ମାଆ ସାଜିଲା ଭକ୍ଷକ, ନିଜ ୪ ବର୍ଷର ଛୁଆକୁ ଚତୁର୍ଥ ମହଲା ଉପରୁ ଫିଙ୍ଗିଦେଲା,କାରଣ ଜାଣିଲେ ଆପଣ ଭାବୁକ ହୋଇଯିବେ……..

ଜଣେ ପିଲା ନିଜର ମାଆ କୋଳରେ ହିଁ ସବୁଠାରୁ ସୁରକ୍ଷିତ ଅନୁଭବ କରିଥାଏ। ମାଆ ଙ୍କ କୋଳକୁ ସବୁଠାରୁ ସୁରକ୍ଷିତ ଜାଗା ମାନା ଯାଇଥାଏ। କୁହାଯାଏ ମାଆ ନିଜର ପିଲାକୁ ଛୋଟିଏ ଆଞ୍ଚ ବି ଆସିବାକୁ ଦେଇନଥାଏ। ଯଦି ପିଲାଟି ଉପରେ କୌଣସି ସମସ୍ୟା ଆସିଥାଏ ସେତେବେଳେ ମାଆ ଦୁନିଆ ସହିତ ଲଢ଼ିଥାଏ। ଯମରାଜଙ୍କ ଠାରୁ ମଧ୍ୟ ପିଲାକୁ ଛଡ଼ାଇ ଆଣିଥାଏ।

କଣ ହେବ ଯେତେବେଳେ ଜଣେ ମାଆ ପିଲାକୁ ସୁରକ୍ଷା ଦେବା ବଦଳରେ ପିଲାଟିର ଶତ୍ରୁ ହୋଇଯାଏ ଓ ଛୁଆଠାରୁ ମୁକ୍ତି ପାଇବା ଚକ୍କରରେ ଛୁଆକୁ ମାରିଦିଏ ତ? ଏମିତି ଏକ ହୃଦୟ ଜର୍ଜରିତ ଦୃଶ୍ୟ କର୍ଣ୍ଣାଟକରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ମାଆ ନିଜର ଚାରିବର୍ଷର ଝିଅକୁ ଚତୁର୍ଥ ମହଲାରୁ ତଳକୁ ଫିଙ୍ଗିଦେଲେ। ଏହିସବୁ ଘଟଣା ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଯାଇଥିଲା।

ଏହି ମହିଳାଙ୍କ ନାମ ସୁଷମା ଭରଦ୍ବାଜ ବୋଲି କୁହାଯାଉଛି। ସେ ଜଣେ ନନ ପ୍ରାକ୍ଟିସିଙ୍ଗ ଡେଣ୍ଟିଷ୍ଟ ଅଟନ୍ତି। ତାଙ୍କର ପତି ଜଣେ ସଫ୍ଟଓୟାର ଇଞ୍ଜିନିୟର ଅଟନ୍ତି। ଉଭୟ ବେଙ୍ଗାଲୁରୁର ସେଣ୍ଟ୍ରାଲ ଡିଭିଜନର ଏସଆର ନଗରର ସିକେସି ଗାର୍ଡେନରେ ଅଦ୍ୱୈତ ଆଶ୍ରମ ଆପାର୍ଟମେଣ୍ଟରେ ଚତୁର୍ଥ ମହଲାରେ ରହିଥାଏ। କପଲଙ୍କର ଏକ ଚାରି ବର୍ଷୀୟ ଝିଅ ଥିଲେ ଯାହାକୁ ତାଙ୍କ ମାଆ ଚାରି ମହଲା ଉପରୁ ତଳକୁ ଫିଙ୍ଗିଦେଲେ।

ସିସିଟିଭିର କଏଦ ହେଲା ଭିଡ଼ିଓ:-

ଆପାର୍ଟମେଣ୍ଟରେ ଲାଗିଥିବା ସିସିଟିଭି ଫୁଟେଜରେ ସଫା ସଫା ନଜର ଆସୁଥିଲା କି, ପ୍ରଥମେ ମହିଳା ଜଣକ ନିଜ ଛୁଆକୁ ଖାଇବାକୁ ଦିଅନ୍ତି ଓ ପରେ। ଜାଣିଶୁଣି ଛୁଆକୁ ତଳକୁ ଫିଙ୍ଗି ଦେଉଛନ୍ତି।

କୁହାଯାଉଛି ପିଲାକୁ ମାରିବାପରେ ମାଆ ମଧ୍ୟ ଆତ୍ମହତ୍ୟା କରିବାକୁ ଚେଷ୍ଟା କଲେ କିନ୍ତୁ ଆଖପାଖ ଲୋକେ ତାଙ୍କୁ ବଞ୍ଚାଇ ଦେଇଥିଲେ। ମହିଳା ଜଣକ ଯେଉଁ ପିଲାଟିକୁ ତଳକୁ ଫିଙ୍ଗିଥିଲେ ସେ ଦିବ୍ୟାଙ୍ଗ ଥିଲା। ପିଲାଟି କିଛି ଶୁଣି ପାରୁନଥିଲା କି, କିଛି କହି ମଧ୍ୟ ପାରୁନଥିଲା। ଏଥିରେ ମାଆ ଡ଼ିପ୍ରେସନକୁ ଚାଲିଯାଇ ଏଭଳି ପଦକ୍ଷେପ ଉଠାଇଲେ।

ଯେତେବେଳେ ମହିଳାଙ୍କ ପତି କିରଣଙ୍କୁ ଏହା ବିଷୟରେ ଜଣାପଡ଼ିଥିଲା ସେତେବେଳେ ସେ ପୋଲିସକୁ ସୂଚନା ଦେଲେ ଓ ପୋଲିସ ଆରୋପୀ ସୁଷମାଙ୍କୁ ଗିରଫ କରିଥିଲେ। କୁହାଯାଉଛି ଏହାପୂର୍ବରୁ ସୁଷମା ନିଜ ଝିଅକୁ ରେଲୱେ ଷ୍ଟେସନରେ ଛାଡ଼ିବାର ପ୍ରୟାସ କରିଥିଲେ।

ଏହା ବହୁତ ଦୁଃଖଦ ଅଟେ କି, ପିଲାଟିର ଦିବ୍ୟାଙ୍ଗତାରେ ଚିଡ଼ି ଯାଇ ମାଆ-ବାପା ଏମିତି ପଦକ୍ଷେପ ଉଠାଉଛନ୍ତି। କିନ୍ତୁ ଏହି ପରିପ୍ରେକ୍ଷୀରେ ପିଲାକୁ ଭଲ ଟ୍ରିଟ କରାଇବା ଉଚିତ। ଆମ ଦେଶରେ ବହୁତ ସାରା ଦିବ୍ୟାଙ୍ଗ ରହିଛନ୍ତି ଯିଏକି ନିଜ ଜୀବନରେ ବହୁତ ଆଗକୁ ବଢ଼ିଛନ୍ତି।

odia sambada
Comments (0)
Add Comment