇଟଗୁଡ଼ିକ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି। କେବଳ ଚାଇଲ୍ଡ ପର୍ନୋଗ୍ରାଫି ଥିବା ସାଇଟଗୁଡିକ ପାଇଁ ଏହିସବୁ ପ୍ରତିବନ୍ଧକ ଲଗାଯାଇଛି। ତେଣୁ ଏଥିରୁ ସ୍ପଷ୍ଟ ହୋଇପାରୁଛିକି ନଗ୍ନ ଭିଡିଓ ଦେଖିବାରେ କୌଣସି ପ୍ରକାର ସମସ୍ୟା ନାହିଁ। କିନ୍ତୁ ଏ ବିଷୟରେ ଯେଉଁ ଆଇନଗତ ଜ୍ଞାନ ଓ ବୈଷୟିକ ଜ୍ଞାନର ଆବଶ୍ୟକ, ତାହା ନିଶ୍ଚିତ ରହିବା ଜରୁରୀ।

ନ୍ୟୁଡ କଲ ଆଳରେ ଯଦି ଜଣେ ବ୍ୟକ୍ତି କୌଣସି ପ୍ରକାର ଆର୍ଥିକ କ୍ଷତି ସହିବ ତେବେ ସେ ଜେଲ ଯିବାର ଆଶଙ୍କା ମଧ୍ୟ ରହିଛି। ତେବେ ନଗ୍ନ ଭିଡ଼ିଓ ଦେଖିବାକୁ ଆମ ସଂସ୍କୃତି ଆମକୁ ଅନୁମତି ନ ଦେଉଥିଲେ ମଧ୍ୟ ଏଭଳି କିଛି କାର୍ଯ୍ୟକଳାପ ପ୍ରତି ମଣିଷର ଦୁର୍ବତଳା ରହିଛି। ଏହିସବୁ ଦୁର୍ବଳତା ଭିତରେ ମଣିଷ କେଉଁ ଆଦିମ କାଳରୁ ରହିଆସିଛି। ଆଉ ଏପରି ମାନସିକତାକୁ ସମ୍ପୂର୍ଣ୍ଣ ରୂପରେ ପରିବର୍ତ୍ତନ କରିବା ଏକ ପ୍ରକାର ଅସମ୍ଭବ ମଧ୍ୟ ଅଟେ। ତେଣୁ ଆଜିର ଏହି ଡିଜିଟାଲ ଯୁଗରେ ଏଭଳି ଆଗ୍ରହ ପ୍ରକାଶ କରୁଥିବା ବ୍ୟକ୍ତିମାନେ ଅନେକ ଗୁଡ଼ିଏ ସତର୍କତା ମଧ୍ୟ ଅବଲମ୍ବନ କରିବା ଉଚିତ।

ପ୍ରଥମ କଥା ହେଉଛିକି ବର୍ତ୍ତମାନ ସମୟରେ ମୋବାଇଲରେ ଆପଣ ଯାହା ବି କିଛି ଖୋଜୁଛନ୍ତି ଆଉ ଦେଖୁଛନ୍ତି, ସେ ସବୁ କିଛି ବର୍ଷପରେ ପାଦ ଚିହ୍ନ ପଡ଼ିବା ପରି ଇଣ୍ଟରନେଟର ଦୁନିଆରେ ନିଜର ଛାପ ଛାଡ଼ି ଯାଇଥାଏ। ତେଣୁ ଆପଣ ଯଦି ଇଣ୍ଟରନେଟରେ ଏଭଳି କିଛି ଅଶ୍ଳୀଳତା ଜିନିଷକୁ ଖୋଜୁଛନ୍ତି ବା ଦେଖୁଛନ୍ତି ତେବେ ସେ ସବୁ ତଥ୍ୟ ବିଷୟରେ କେହି ନ ଜାଣିବା ଦରକାର। ଆପଣଙ୍କର ଖୋଜିବା ତଥ୍ୟକୁ ଆଧାର କରି ଅନେକ ହ୍ୟାକର ଆପଣଙ୍କର ଦୁର୍ବଳତାକୁ ଟାର୍ଗେଟ କରି ଲୁଟିବା ପାଇଁ ଚେଷ୍ଟା କରିବେ। ସେହିପରି ଯଦି ଏମିତି କିଛି ଅଶ୍ଳୀଳ ଛାପ ଆପଣ ଆପଣଙ୍କର ମୋବାଇଲରେ ଛାଡ଼ୁଛନ୍ତି ଆଉ ପରବର୍ତ୍ତୀ ସମୟରେ ଆପଣଙ୍କର ପରିବାର ଲୋକ ଏହି ସବୁକୁ ଜାଣିପାରନ୍ତି ତେବେ ତାହା ଆପଣଙ୍କର ସମ୍ମାନରେ ନିଶ୍ଚିତ ଆଞ୍ଚ ଆଣିବ।

