ମାଆ ମୋତେ ମନ ଭରିକି ଗେଲ କଲା,କହିଲା – ତୁ ଆମ ସହ ଯାଆନି,ତୁ ପଛରେ ମାଉସୀ ସହ ଯିିବୁ…

ଯାଜପୁର ଜିଲ୍ଲାର ଜେନାପୁର ଥାନା ବରଡ଼ା ଛକରେ ଗୁରୁବାର ଦିନ ଡମ୍ପର ଚଢ଼ିଯିବାରୁ ମା’ ଝିଅଙ୍କର ମୃତ୍ୟୁ ହୋଇଥିଲା। ଏହା ଦୁର୍ଘଟଣା ନୁହେଁ ବରଂ ପ୍ରତିଶୋଧଜନିତ ହତ୍ୟା ବୋଲି ଜଣାପଡିଛି। ବୁଧବାର ଦିନ ସନ୍ଧ୍ୟା ୬ଟାରେ ଘଟିଥିବା ଏହି ଘଟଣା ଏକ ନରହତ୍ୟା ବୋଲି ଯାଜପୁର ଏସପି କହିଛନ୍ତି। ଘଟଣାକୁ ନେଇ ‘ପୂରା କାହାଣୀ’ କହିଛନ୍ତି ମୃତ ଶ୍ରୀତିକାଙ୍କର ଝିଅ ମୋନାଲିସା।

ମୋନାଲିସାଙ୍କ କହିବା ଅନୁସାରେ, ମାଆ ଓ ଭଉଣୀଙ୍କ ସହିତ ମୋନାଲିସା କେନ୍ଦ୍ରାପଡ଼ା ଯାଇଥିଲେ। ଶୁଦ୍ଧକ୍ରିୟା ସାରି ମାଆ ଓ ଭଉଣୀ ଏକାଠି ଫେରିଥିଲେ। ସେତେବେଳେ ମା କହିଥିଲେ ଆମେ ଆଗରେ ଯାଉଛୁ ତୁ ତୋ ମାଉସୀ ସହିତ ପଛରେ ଆସିବୁ। ଦୁର୍ଘଟଣା ପରେ ଜଣେ ଅଜଣା ବ୍ୟକ୍ତି ଫୋନରେ ମୃତ୍ୟୁ ଖବର ଦେଇଥିଲେ। ଭଉଣୀ ଖୁବ ସାହସୀ ଥିଲେ। ମାଆ ଓ ଭଉଣୀ ରୋଜଗାରରେ ପାଠ ପଢ଼ୁଥିଲି। ଏହା ସହ ଅଭିଯୁକ୍ତ ଡ୍ରାଇଭରକୁ ଫାଶୀ ଦଣ୍ଡ ଦାବି କରିଛନ୍ତି ମୋନାଲିସା।

ସୂଚନା ଅନୁସାରେ, ଯାଜପୁର ଜିଲ୍ଲାର ଜେନାପୁର ଥାନା ଅନ୍ତର୍ଗତ ବରଡ଼ା ଛକରେ ଘଟିଥିବା ଦୁର୍ଘଟଣା ହେଉଛି ହତ୍ୟାପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର। ଡମ୍ପର ଚପାଇ ସୁକିନ୍ଦା ଅଞ୍ଚଳର ଅଶୋକ ଚକ୍ରବର୍ତ୍ତିୀଙ୍କ ୪୭ ବର୍ଷିୟା ପତ୍ନୀ ଶ୍ରୀତିକା ଚକ୍ରବର୍ତ୍ତି ଏବଂ ୨୪ ବର୍ଷିୟା ଝିଅ ଲିପିକା ଚକ୍ରବର୍ତ୍ତିଙ୍କୁ ହତ୍ୟା କରାଯାଇଛି । ବାପାଙ୍କର ଶୁଦ୍ଧି କ୍ରିୟା ସାରି ଶୋକସନ୍ତପ୍ତ ଅବସ୍ଥାରେ ଘରକୁ ଘେରୁଥିବାବେଳେ ଶ୍ରୀତିକା ଓ ଶ୍ରୀତିକାଙ୍କ ଝିଅ ଲିପିକାଙ୍କୁ ଡମ୍ପର ମଡ଼ାଇ ବରଡ଼ା ଛକରେ ମାରିଦିଆଯାଇଛି। ପୋଲିସ ଏ ବିଷୟରେ ନିଜ ଆଡୁ ଏକ ହତ୍ୟା ମାମଲା ରୁଜୁ କରିଛି।

odia sambada
Comments (0)
Add Comment