ଏସିଆ କପ୍:ଏସିଆ କପ୍ ପାଇଁ ଭାରତୀୟ ଦଳରେ କେବଳ ତିନିଜଣ ଦ୍ରୁତ ବୋଲର,ପୁଣି ସେଥିରେ ୨ ଜଣ ନୂଆଁ ବୋଲୋର,ଦଳ ଉପରେ ପଡ଼ିବନି ତ ପ୍ରଭାବ

ଏସିଆ କପ ୨୦୨୨ ପାଇଁ ଭାରତୀୟ ଦଳ ଘୋଷିତ ହୋଇଛି|୧୫ ସଦସ୍ୟ ବିଶିଷ୍ଟ ଦଳରେ ଷ୍ଟାର ବ୍ୟାଟ୍ସମ୍ୟାନ୍ କୋହଲି ଓ ଉପ ଅଧିନାୟକ କେ ଏଲ୍ ରାହୁଲ ପ୍ରତ୍ୟାବର୍ତ୍ତନ କରିଛନ୍ତି|ଦ୍ରୁତ ବୋଲର ଯଶପ୍ରୀତ ବୁମରା ଓ ହର୍ଷଲ ପଟେଲ ଆହତ କାରଣରୁ ପ୍ରତିଯୋଗିତାରୁ ବାହାର ହୋଇଛନ୍ତି|ବୁମରା ଦଳରୁ ବାଦ‌ ପଡିବା ଏକ ଝଟକା କାରଣ ସେ ଭାରତୀୟ ବୋଲିଙ୍ଗ ୟୁନିଟର ଜୀବନ|

ଖାସ କଥା ଏହା ଯେ ଭାରତୀୟ ଦଳରେ ତିନିଜଣ ସ୍ପେଶାଲିଷ୍ଟ ଦ୍ରୁତ ବୋଲର ଭୁବନେଶ୍ୱର କୁମାର,ଆବେଶ ଖାନ୍ ଓ ଅର୍ଶଦୀପ ସିଂ ଙ୍କୁ ଜାଗା ମିଳିଛି ଯାହା ଆଶ୍ଚର୍ଯ୍ୟର ନିଷ୍ପତ୍ତି|ଯଦି ତିନିଙ୍କ ମଧ୍ୟରୁ କିଏ ଆହାତ ହୁଏ ଦଳର ସମସ୍ୟା ବଢି ଯାଇପାରେ|ଭୁବନେଶ୍ୱର ବହୁ ଅନୁଭବି ଅଟନ୍ତି କିନ୍ତୁ ଅର୍ଶଦୀପ ଓ ଆବେଶ ଖାଁ ଆନ୍ତର୍ଜାତିକ କ୍ରିକେଟରେ ଅନୁଭବି ନୁହନ୍ତି|ଆବେଶ ଖାନଙ୍କୁ ଚୟନ ଆଶ୍ଚର୍ଯ୍ୟର ନିଷ୍ପତ୍ତି କାରଣ ସେ କିଛି ଖାସ ପ୍ରଭାବିତ କରି ପାରି ନାହାଁନ୍ତି|ସେ ଇଣ୍ଡିଜ ବିରୁଦ୍ଧରେ ଟି-୨୦ ରେ ୧୦ରୁ ଉର୍ଦ୍ଧ୍ବ ଇକୋନୋମିରେ ରନ ଦେଇଥିଲେ|

ଭାରତୀୟ ଚୟନକର୍ତା‌ ଦଳରେ ୪ ଜଣ ସ୍ପିନର ରବି ବିସ୍ନୋଇ,ୟୁଜବେନ୍ଦ୍ର ଚହଲ, ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନୀ ଜାଗା ପାଇଛନ୍ତି|ଦୀପକ ହୁଡ଼ା ମଧ୍ୟ ସ୍ପିନ ବୋଲିଙ୍ଗ କରିବାରେ ସିଦ୍ଧହସ୍ତ|ପରମ୍ପରାଗତ ଭାବେ ସ୍ପିନ ସଫଳ ସାବ୍ୟସ୍ତ ହେବ ବୋଲି ଚୟନକର୍ତା ବୋଧହୁଏ ଏଭଳି କରିଛନ୍ତି|

ୟୁଏଇରେ ୨୭ ଅଗଷ୍ଟ ରୁ ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ହେବାକୁଥିବା ଏସିଆ କପ ୨୦୨୨ ରେ ୬ ଦଳ ଭାଗ ନେଵାକୁ ଯାଉଛନ୍ତି|ଶ୍ରୀଲଙ୍କା,ଗତ ଚାମ୍ପିଅନ ଭାରତ, ପାକିସ୍ତାନ, ବାଂଲାଦେଶ,ଓ ଆଫିଗାନିସ୍ତାନ ପୂର୍ବରୁ ଟୁର୍ଣ୍ଣାମେଣ୍ଟ ପାଇଁ କ୍ୱଲିଫାଏ କରିଛନ୍ତି|କ୍ୱଲିଫାଏ ଟୁର୍ଣ୍ଣାମେଣ୍ଟରେ ଶେଷ ଓ ଷଷ୍ଠ ଦଳ ନିର୍ଣ୍ଣୟ ହେବ|ଭାରତ ନିଜ ଅଭିଯାନ ପାରମ୍ପରିକ ପ୍ରତିଦ୍ବନ୍ଦି ପାକିସ୍ତାନ ସହ ଆରମ୍ଭ କରିବ|

ଭାରତୀୟ ଦଳ:
ରୋହିତ ଶର୍ମା (ଅଧିନାୟକ),କେ ଏଲ୍ ରାହୁଲ( ଉପ ଅଧିନାୟକ),ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦଵ,ଋଷଭ ପନ୍ଥ( ୱିକେଟ୍ କିପର),ଦୀପକ ହୁଡ୍ଡା,ଦୀନେଶ କାର୍ତ୍ତିକ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା,ଆର ଅଶ୍ୱିନ,ୟୁଜବେନ୍ଦ୍ର ଚହଲ,ରବି ବିଶ୍ନୋଇ, ଭୁବନେଶ୍ୱର କୁମାର,ଅର୍ଶଦୀପ ସିଂ,ଆଵେଶ ଖାନ୍

odia sambada
Comments (0)
Add Comment