ବିବାହ ବେଦି ପାଖରେ ସାତଘେରା ନେଉଥିବା ସମୟରେ ସୃଷ୍ଟି ହେଲା ହଙ୍ଗାମା,କନ୍ୟା ନାମ ଶୁଣି ବାହା ହେବାକୁ ମନା କରିଦେଲା ବର,ଜାଣନ୍ତୁ ପୁରା ଘଟଣା

ପ୍ରତ୍ୟେକ ଦିନ ଆମ ଦେଶରେ ବହୁତ ସାରା ବିବାହ ଚାଲିଛି ଏବଂ କିଛି ବିବାହ ସୁରୁଖୁରୁରେ ହୋଇଯାଉଥିବା ବେଳେ କିଛି ବିବାହରେ ବାଧା ସୃଷ୍ଟି ହେଉଛି ଓ ବିବାହ ଭାଙ୍ଗି ଯାଉଛି। ବିବାହ ଭାଙ୍ଗିବାର ମୁଖ୍ୟ କାରଣ ଯଥାକ୍ରମେ: ବର ମଣ୍ଡପ ଉପରକୁ ନିଶାରେ ଆସିବା, ଯୌତୁକ ଦାବି, ବାହାଘର ସମୟରେ ପ୍ରେମିକ କିମ୍ବା ପ୍ରେମିକା ହାଜିର ହୋଇଯିବା। ବର ଓ କନ୍ୟା ଜଣେ ଆଉଜଣଙ୍କୁ ପସନ୍ଦ ନକରିବା ଇତ୍ୟାଦି ସବୁ ହୋଇଥାଏ।

କଣ ଆପଣ ଜାଣିଛନ୍ତି କି, ଗୋଟିଏ ବିବାହ କେବଳ ଏଥିପାଇଁ ବନ୍ଦ ହୋଇଗଲା କାରଣ ବରକୁ କନ୍ୟାର ନାମ ପସନ୍ଦ ଆସିଲାନାହିଁ। ଉତ୍ତର ପ୍ରଦେଶର ମୈନୀପୁରୀର ଏହି ବାହାଘରରେ ବର ଯେତେବେଳେ କନ୍ୟା ନାମ ଶୁଣିଲା ସେତେବେଳେ ସେ ଆଶ୍ଚର୍ଯ୍ୟ ରହିଗଲା। ଏହାପରେ ସେ ତୁରନ୍ତ ବିବାହକୁ ଭାଙ୍ଗିଦେଲା। ତଥାପି କନ୍ୟା ବରକୁ ବିବାହ କରିବାକୁ ଚାହୁଁଥିଲା। ଏହି ମାମଲା ଥାନା ଯାଏଁ ପହଞ୍ଚିଗଲା ଓ ଏହାପରେ ଯାହାହେଲା ଆସନ୍ତୁ ଜାଣିବା…

ବିବାହକୁ ନେଇ ଖୁସିଥିଲେ ବର:-

ଜବର ସିଂହ ନାମକ ଏହି ବ୍ୟକ୍ତି ନିଜ ବିବାହରେ ବହୁତ ଖୁସି ଥିଲା। ସେ ଜାଟବାହାନର ବାସିନ୍ଦା ଥିଲା। ଏହାମଧ୍ୟରେ ତାଙ୍କର ଭେଟ ଫିରୋଜାବାଦ ଥାନା ସିରସାଗଞ୍ଜ କ୍ଷେତ୍ରର ବାଛେମାଈରେ ରହୁଥିବା ପତି ପତ୍ନୀ ସୁଜାନ ସିଂହ ଓ ଗୀତା ଦେବୀଙ୍କ ସହିତ ହୋଇଥିଲା। ଏହି ଦମ୍ପତି ମଧ୍ୟସ୍ଥି ହୋଇ ଲୋକଙ୍କୁ ବିବାହରେ ଝିଅଙ୍କୁ ଦେଖାନ୍ତି। ସୁଜାନ ସିଂହ ଜବରଙ୍କୁ ଏକ ସୁନ୍ଦର କନ୍ୟା ଦେଖାଇଥିଲେ। ଜବର ସିଂହ କନ୍ୟାକୁ ଦେଖୁଦେଖୁ ହଁ କହିଦେଲେ ଓ ବିବାହ ପାଇଁ ରାଜି ହୋଇଗଲେ।

