ବଳାତ୍କାର ହେବା ପରେ ଗର୍ଭବତୀ ହୋଇଯାଇଥିଲା 12 ବର୍ଷର ନିରୀହ ଝିଅ, 28 ବର୍ଷ ପରେ ଏହିପରି ଭାବରେ ଧରାପଡିଲା ବଲାତ୍କାରୀ, ଜାଣନ୍ତୁ ପୀଡ଼ିତାଙ୍କ ଯନ୍ତ୍ରଣାଦାୟକ କାହାଣୀ

ଆପଣ ଅପରାଧର ଅନେକ ପ୍ରକାରର ଘଟଣା ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ କାହାଣୀ କହିବାକୁ ଯାଉଛୁ, ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ଏବଂ ହୃଦୟ ତରଳାଇ ଦେବ । ବାସ୍ତବରେ ଗୋଟିଏ ଝିଅ ସହିତ ମାତ୍ର 12 ବର୍ଷ ବୟସରେ ହିଁ ଦୁଷ୍କର୍ମ ଭଳି ଘଟଣା ଘଟି ଯାଇଥିଲା । ଦୁଇଜଣ ନିଜ ଭାଇ ହିଁ ସେହି ଛୋଟ ଝିଅ ସହିତ ରେପ କଲେ । ଏହି ଘଟଣା ଛୋଟ ବୟସରେ ହିଁ ସେହି ନିରୀହ ଝିଅର କାନ୍ଧ ଉପରେ ବଡ ଦାୟିତ୍ଵ ପକାଇଦେଲା । ଏହାପରେ ପ୍ରାୟ ପ୍ରାୟ 26 ବର୍ଷ ପର୍ଯ୍ୟନ୍ତ ସେ ନିଜ ପିଲା ଠାରୁ ଅଲଗା ରହିଲା । କିନ୍ତୁ ବର୍ତ୍ତମାନ 28 ବର୍ଷ ପରେ ସମୟ ଚକ୍ର ବୁଲି ସାରିଛି । ବର୍ତ୍ତମାନ 28 ବର୍ଷ ପରେ ସେ ନିଜ ଯବାନ ପୁଅ ସହିତ ମିଶି ନ୍ୟାୟ ମାଗୁଛନ୍ତି ।

12 ବର୍ଷୀୟ ନିରୀହ ସହିତ ଦୁଷ୍କର୍ମ :-

ଅପରାଧର କିଛି କାହାଣୀ ଏପରି ମଧ୍ୟ ହୋଇଥାଏ, ଯାହାକୁ ବିଶ୍ୱାସ କରିବା ମଧ୍ୟ କଷ୍ଟକର ହୋଇପଡେ । ତାପରେ ଏହି କାହାଣୀ ତ ଅନେକ ଯନ୍ତ୍ରଣା ସହ ଜଡ଼ିତ । ଏମିତି ଏକ କାହାଣୀ, ଯେଉଁଥିରେ ଦୁଇଜଣ ରାକ୍ଷସ ଗୋଟିଏ ଛୋଟ ଝିଅକୁ ତାର ହୋସ ସମ୍ଭାଳିବା ପୂର୍ବରୁ ହିଁ ଚାପି ଦେଲେ । ମଣିଷ ପାଇଁ 12 ବର୍ଷର ସମୟ ଖେଳିବା ବୁଲିବା ଏବଂ ପାଠପଢ଼ା ପାଇଁ ହୋଇଥାଏ, କିନ୍ତୁ ଏ ବୟସରେ ସେ ରାକ୍ଷସ ଭାଇମାନେ 12 ବର୍ଷର ଛୋଟ ଭଉଣୀ ସହିତ ଭୟଙ୍କର ଘଟଣା ଘଟାଇଦେଲେ ।

କିନ୍ତୁ ପରେ ଏହି ଘଟଣା ସେତେବେଳେ ଆହୁରି ଆଗକୁ ବଢ଼ିଗଲା, ଯେତେବେଳେ ନିଜେ ଝିଅର ଘର ଲୋକମାନେ ଏବଂ ସମାଜ ମଧ୍ୟ ତାର ଆଘାତ ଉପରେ ମଲମ ଲଗାଇବା ଏବଂ ଦୋଷୀକୁ ଦଣ୍ଡ ଦେବା ବଦଳରେ ଓଲଟା ସେହି ଝିଅକୁ ଲୋକଲଜ୍ଜାକୁ ଦର୍ଶାଇ ସବୁକିଛି ଭୁଲି ଯିବାକୁ ପରାମର୍ଶ ଦେଲେ । ସେ ଝିଅ 28 ବର୍ଷ ପର୍ଯ୍ୟନ୍ତ ନିଜ ଆତ୍ମା ଉପରେ ଲାଗିଥିବା ଗୋଟିଏ ଗୋଟିଏ ଆଘାତକୁ ସିଲ୍ କରି ଦିନ କାଟିଲା । କିନ୍ତୁ କୁହନ୍ତି ନା ମଣିଷକୁ ନିଜ କଲା କର୍ମର ଦଣ୍ଡ ଏହି ଜୀବନରେ ହିଁ ଭୋଗିବାକୁ ପଡେ ।

