ଇଣ୍ଡିଜର ଅଲରାଉଣ୍ଡର କିରନ ପୋଲାର୍ଡ ଘରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା,କହିଲେ – “କିଙ୍ଗଙ୍କ” ବିନା କେରିବିୟନ ଟ୍ରିପ ଅଧୁରା ………

ଭାରତୀୟ ଦଳର ଜବରଦସ୍ତ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଦମଦାର ବ୍ୟାଟିଂ ସହ ବୋଲି ପାଇଁ ଜଣାଶୁଣା|ଏଵେ ଭାରତୀୟ ଦଳ ଟି-୨୦ ସିରିଜ ଖେଳିବା ପାଇଁ ଇଣ୍ଡିଜ ଗସ୍ତ କରିଛନ୍ତି|ଭାରତୀୟ ଦଳର ବେହତରୀନ ଅଲରାଉଣ୍ଡର ପାଣ୍ଡ୍ୟା ଏହି ବ୍ରେକ ସମୟରେ କେରିବିଆନ କ୍ରିକେଟର କିରନ ପୋଲାର୍ଡ ଘର ଯାଇ ଦେଖା କରିଛନ୍ତି|ଏହାସହ ପରିବାରର ଅନ୍ୟାନ୍ୟ ସଦସ୍ୟ ସହ ଭେଟିଛନ୍ତି|ହାର୍ଦ୍ଦିକ ବହୁ ସମୟ ଧରି କିରନଙ୍କ ସହ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ ଦଳ ପକ୍ଷରୁ ଖେଳିଥିଲେ|ଦୁହେଁ ଭଲ ଦୋସ୍ତ ଅଟନ୍ତି|

ସୂଚନାଯୋଗ୍ୟ ଇଣ୍ଡିଜ ଗସ୍ତରେ ପାଣ୍ଡ୍ୟା ତାଙ୍କ ବନ୍ଧୁ ସହ ମିଳିବା ପାଇଁ ତାଙ୍କ ଘରେ ପହଞ୍ଚିଲେ ଓ ପୋଲାର୍ଡ ଓ ତାଙ୍କ ପରିବାର ସହ କିଛି ସମୟ ଅତିବାହିତ କରିଥିଲେ|ଏଵେ ଏହି ଖେଳାଳି ଗୁଜରାଟର କ୍ୟାପଟେନ ଅଟେ|ଦୁଇ ଖେଳାଳୀଙ୍କ ମଧ୍ୟରେ ମୁମ୍ବାଇ ସମୟରେ ଭଲ ଦୋସ୍ତି ଥିଲା|ଏଵେ ଦୁହିଁଙ୍କ ଭେଟାଭେଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି|

ସୂଚନାନୁସାରେ ପାଣ୍ଡ୍ୟା ସୋସିଆଲ ମିଡିଆରେ ବହୁ ଆକ୍ଟିଭ ରହନ୍ତି ଓ ସବୁଦିନ ଫଟୋ ସେୟାର କରିଥାନ୍ତି|ସେ ପୋଲାର୍ଡ ସହ ହୋଇଥିବା ଭେଟର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି|ଏହା ସେୟାର କରି ସେ ଲେଖିଛନ୍ତି କେରିବିଆନ ଟ୍ରିପ ବିନା “କିଙ୍ଗଙ୍କ” ଘର ଅଧୁରା ଅଟେ…ପୋଲୋ ଓ ତାଙ୍କ ପରିବାରର ଆତିଥ୍ୟସେବା ପାଇଁ ଧନ୍ୟବାଦ|

ପାଣ୍ଡ୍ୟାଙ୍କ ଦ୍ୱାରା ସେୟାର ହୋଇଥିବା ଏହି ଫଟୋ ଫଲୋୟରଙ୍କ ଦ୍ଵାରା ବହୁ ପସନ୍ଦ କରୁଛନ୍ତି ଓ ଏଥିରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|ଏଥିରେ ସେ କଳା ରଙ୍ଗର ସାର୍ଟ ଓ ଗ୍ରେ ରଙ୍ଗର ଲୋୟର ପିନ୍ଧିଛନ୍ତି|

ସୂଚନାଯୋଗ୍ୟ ୨୦୨୨ ରେ ପାଣ୍ଡ୍ୟା ଆଇପିଏଲ ମୁମ୍ବାରରୁ ଦଳ ଛାଡ଼ି ଗୁଜୁରାଟ ଟାଇଟନ ସହ ଯୋଡି ହୋଇଥିଲେ|କିଛି ସମୟ ପରେ ସେ ଦଳର ଅଧିନାୟକ ହୋଇଥିଲେ ଓ ଦମଦାର ଅଧିନାୟକତ୍ୱ ଫଳରେ ଦଳକୁ ଚାମ୍ପିଅନ କରିଥିଲେ|ତାଙ୍କ ପାଇଁ ଲକି ସାବ୍ୟସ୍ତ ହେଲା ଓ ଦମଦାର ବୋଲିଙ୍ଗ ଦେଖାଇ ଭାରତୀୟ ଦଳକୁ ପୁଣି ପ୍ରତ୍ୟାବର୍ତ୍ତନ କରିଥିଲେ ଓ ଏଵେ ଦଳରେ ଅଲରାଉଣ୍ଡର ଭାବେ ନିର୍ବାହ କରୁଛନ୍ତି|

odia sambada
Comments (0)
Add Comment