ପ୍ରଥମ ଟି-୨୦ରେ ଭାରତର ହୋଇଥିଲା ଦମଦାର ବିଜୟ । ରୋହିତ ଶର୍ମା ଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜକୁ ୬୮ ରନ୍ରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ । ସହଜ ବିଜୟ ସହ ଭାରତ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରେ ୧-୦ରେ ଅଗ୍ରଣୀ ସ୍ଥାନ ହାସଲ କରି ନେଇଛି । ଆଉ ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇବା ପରେ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେଉଥିବା ଜିମ୍ବାୱେ ବିପକ୍ଷ ୩ଟିକିଆ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରି ଦିଆଯାଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍ ଭଳି ଜିମ୍ବାୱେରେ ମଧ୍ୟ ଟିମ ଇଣ୍ଡିଆର କମାଣ ସମ୍ଭାଳିବେ ଶିଖର ଧୱନ ।
ସେହିପରି ଆଇପିଏଲ ପୂର୍ବରୁ ଆହତ ହୋଇଥିବା ଦୀପକ ଚହର ଏବେ ସୁସ୍ଥ ହୋଇ ସାରିଛନ୍ତି । ତେଣୁ ତାଙ୍କୁ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜରେ ସାମିଲ କରାଯାଇଛି । ତେବେ ଫର୍ମ ପାଇଁ ସଂଘର୍ଷ କରୁଥିବା ବିରାଟ କୋହଲି ମଧ୍ୟ ଜିମ୍ବାୱେ ଜିମ୍ବାୱେ ବିପକ୍ଷରେ ଦିନିକିଆ ସିରିଜ ଖେଳିବେ ବୋଲି କୁହା ଯାଉଥିଲା । କିନ୍ତୁ ତାଙ୍କୁ ୧୫ ଜଣିଆ ସ୍କ୍ୱାଡରେ ସାମିଲ କରାଯାଇନି ବୋଲି ସୂଚନା ରହିଛି ।
ତେବେ ଚଳିତ ମାସର ଶେଷରେ ଅର୍ଥାତ୍ ଆଗକୁ ଏସିଆ କପ୍-୨୦୨୨ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ମଧ୍ୟ ଟି-୨୦ ଫର୍ମାଟରେ ଖେଳାଯିବ । ଏସିଆ କପ୍ ପାଇଁ ତାରିଖ ମଧ୍ୟ ଘୋଷଣା ସରିଛି । କିନ୍ତୁ ଏବେ ଯାଏଁ ଭାରତୀୟ ଟିମ୍ ଘୋଷଣା ହୋଇନାହିଁ । ତେବେ ଆସନ୍ତା ଅଗଷ୍ଟ ୨୮ ତାରିଖରେ ଏସିଆ କପ ଟୁର୍ଣ୍ଣାମେଣ୍ଟରେ ଭାରତ-ପାକିସ୍ତାନ କ୍ରିକେଟ୍ ପଡିଆ ଭିତରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ତେବେ ସେଥିରେ ପୂର୍ବତନ କ୍ୟାପଟେନ ବିରାଟ କୋହଲି ଅଂଶ ଗ୍ରହଣ କରି ପାରନ୍ତି ବୋଲି ସୂଚନା ରହିଛି ।
ହେଲେ ବର୍ତମାନ ସମୟରେ ଏସିଆ କପ୍ ଟୁର୍ନାମେଣ୍ଟରେ ତାଙ୍କ ସ୍ଥାନ ଛଡାଇବା ପାଇଁ ଆଉ ଜଣେ ଖେଳାଳି ରେଡ଼ି ହୋଇ ଗଲେଣି । ଆଉ ସେ ହେଉଛନ୍ତି ଯୁବ ଖେଳାଳି ଦୀପକ ହୁଡ୍ଡା । ଏସିଆ କପ୍ ୨୦୨୨ ଟିମ୍ରେ ସାମିଲ ହେବା ପାଇଁ ଯୁବ ଦୀପକ ହୁଡ୍ଡାଙ୍କ ନାମ ଚର୍ଚ୍ଚା ହେଉଛି କାରଣ ସେ ଏବେ ଭଲ ଫର୍ମରେ ଅଛନ୍ତି । ତେଣୁ ସମସ୍ତଙ୍କ ନଜର ଏବେ ତାଙ୍କ ଉପରେ ଅଛି । ତେବେ ଦୀପକ ହୁଡ୍ଡାଙ୍କୁ ଏହି ସିରିଜ୍ରେ ସେତେ ବିଶେଷ ସୁଯୋଗ ମିଳିନାହିଁ । କିନ୍ତୁ ଭାରତୀୟ ଦଳର ବ୍ୟାଟିଂ ଅର୍ଡରର ଦୀପକ ହୁଡ୍ଡା ଏକ ମଜଭୁତ ଅଂଶ ହୋଇପାରିଛନ୍ତି ।