ବର୍ତ୍ତମାନ ଏକ ପ୍ରଶ୍ନ ହେଉଛି ଏହି ଛାପ କ’ଣ? ଏହା ହେଉଛି ଆପଣଙ୍କର ସର୍ଚ୍ଚ ହିଷ୍ଟ୍ରୀ ବା ଆପଣ କ’ଣ କ’ଣ ଜିନିଷ ମୋବାଇଲ ଜରିଆରେ ଖୋଜିବା ପାଇଁ ଚେଷ୍ଟା କରିଛନ୍ତି ସେ ସବୁର ତଥ୍ୟ। ତେଣୁ ଯଦି ଆପଣ ଇଣ୍ଟରନେଟରେ ଅଶ୍ଳୀଳ ଚିତ୍ର ବା ଭିଡ଼ିଓ ଦେଖୁଛନ୍ତି ତେବେ ତାହା ଆପଣଙ୍କର ମୋବାଇଲ ସର୍ଚ୍ଚ ହିଷ୍ଟ୍ରୀରେ ନ ରହିବା ଦରକାର। ଏଥିସହ ଯେତେବେଳେ ଏଭଳି କାର୍ଯ୍ୟକଳାପ କରୁଛନ୍ତି, ସେତେବେଳେ ମୋବାଇଲ ବ୍ରାଉଜରକୁ ଇନକଗ୍ନିଟୋ ମୋଡ ବା ପ୍ରାଇଭେଟ୍‌ ମୋଡ଼ ଓନ କରି ଦେଖନ୍ତୁ। ଆଉ ଏକ ଉପାୟରେ ନିଜକୁ ରକ୍ଷା କରିପାରିବେ।

ଆମେ ଇଣ୍ଟରନେଟକୁ ବ୍ୟବହାର କରିବା ସମୟରେ ଇଣ୍ଟରନେଟ୍‌ ବ୍ରାଉଜର(ଯଥା: କ୍ରୋମ, ମୋଜିଲା ଫାୟାରଫକ୍ସ ଇତ୍ୟାଦି) ବିଭିନ୍ନ ୱେବସାଇଟର କୁକିସ ବା ଛୋଟ ଛୋଟ ପ୍ରୋଗ୍ରାମକୁ ଆମ ମୋବାଇଲ/ କମ୍ପ୍ୟୁଟରରେ ଆଦିରେ ଇନଷ୍ଟଲ କରିଥାନ୍ତି। ଯାହା ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରକାର ବିଜ୍ଞାପନ ସଂସ୍ଥା ଦ୍ୱାରା ଲିକ ହୋଇଥାଏ। ଏଥିରେ ଆପଣଙ୍କର ଆକ୍ଟିଭିଟି ବା କାର୍ଯ୍ୟକଳାପ ମଧ୍ୟ ଟ୍ରାକ ହୋଇଥାଏ। ତେଣୁ ଏହି ପ୍ରାଇଭେଟ ମୋଡ ମଧ୍ୟ ଆପଣଙ୍କୁ କିଛି ପ୍ରକାର ସୁରକ୍ଷା ଦେଇପାରିବ।

ଇଣ୍ଟରନେଟର ଦୁନିଆରେ ସାଇବର ଆକ୍ରମଣ କରୁଥିବା ଅପରାଧୀ ବା ହ୍ୟାକରମାନଙ୍କ ଠାରୁ କେବଳ ଏହି ପ୍ରକାର ଉପାୟକୁ ଅବଲମ୍ବନ କଲେ ବଞ୍ଚିପାରିବେ ନାହିଁ। ତେଣୁ ଭର୍ଚୁଆଲ ପ୍ରାଇଭେଟ୍‌ ନେଟଓ୍ଵାର୍କ ବା (ଭିପିଏନ) ସେବା ମଧ୍ୟ ବ୍ୟବହାର କରିବା ଉଚିତ। ଏହାଦ୍ୱାରା ଆପଣଙ୍କର ପ୍ରକୃତ ଲୋକେସନ ବା ସ୍ଥାନକୁ କୌଣସି ଜଣେ ହ୍ୟାକର ସହଜରେ ମଧ୍ୟ ଜାଣିପାରିବ ନାହିଁ। ତେବେ କେବଳ ଏତିକି ଉପାୟ କଲେ ଆପଣ ସେଥିରୁ ମଧ୍ୟ ବର୍ତ୍ତିଯିବେ ତାହା ମଧ୍ୟ ନୁହେଁ। ଏହା ସତ୍ତ୍ୱେ ଯାହାବି ଆମେ ମୋବାଇଲ ଇଣ୍ଟରନେଟରେ କରୁଛୁ ତାହା ସବୁ ଗୁଗଲ, ଫେସବୁକ ପରି କମ୍ପାନୀ ଦ୍ୱାରା ଟ୍ରାକ ହୋଇଥାଏ।

ଏହିସବୁ ସତର୍କତା ପରେ ମଧ୍ୟ ଏହି ବଡ଼ ବଡ଼ କମ୍ପାନୀ ଆମର ସର୍ଚ୍ଚ ହିଷ୍ଟ୍ରିକୁ ମନେ ରଖିଦିଅନ୍ତି ଓ ସେମାନଙ୍କର ପ୍ଲାଟଫର୍ମରେ ବିଜ୍ଞାପନ ଦେଉଥିବା ଗ୍ରାହକମାନଙ୍କୁ ପ୍ରଦାନ କରନ୍ତି। ତେଣୁ ଏଭଳି ନ୍ୟୁଡିଟି ବା ନଗ୍ନତାରୁ ନିଜକୁ ରକ୍ଷା କରିବା ପାଇଁ ଆମେ ଆମର ପ୍ରାଇଭେସୀକୁ ଗୁରୁତ୍ୱ ଦେଉଥିବା ବ୍ରାଉଜରକୁ ବ୍ୟବହାର କରିବା ଉଚିତ। ମୋଜିଲା ଫାୟାରଫକ୍ସ ବ୍ରାଉଜର ଏମିତି ସୁରକ୍ଷା ଦେବାରେ ସବୁଠୁ ଆଗୁଆ ଅଛି ବୋଲି ତଥ୍ୟ କୁହେ। ଏହା ସହିତ ବ୍ରେଭ ନାମକ ବ୍ରାଉଜର ମଧ୍ୟ ଏହିପରି ଡାଟାର ସୁରକ୍ଷା କରିଥାଏ।

odia sambada
Comments (0)
Add Comment