ପୋଷ୍ଟ ଅଫିସ MIS: ନିଜ ପାର୍ଟନରଙ୍କ ସହିତ ଏହି ସ୍କିମରେ ଏକତ୍ରିତ ହୋଇ ଖୋଲନ୍ତୁ ଖାତା, ପ୍ରତିମାସରେ ପାଇବେ 4,950 ଟଙ୍କା !

ଆଜିକାଲି ସମସ୍ତେ ଟଙ୍କା ବଞ୍ଚାଇବାକୁ ଚାହୁଁଛନ୍ତି କାରଣ ବଢ଼ୁଥିବା ମହଙ୍ଗାଇ ଯୋଗୁଁ ଟଙ୍କାକୁ ସୁଚାରୁରୂପେ ଖର୍ଚ୍ଚ କରିବା ଆବଶ୍ୟକତା ରହିଛି। ଲୋକମାନେ କେମିତି ବି କରି ଅଧିକରୁ ଅଧିକ ଟଙ୍କା କମାଇ ଏହାକୁ ସେଭ କରିବାକୁ ଚାହୁଁଛନ୍ତି।

ଦେଶରେ ସରକାରଙ୍କ ଦ୍ୱାରା ଏମିତି ଅନେକ ଯୋଜନା ଚଲାଇ ଯାଉଛି ଯାହାକି ସାଧାରଣ ଜନତାଙ୍କ ପାଇଁ ଫାଇଦା ଆଣି ଦେଉଛି। ପ୍ରାୟତଃ ସମସ୍ତେ ଟଙ୍କା କମାଇବାକୁ ଚାହାଁନ୍ତି। ସମସ୍ତେ ଜାଣନ୍ତି କି, ବିବାହ ପରେ ଦାୟିତ୍ୱ ବଢ଼ିଯାଏ ଲୋକମାନେ କରଜରେ ବୁଡ଼ି ଯାଆନ୍ତି ଓ ଏଥିରୁ ବଞ୍ଚିବା ପାଇଁ ଟଙ୍କା ସେଭ କରିବା ବହୁତ ଜରୁରୀ ଅଟେ।

ଏଥିରେ ବଢ଼ୁଥିବା ଦାୟିତ୍ୱ ବହୁତ ସହଜରେ ପୁରା କରାଯାଇ ପାରିବ। ଆଜି ଆମେ ଆପଣଙ୍କୁ ପୋଷ୍ଟ ଅଫିସର ଏକ ଯୋଜନା ବିଷୟରେ କହିବାକୁ ଯାଉଛୁ। ଯେଉଁଥିରେ ଆପଣଙ୍କୁ ଟଙ୍କା ବଞ୍ଚାଇବାରେ ସାହାର୍ଯ୍ୟ ମିଳିପାରିବ।

ପୋଷ୍ଟ ଅଫିସରର MIS ସ୍କିମ:-

ପୋଷ୍ଟ ଅଫିସର ଏହି MIS ସ୍କିମ ବହୁତ ଲୋକପ୍ରିୟ ଅଟେ। ଆପଣଙ୍କୁ ଏହି MIS ସ୍କିମରେ ପ୍ରତିମାସରେ 4950 ଟଙ୍କା ଜମା କରିବାକୁ ହୋଇଥାଏ ଓ ପରେ କିଛିମାସ ପରେ ପ୍ରତିମାସରେ ଆପଣଙ୍କୁ 4950 ଟଙ୍କା ମିଳିବାକୁ ଲାଗେ। FD ଭଳି ଆପଣଙ୍କୁ ମଧ୍ୟ ଏଥିରେ ବଡ଼ ଆମଉଣ୍ଟ ରଖିବାକୁ ହୋଇଥାଏ।

MIS ରେ ରଖାଯାଉଥିବା ଟଙ୍କା 5 ବର୍ଷରେ ପରିପକ୍ଵ ହୋଇଯାଏ ଓ ଏହାପରେ ପ୍ରତ୍ୟେକ ମାସରେ ଆପଣଙ୍କୁ ମାସିକ ଟଙ୍କା ମିଳିବାକୁ ଲାଗେ। ପୋଷ୍ଟ ଅଫିସର ଏହି MIS ସ୍କିମରେ କୌଣସି ପ୍ରକାରର ଅସୁବିଧା ନଥାଏ। ଏଥିରେ ବହୁତ ଲାଭ ମଧ୍ୟ ଆପଣଙ୍କୁ ମିଳିଥାଏ।

ପୋଷ୍ଟ ଅଫିସର MIS ଯୋଜନାରେ ସିଙ୍ଗଲ ଓ ଜଏଣ୍ଟ ଦୁଇପ୍ରକାରର ଖାତା ଖୋଲାଯାଏ। ସେହିପରି ଏହି ଯୋଜନାରେ ଖାତା ନ୍ୟୁନତମ 1,000 ଟଙ୍କାରେ ଖୋଲି ପାରିବେ। ଏହାସହ ଏଥିରେ ସିଙ୍ଗଲ ଆକାଉଣ୍ଟ 4.5 ଲକ୍ଷ ଟଙ୍କାର ନିବେଶ କରାଯାଇପାରିବ। ସେହିପରି ଜଏଣ୍ଟ ଖାତାରେ ଏହି ମୂଲ୍ୟ ଦୁଇଗୁଣା ହୋଇଯାଏ। ମାନେ ଜଏଣ୍ଟ ଖାତାରେ 9 ଲକ୍ଷ ଟଙ୍କା ନିବେଶ କରାଯାଇପାରିବ।

MIS ଆକାଉଣ୍ଟ ଖୋଲିବାର ପ୍ରଣାଳୀ:-

– ପୋଷ୍ଟ ଅଫିସରେ ସର୍ବପ୍ରଥମେ ଆପଣଙ୍କୁ ଏକ ଖାତା ଖୋଲିବାକୁ ହେବ।

– ଏହାପରେ ପରିଚୟ ପତ୍ର ରୂପରେ ଆଧାରକାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ, ଭୋଟର କାର୍ଡ଼ ଦେବାକୁ ପଡ଼ିଥାଏ।

– ଏହାପରେ ଦୁଇ ପାସପୋର୍ଟ ଆକାରର ଫୋଟ ଆଡ଼ କରାଇବାକୁ ହେବ। ୟୁଟିଲିଟି ବିଲକୁ ଆଡ୍ରେସ ପ୍ରୁଫ ରୂପରେ ଆପଣ ବ୍ୟବହାର କରିପାରିବେ।

– ସର୍ବ ଶେଷରେ ଆପଣ ଏହି ଖାତାରେ 1000 ଟଙ୍କା ଜମା କରନ୍ତୁ ଓ ଆପଣଙ୍କ ଖାତା ଖୋଲିଯିବ।

odia sambada
Comments (0)
Add Comment