ଅଗଷ୍ଟ 5 ତାରିଖରେ ମନ୍ଦିରରେ ବିବାହର କାର୍ଯ୍ୟକ୍ରମ ରଖାଯାଇଥିଲା। ମଧ୍ୟସ୍ଥି ସୁଜାନ ସିଂହ ଓ ଗୀତା ଦେବୀ କନ୍ୟାଙ୍କୁ ନେଇ ଆସିଥିଲେ। ବିବାହର ସମସ୍ତ ପ୍ରଣାଳୀ ଆରମ୍ଭ ହେଲା ଓ ବିବାହ ସମୟରେ ମଧ୍ୟସ୍ଥି ଜବର ସିଂହଙ୍କୁ 50 ହଜାର ଟଙ୍କା ଦାବି କରିଥିଲେ। ଏତେ ଟଙ୍କା ଶୁଣି ଜବର ସିଂହ ମନା କରିଦେଲେ। କନ୍ୟା ବିବାହ ପାଇଁ ପ୍ରସ୍ତୁତ ଥିଲେ। ଏହାପରେ ମଧ୍ୟସ୍ଥି ଥାନାରେ ଅଭିଯୋଗ ପାଇଁ ଯାଇଥିଲେ।

କନ୍ୟାର ନାମ ଶୁଣିବାପରେ ବିବାହ କରିବାକୁ ମନା କରିଦେଲା ବ୍ୟକ୍ତି:-

ଏଠାରେ ପଚରା ଉଚରା ସମୟରେ ପୋଲିସ ଯେତେବେଳେ କନ୍ୟାଙ୍କ ନାମ ପଚାରିଥିଲେ ସେତେବେଳେ କନ୍ୟା କହିଥିଲେ ତାଙ୍କ ନାମ ରୁଖସାନା ଅଟେ ଓ ଏହାଶୁଣି ବର ତୁରନ୍ତ ବିବାହ କରିବାକୁ ମନା କରିଦେଲା। ବରପକ୍ଷଙ୍କ କହିବାହେଲା ମଧ୍ୟସ୍ଥି ତାଙ୍କୁ ଝିଅର ନାମ ରୁବି ବୋଲି କହିଥିଲେ ଓ ବର୍ତ୍ତମାନ ତାଙ୍କ ସହ ଧୋଖା ହୋଇଯାଇଛି। ଏହି ଝିଅଟି ଅନ୍ୟ ସମ୍ପ୍ରଦାୟର ଅଟେ। ବର ଏହାପରେ ବିବାହ କରିବାକୁ ମନା କରିଦେଲେ କିନ୍ତୁ କନ୍ୟା ବିବାହ କରିବାକୁ ଇଛା ଜତାଇଥିଲେ।

ମଧ୍ୟସ୍ଥି ବତାଇଥିଲେ କି, ରୁଖସାନା ଚନଦୋୖଲିରେ ରୁହନ୍ତି। ତାଙ୍କର ବାପା ମାଆଙ୍କ ମୃତ୍ୟୁପରେ ତାଙ୍କୁ ଘରୁ ବାହାର କରିଦିଆଗଲା ଓ ଆମେ ଏହା ଜାଣିବାପରେ ତାକୁ ବିବାହ ପାଇଁ ନେଇଆସିଲୁ। ଏହି ଭାବପ୍ରବଣ କାହାଣୀ ଶୁଣିବାପରେ ମଧ୍ୟ ବର ବିବାହ କରିବାକୁ ମନା କରିଦେଲେ।

ଏହାପରେ ପୋଲିସ ଚନଦୋୖଲିରେ ରହୁଥିବା କନ୍ୟାଙ୍କ ପରିଜନକୁ ସୂଚନା ଦେଲେ। ଏସଓ ଜ୍ୟାକବ ଫରନାଣ୍ଡିଜ ଅନୁସାରେ ଯେତେବେଳେ କନ୍ୟାର ଭାଇ ଆସିବେ ସେତେବେଳେ ଏହାକୁ ନେଇ ଆଲୋଚନା କରାଯିବ।

odia sambada
Comments (0)
Add Comment