ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା ; ବିରାଟ କୋହଲି ଓ କେଏଲ ରାହୁଲ ଭାରତୀୟ ଦଳକୁ କଲେ ପ୍ରତ୍ୟାବର୍ତ୍ତନ କିନ୍ତୁ ଏହି ଷ୍ଟାର ଖେଳାଳି ବାହାର

ଏସିଆ କପ 2022 ପାଇଁ ଟିମ ଇଣ୍ଡିଆର ଘୋଷଣା କରାଯାଇଛି। ମୁଖ୍ୟ ଚୟନକର୍ତା ଚେତନ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଠାରେ 15 ଜଣିଆ ଭାରତୀୟ ସଦସ୍ୟଙ୍କୁ ଚୟନ କରାଯାଇଛି। ଭାରତୀୟ ଦଳରେ ବିରାଟ କୋହଲି ଓ ଉପ-ଅଧିନାୟକ କେଏଲ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ସେହିପରି। ଦ୍ରୁତ ବୋଲର ଯଶପ୍ରୀତ ବୁମରା ଆହତ କାରଣରୁ ବାଦ ପଡ଼ିଛନ୍ତି।

ଏସିଆ କପ ପାଇଁ ଭାରତୀୟ ଦଳ:-

ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଦୀପକ ହୁଡ଼ା, ଦୀନେଶ୍ କାର୍ତ୍ତିକ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଆର ଅଶ୍ୱିନ, ଚହଲ, ରବି ବିଷ୍ଣଇ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ, ଆଭେଶ ଖାନ।

ଷ୍ଟାଣ୍ଡବାଇ ରେ ରହିଛନ୍ତି ଏହି ଖେଳାଳି:-

ବିସିସିଆଇ ନିଜର ଆଉଏକ ଟ୍ୱିଟ ଜରିଆରେ କହିଛି, ଯଶପ୍ରୀତ ବୁମରା ଓ ହର୍ଷଲ ପଟେଲଙ୍କୁ ଆହତ କାରଣରୁ ବାଦ ଦିଆଯାଇଛି ଓ ବେଙ୍ଗାଲୁରୁରେ ତାଙ୍କୁ ରିହ୍ୟାବ ପାଇଁ ପଠାଯାଇଛି। ତିନି ଖେଳାଳି ଅକ୍ଷର ପଟେଲ, ଶ୍ରେୟାସ ଆୟର ଓ ଦୀପକ ଚହରଙ୍କୁ ଷ୍ଟାଣ୍ଡବାଇରେ ରଖାଯାଇଛି।

ଦଳରେ କେବଳ ତିନିଜଣ ଦ୍ରୁତ ବୋଲର:-

ଖାଆସ କଥା ଏହା ଅଟେ କି, ଭାରତୀୟ ଦଳରେ ଦ୍ରୁତ ବୋଲର ଭୁବନେଶ୍ୱର କୁମାର, ଆଭେଶ ଖାନ ଓ ଅର୍ଶଦୀପ ସିଂହଙ୍କୁ ସ୍ଥାନ ମିଳିଛି। ଏହାସହ ଚାରିଜଣ ସ୍ପିନର, ବିଷ୍ଣଇ, ଚହଲ, ଜାଡେଜା ଓ ଅଶ୍ୱିନଙ୍କୁ ସ୍ଥାନ ମିଳିଛି। ବୋଧହୁଏ ୟୁଏଇର ସ୍ପିନିଂ କଣ୍ଡିସନକୁ ଧ୍ୟାନରେ ରଖି ଏହିପରି ଚୟନକର୍ତା ନିଷ୍ପତ୍ତି ନେଇଛନ୍ତି।

କାର୍ତିକ ଓ ହୁଡ଼ା ମଧ୍ୟ ଦଳରେ ସାମିଲ:-

ବିରାଟ କୋହଲିଙ୍କୁ ୱେଷ୍ଟଇଣ୍ଡିଜ ଓ ଜିମ୍ବାୱେ ଗସ୍ତରୁ ଆରାମ ମିଳିଥିଲା। କିନ୍ତୁ ଏବେ ତାଙ୍କର ଟିମରେ ପ୍ରତ୍ୟାବର୍ତ୍ତନ ହୋଇଛି। ଉପ-ଅଧିନାୟକ କେଏଲ ରାହୁଲ ଆହତରୁ ରିହ୍ୟାବ ହୋଇ ଦଳକୁ ଫେରିଛନ୍ତି। ଏହାସହ ଋଷଭ ପନ୍ତ, ଦୀପକ ହୁଡ଼ା ଓ ଦୀନେଶ କାର୍ତ୍ତିକଙ୍କୁ ଦଳରେ ସ୍ଥାନ ମିଳିଛି। ଏହାସହ ଶ୍ରେୟାସ ଆୟରଙ୍କୁ ଖରାପ ଫର୍ମ କାରଣରୁ ଦୀପକ ଚହର ଓ ଅକ୍ଷର ପଟେଲଙ୍କ ସହିତ ଷ୍ଟାଣ୍ଡବାଇରେ ରଖାଯାଇଛି।

ଅଗଷ୍ଟ 27 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟୁର୍ଣ୍ଣାମେଣ୍ଟ:-

ଅଗଷ୍ଟ 27 ରୁ ସେପ୍ଟେମ୍ବର 11 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏସିଆ କପରେ 6ଟି ଦଳ ଭାଗନେବେ। ଏଥିରେ ଶ୍ରୀଲଙ୍କା, ଭାରତ, ପାକିସ୍ତାନ, ବଙ୍ଗଳାଦେଶ, ଆଫଗାନିସ୍ତାନ ପୂର୍ବରୁ ହିଁ କ୍ବାଲିଫାଇ କରିସାରିଛନ୍ତି। କ୍ବାଲିଫାଇଙ୍ଗ ଟୁର୍ଣ୍ଣାମେଣ୍ଟ ପରେ ପଞ୍ଚମ ଓ ଷଷ୍ଠ ଦଳ ବଛାଯିବ। କ୍ୱାଲିଫାଇ ଟୁର୍ଣ୍ଣାମେଣ୍ଟ ଅଗଷ୍ଟ 20 ରୁ ଆରମ୍ଭ ହେବ ଯେଉଁଥିରେ ହଙ୍ଗକଙ୍ଗ, କୁଏତ, ସିଙ୍ଗାପୁର ଓ ୟୁଏଇ ଭଳି ଟିମ ସାମିଲ ରହିଛନ୍ତି।

odia sambada
Comments (0)
Add Comment