ତେବେ ଯେଉଁ ଲୋକମାନେ 28 ବର୍ଷ ପୂର୍ବେ ଏହି ଝିଅ ସହିତ ଦୁଷ୍କର୍ମ କରିଥିଲେ, ବର୍ତ୍ତମାନ ସେମାନଙ୍କ କଳା ଅତୀତ ସେମାନଙ୍କ ଅପରାଧର ହିସାବ କରିବା ଆରମ୍ଭ କରିଦେଇଛି । ଆଇନ ସେହି ଦୁଇଜଣ ରାକ୍ଷସଙ୍କୁ ସେମାନଙ୍କ କଲା କର୍ମର ଦଣ୍ଡ ଦେବାକୁ ଯାଉଛି ।

ନିରୀହ ଝିଅ ସହିତ ବାରମ୍ବାର କରାଗଲା ବଳାତ୍କାର :-

ଏହି ଘୃଣ୍ୟ କାହାଣୀର ଆରମ୍ଭ 1994 ମସିହାରୁ ହୋଇଥାଏ । ଯେତେବେଳେ ଉତ୍ତରପ୍ରଦେଶର ଶାହଜହଁପୂରର ବାସିନ୍ଦା ଏହି ଝିଅ ନିଜ ଦିଦି ଏବଂ ଭେନେଇଙ୍କ ଘରେ ରହିବାକୁ ଯାଇଥିଲା । ଦିଦି ସ୍କୁଲ ଟିଚର ଥିଲେ ଏବଂ ଭେନେଇ ମଧ୍ୟ ସରକାରୀ ଚାକିରୀ କରୁଥିଲେ । କିନ୍ତୁ ସେମାନେ ନିଜ ନିଜ କାମରେ ଘରୁ ବାହାରିଯିବା ମାତ୍ରେ ତାଙ୍କ ଘର ପାଖରେ ରହୁଥିବା ଦୁଇଜଣ ଭାଇ ତାଙ୍କ ଘରକୁ ପଶି ଆସୁଥିଲେ ଏବଂ ସେହି ଛୋଟ ଝିଅ ସହିତ ବଳାତ୍କାର କରୁଥିଲେ ।

ଝିଅ ସହିତ ବଳାତ୍କାର କରୁଥିବା ସେହି ଦୁଇ ଭାଇ ବର୍ତ୍ତମାନ ସେହି ଝିଅ ମୁହଁ ଖୋଲିଲେ ତାର ଭଉଣୀ ଏବଂ ଭେନେ଼ଇ କୁ ଜୀବନରୁ ମାରିଦେବାକୁ ଧମକ ଦେବା ଆରମ୍ଭ କରିଦେଲେ ଏବଂ ତାପରେ ଏହି ଘଟଣା ଅନେକ ଦିନ ଧରି ଚାଲିଲା ଏବଂ ସେହି ନିରୀହ ଝିଅ ବଳାତ୍କାରର ଶିକାର ହୋଇଚାଲିଲା ।

2000 ମସିହାରେ ହୋଇଥିଲା ବିବାହ :-

ଏହି ବଳାତ୍କାର କାରଣରୁ ଝିଅଟି ଗର୍ଭବତୀ ହୋଇଗଲା । ଯେତେବେଳେ ଘରଲୋକଙ୍କ ସାମ୍ନାରେ ଏହି ରହସ୍ୟ ଖୋଲିଲା, ସେତେବେଳେ ଏହି ଅନ୍ୟାୟର ପ୍ରତିକାର କରିବା ବଦଳରେ ଓଲଟା ସେହି ନିରୀହ ଝିଅକୁ ଚୁପ୍ ରହିବାକୁ ପରାମର୍ଶ ଦେଲେ ଏବଂ ବଳାତ୍କାରରୁ ଜନ୍ମ ହୋଇଥିବା ପିଲାକୁ କୌଣସି ସମ୍ପର୍କୀୟଙ୍କୁ ଦେଇ ତାକୁ ସବୁକିଛି ଭୁଲିଯିବା ପାଇଁ ପରାମର୍ଶ ଦେଲେ । ତାପରେ ପରିବାର ଲୋକ ସବୁ କିଛି ଭୁଲିଯାଇ ନିଜକୁ ଧୋକା ଦେଇ 2000 ମସିହାରେ ଝିଅଟିର ବିବାହ କରାଇ ଦେଲେ । କିଛି ବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକ୍ ଚାଲିଲା ।

