ଶୁଆ ନାମରେ ଅଭିଯୋଗ ଆଣିଲେ ୭୨ ବର୍ଷୀୟ ବୃଦ୍ଧ,ଜାଣନ୍ତୁ କାରଣ ….

ପୋଲିସ ଚାକିରୀ ମଧ୍ୟ ବହୁତ ଅଦ୍ଭୁତ ହୋଇଥାଏ। ସେମାନଙ୍କ ପାଖକୁ ନିତିଦିନ କୌଣସି ନା କୌଣସି କେସ ଆସିଥାଏ। ଏହି କେସ କିଛି ଗମ୍ଭୀର ହୋଇଥିବା ବେଳେ ଆଉକିଛି ଏମିତି ମାମୁଲି ହୋଇଥାଏ ଯେ, ଯାହାଦ୍ୱାରା ପୋଲିସକୁ ନିଜ ମୁଣ୍ଡରେ ହାତ ଦେବାକୁ ପଡ଼ିଥାଏ। ଏବେ ମହାରାଷ୍ଟ୍ରର ପୁନେ ସହରର ଏହି ଅଦ୍ଭୁତ ମାମଲାକୁ ହିଁ ନିଅନ୍ତୁ। ଏଠାରେ ଜଣେ ବ୍ୟକ୍ତି ଥାନାକୁ ଶୁଆ ବିରୁଦ୍ଧରେ ଅଭିଯୋଗ ନେଇ ଆସିଛି।

ଶୁଆ ବିପକ୍ଷରେ ଅଭିଯୋଗ ଆଣି ଥାନାରେ ପହଞ୍ଚିଲେ ବୃଦ୍ଧ ବ୍ୟକ୍ତି:-

ଥାନାକୁ ଆସିଥିବା ବ୍ୟକ୍ତି ଶୁଆ ଉପରେ ବହୁତସାରା ଅଭିଯୋଗ ଲଗାଇଥିଲେ। ବୃଦ୍ଧଙ୍କ କହିବାହେଲା ସେ ବହୁତ ଶୋର ମଚାଉଛି ଓ ତାଙ୍କୁ ଶାନ୍ତିରେ ରହିବାକୁ ଦେଉନାହାଁନ୍ତି। ଏପରିକି ବୃଦ୍ଧଙ୍କ କହିବାହେଲା ସେ ତାଙ୍କୁ ଦେଖି ସିଟି ମଧ୍ୟ ମାରୁଛନ୍ତି। ବ୍ୟକ୍ତି ଜଣକ ଆଗକୁ କହିଲେ, ମୁଁ ଏହି ଶୁଆକୁ ନେଇ ବହୁତ ସମସ୍ୟାରେ ପଡ଼ିଯାଇଛି। ଆପଣ ଏହାର କିଛି କରନ୍ତୁ। ବ୍ୟକ୍ତିଙ୍କ ଅଭିଯୋଗ ଶୁଣିବାପରେ ପୋଲିସ ତାଙ୍କୁ ଆଶ୍ୱାସନା ଦେଲେ କି, ସେ ଏହାର କାର୍ଯ୍ୟବାହୀ କରାଇବେ।

ଶୁଆ ବିପକ୍ଷରେ ମାମଲା ଦର୍ଜ କରିଥିବା ବ୍ୟକ୍ତିଙ୍କ ବୟସ 72 ବର୍ଷ ଅଟେ ଓ ତାଙ୍କ ନାମ ଅଙ୍କୁଶ ସିଂଦେ ଅଟେ। ତାଙ୍କର କହିବାହେଲା ତାଙ୍କ ତାଙ୍କ ପଡ଼ୋଶୀରେ ଆକବର ନାମକ ଜଣେ ବ୍ୟକ୍ତି ରହୁଛନ୍ତି ଓ ତାଙ୍କର ଏକ ଶୁଆ ଅଛି। ମୁଁ ଯେତେବେଳେ ବି ବାହାରକୁ ଯାଏ କି ଆସେ ଏହି ଶୁଆ ମତେ ଦେଖି ଚିଲାଇବାକୁ ଲାଗେ ଯେଉଁଥିରେ ମତେ ବହୁତ ସମସ୍ୟା ହୋଇଥାଏ।

ଶୁଆ ମାଲିକଙ୍କ ସହିତ ହୋଇଥିଲା ଯୁକ୍ତିତର୍କ:-

ବୟସ୍କ ବ୍ୟକ୍ତି ଜଣକ ନିଜ ପଡ଼ୋଶୀ ଆକବରଙ୍କୁ ଶୁଆକୁ ଅନ୍ୟ ଜାଗାରେ ରଖିବାକୁ କହିଥିଲେ କିନ୍ତୁ ସେ ଓଲଟା ତାଙ୍କ ସହିତ ଖରାପ ବ୍ୟବହାର କଲା ଓ ଯୁକ୍ତିତର୍କ କରିଥିଲା। ଏହାସହ ସେ ବ୍ୟକ୍ତିଙ୍କୁ ମାରିଦେବାର ଧମକ ମଧ୍ୟ ଦେଇଥିଲା। ଯେଉଁଥିରେ ବ୍ୟକ୍ତି ଜଣକ ବର୍ତ୍ତମାନ ପୋଲିସର ସାହାର୍ଯ୍ୟ ନେବାକୁ ଆସିଛନ୍ତି।

ଏହାପରେ ପୋଲିସ ଶୁଆଟିର ମାଲିକଙ୍କୁ ଥାନାକୁ ଡ଼କାଇ ତାଙ୍କୁ ୱାର୍ନିଂ ଦେଇ ଛାଡ଼ିଥିଲେ। ଏବେ ଏହି ମାମଲା ସେଠାରେ ଚର୍ଚ୍ଚାର ବିଷୟ ହୋଇଯାଇଛି। ଜଣାଇଦେଉଛୁ କି, ଜାନୁଆର ମାନଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବା ଏହା କୌଣସି ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ମଧ୍ୟ ମଧ୍ୟପ୍ରଦେଶରେ ଜଣେ ବ୍ୟକ୍ତି ମଇଁଷିର ଅଭିଯୋଗ ନେଇ ଥାନାରେ ପହଞ୍ଚିଥିଲେ।

odia samachara
Comments (0)
Add Comment