ଘରେ ନିଜେ ନିଜେ ପ୍ରସ୍ତୁତ ହୋଇ ପ୍ରଥମ ପ୍ରୟାସରେ ପୋଲିସ ଅଫିସର ହେଲେ ଅନିତା, ଜାଣନ୍ତୁ ଅନିତାଙ୍କ ସଫଳତାର କାହାଣୀ,ଆପଣଙ୍କ ହୋଇପାରେ ବହୁତ ପ୍ରେରଣାଦାୟକ

ଆଜିର ଦୁନିଆରେ ଝିଅ ପୁଅ ମାନଙ୍କ କାନ୍ଧରେ କାନ୍ଧ ମିଶାଇ ଚାଲିବାରେ ଲାଗିଛନ୍ତି କେବଳ ରୋଷେଇ ଘରେ ନୁହେଁ ବରଂ ସେ ବର୍ତ୍ତମାନ ନୂଆ ନୂଆ ସଫଳତା ଛୁଇଁବାରେ ଲାଗିଛନ୍ତି। ହୁଏତ କଥା ପାଠପଢ଼ାର ହେଉ କିମ୍ବା ଖେଳକୁଦର ପ୍ରତ୍ୟେକ କ୍ଷେତ୍ରରେ ଝିଅ ପିଲା ଆଗକୁ ବଢ଼ିବାରେ ଲାଗିଛନ୍ତି। ଆଜି ଆମେ ବିହାରର ଏକ ଯୁବତୀ ବିଷୟରେ କହିବାକୁ ଯାଉଛୁ ଯିଏକି ନିଜର ପରିଶ୍ରମ ଵଳରେ ପ୍ରଥମେ ପ୍ରଚେଷ୍ଟାରେ ହିଁ ପୋଲିସ ଅଫିସର ହୋଇଯାଇଛନ୍ତି। ଝିଅଟିର ନାମ ଅନିତା କୁମାରୀ ଅଟେ ଓ ସେ ବିହାରର ସୋମେଶ୍ବର ଜିଲ୍ଲାରେ ରୁହନ୍ତି। ଅନିତାଙ୍କ ବିଷୟରେ ଏକ ରୋମାଞ୍ଚକର କଥା ଏହା ଅଟେ କି, ସେ ନିଜର ପ୍ରଥମ ପ୍ରୟାସରେ ହିଁ ପୋଲିସ ଅଫିସର ହୋଇ ନିଜ ଜିଲ୍ଲାର ନାଁ ରୋଶନ କରିଛନ୍ତି।

ପ୍ରଥମ ପ୍ରୟାସରେ ପାଇଲେ ସଫଳତା:-

ଆପଣଙ୍କୁ ଜଣାଇଦେଉଛୁ କି, ବହୁତସାରା ଲୋକେ ପ୍ରତିବର୍ଷ ୟୁପିଏସସି ଓ ପୋଲିସ ଅଫିସର ହେବାପାଇଁ ପରୀକ୍ଷା ଦିଅନ୍ତି କିନ୍ତୁ ସେଥିରେ କିଛି ବିଦ୍ୟାର୍ଥୀ ସଫଳତା ପାଆନ୍ତି। ଯଦି ଆମେ ବିହାରର ଅନିତାଙ୍କ କଥା କହିବା ତାହେଲେ ସେ ପ୍ରଥମ ପ୍ରୟାସରେ ହିଁ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପୋଲିସ ଅଫିସର ହୋଇଯାଇଛନ୍ତି। ସଫଳତା ପାଇବାପରେ ତାଙ୍କ ଶୁଭ ଚିନ୍ତକ ତାଙ୍କୁ ବଧାଇ ଦେବା ଆରମ୍ଭ କରିଥିଲେ। ଅନିତା ପ୍ରଥମ ପ୍ରଚେଷ୍ଟାରେ ସଫଳତା ପାଇ ସୁମେଶ୍ବରସ୍ଥାନର ଛାତି ଚଉଡ଼ା କରିଥିଲେ।

ବିବାହିତା ଅଟନ୍ତି ଅନିତା:-

ଜଣାଇଦେଉଛୁ କି, ଅନିତା ନିଜର ପ୍ରଥମ ଶିକ୍ଷା ସନ୍ତ ମ୍ୟାରୀ ସ୍କୁଲରୁ କରିଥିଲେ। ଏଠାରେ ସେ ଦଶମ ପରୀକ୍ଷା ଦେଇଥିଲେ ଓ ଏହାପରେ କେକେ ମଣ୍ଡଳ ମହିଳା ବିଦ୍ୟାଳୟରୁ ସ୍ନାତକ ପଠାପଢ଼ା ଇତିହାସରେ କରିଥିଲେ। ଡ଼ିଗ୍ରୀ କରିବାପରେ 2014 ମସିହାରେ ସେ ବିବାହ କରିଥିଲେ କିନ୍ତୁ ବିବାହ ପରେ ନିଜର ପାଠପଢ଼ା ଜାରି ରଖିଥିଲେ। ଅନିତାଙ୍କ ପିତାଙ୍କ କଥା କହିବାକୁ ଗଲେ ସେ ମଧ୍ୟ ଦେଶର ସେବା କରି ଜଣେ ଆର୍ମି ରହିସାରିଛନ୍ତି। ଅନିତାଙ୍କ କହିବାହେଲା, ତାଙ୍କ ପିତା ଚାହୁଁଥିଲେ ପଢି ଲେଖି ତାଙ୍କ ଝିଅ କିଛି ହୋଇଯାଉ।

ବିବାହ ପରେ ମଧ୍ୟ ପାଠପଢ଼ା ଜାରି ରଖିଥିଲେ:-

କଥା ଏହାକି ଯେ, ବିବାହ ହେବାପରେ ଝିଅ ପିଲାମାନେ ପଠାପଢ଼ାରେ ଆଉ ମନ ଲଗାଇ ପାରନ୍ତିନାହିଁ କିନ୍ତୁ ଅନିତା ଏହିସବୁକୁ ଭୁଲ ସାବ୍ୟସ୍ତ କରି ଦେଖାଇଲେ ଓ ପାଠପଢ଼ି ପୋଲିସ ଅଫିସର ହୋଇଗଲେ। ଅନିତାଙ୍କ କହିବାହେଲା ତାଙ୍କ ପତି ଏଥିରେ ତାଙ୍କର ବହୁତ ସାହାର୍ଯ୍ୟ କରିଛନ୍ତି ଓ ତାଙ୍କୁ ସାହାସ ମଧ୍ୟ ଦେଇଛନ୍ତି। ଏହାସହ ଅନିତାଙ୍କ 5 ବର୍ଷର ଏକ ପୁଅ ମଧ୍ୟ ରହିଛି ତଥାପି ସେ ଏହି ସଫଳତା ହାସଲ କରିଛନ୍ତି। ଅନିତା ଆଗକୁ କହିଥିଲେ, ସେ ଏହାପରେ ବିପିଏସସି ରେ ଯିବାକୁ ଚାହାଁନ୍ତି ଓ ଅଧିକାରୀ ହୋଇ ଦେଶର ସେବା କରିବାକୁ ଚାହାଁନ୍ତି।

odia sambada
Comments (0)
Add Comment