ସମ୍ପର୍କୀୟଙ୍କ ଘରେ ବଢୁଥିଲା ପିଲା :-

ସେପଟେ ସେହି ନିରୀହ ଝିଅର ପିଲା ନିଜ ସମ୍ପର୍କୀୟଙ୍କ ଘରେ ବଢ଼ିବାକୁ ଲାଗିଲା । ବଡ ହେବାକୁ ଲାଗିଲା, କିନ୍ତୁ ଏମିତି କାହାଣୀ ବା କେତେଦିନ ଲୁଚି ରହିବ ? ଦିନେ ସେହି ପିଲାକୁ ମଧ୍ୟ ନିଜ ଜୀବନର ସତ ଜଣା ପଡ଼ିଗଲା ଏବଂ ଝିଅର ସ୍ୱାମୀକୁ ମଧ୍ୟ ଜଣା ପଡ଼ିଗଲା । ବର୍ତ୍ତମାନ ସମାଜ ପୁଅକୁ ଏବଂ ପୁଅ ନିଜ ମାକୁ ନିଜ ବାପାକୁ ନେଇ ପ୍ରଶ୍ନ ପଚାରିବା ଆରମ୍ଭ କରିଦେଲା । ଯେପର୍ଯ୍ୟନ୍ତ ସେ ଛୋଟ ଥିଲା, ସେପର୍ଯ୍ୟନ୍ତ ତ ମା ଯେକୌଣସି ପ୍ରକାରେ ତାକୁ ଚୁପ୍ କରାଇ ଦେଉଥିଲା । କିନ୍ତୁ ପୁଅ ବଡ ହେବାପରେ ମା ପାଖରେ ତା ପ୍ରଶ୍ନର କୌଣସି ଉତ୍ତର ନଥିଲା ।

ତେବେ ନିଜ ସ୍ତ୍ରୀର ଅତୀତ ବିଷୟରେ ସ୍ଵାମୀ ଜାଣିବା ପରେ ତାକୁ ଘରୁ ବାହାର କରିଦେଲା । ଏହି ବିବାହରୁ ତାର ଗୋଟିଏ ପୁଅ ମଧ୍ୟ ହୋଇଥିଲା । ତେବେ ବର୍ତ୍ତମାନ ମହିଳା ହୋଇଥିବା ଏହି ଝିଅ ପୁଣିଥରେ ସେ ଛୋଟ ଛୁଆକୁ ଧରି ଏକୁଟିଆ ହୋଇଗଲା । କିନ୍ତୁ ତାର ବଡ ପୁଅ ବର୍ତ୍ତମାନ ନିଜ ମାକୁ ତା ସହ ହୋଇଥିବା ଅନ୍ୟାୟ ପାଇଁ ନ୍ୟାୟ ଦେବାକୁ ଛିଡା ହୋଇଗଲା । ପୁଅ ନିଜ ମାକୁ ନ୍ୟାୟ ପାଇଁ ଲଢ଼ିବା ପାଇଁ ସାହାସ ଦେଲା ଏବଂ ଏହି କାହାଣୀ ପୁରା 28 ବର୍ଷ ପରେ ଆଇନ ଶିଖରରେ ପହଞ୍ଚିଲା । ଏହିପରି 28 ବର୍ଷ ପରେ ବର୍ତ୍ତମାନ ଆଇନ ନିଜ କାମ କରିବା ଆରମ୍ଭ କରିଥିଲା ।

ମୁଖ୍ୟ ଆରୋପି ଫେରାର :-

ଏହି ମାମଲାରେ ନକି ହସନ୍ ସହିତ ତାର ସାନଭାଇ ରଜି ହସନ୍ ଉପରେ ଆରୋପ ଲାଗିଛି । ପୋଲିସ ସେମାନଙ୍କୁ ଗିରଫ କରିବା କଥା, କିନ୍ତୁ ବର୍ତ୍ତମାନ ସୁଦ୍ଧା ପୋଲିସ କେବଳ ରଜି ହସନକୁ ହିଁ ଧରିଛି, ଯେତେବେଳେକି ବଳାତ୍କାର କରିଥିବା ନମ୍ୱର୍ ୱାନ ଦୋଷୀ ବର୍ତ୍ତମାନ ଫେରାର ଅଛି ।

odia sambada
Comments (0)
Add Comment