ସୋସିଆଲ ମିଡ଼ିଆରୁ ଗୋଟିଏ ଭିଡିଓ ସାମ୍ନାକୁ ଆସିଛି | ଯେଉଁଥିରେ ଗୋଟିଏ ପିଲାକୁ ଡେଲିଭରି ବୟର କାମ କରୁଥିବାର ଦେଖାଯାଇଛି | ଭିଡିଓରେ ଦାବି କରାଯାଇଛି ଯେ ପିଲାଟିର ବୟସ ମାତ୍ର ୭ ବର୍ଷ ଅଟେ ଏବଂ ସେ ନିଜ ପରିବାରକୁ ସାହାଯ୍ୟ କରିବାପାଇଁ ବାପାଙ୍କ ଜାଗାରେ ଜୋମାଟୋରେ ଡେଲିଭରି କାମ କରୁଛି |
ପିଲାଟିର ବାପା ଗୋଟିଏ ଆକ୍ସିଡେଣ୍ଟରେ ଆହତ ହୋଇଯାଇଥିଲେ, ତେଣୁ ତାଙ୍କ ଜାଗାରେ ପୁଅ କାମ କରିବାରେ ଲାଗିଛି | ପିଲାଟିର ଷ୍ଟୋରି ଉପରେ ଅନେକ ବଡ଼ ବଡ଼ ପ୍ରସିଦ୍ଧ ବ୍ୟକ୍ତି ପ୍ରତିକ୍ରିୟା ଦେଇଛନ୍ତି |
କୁହାଯାଉଛି ଯେ ଏହି ଭିଡିଓକୁ ଟ୍ୱିଟରରେ ରାହୁଲ ମିତ୍ତଲ ନାମକ ୟୁଜର ପୋଷ୍ଟ କରିଛନ୍ତି | ରାହୁଲ ଭିଡ଼ିଓର କ୍ୟାପସନରେ ଲେଖିଛନ୍ତି – ‘ଏହି ୭ ବର୍ଷୀୟ ପିଲା ନିଜ ବାପାଙ୍କ ଚାକିରୀ କରୁଛି, କାରଣ ତା ବାପାଙ୍କ ସହ ଗୋଟିଏ ଦୁର୍ଘଟଣା ଘଟି ଯାଇଥିଲା | ପିଲାଟି ସକାଳେ ସ୍କୁଲ ଯାଉଛି ଏବଂ ସନ୍ଧ୍ୟା ୬ ପରେ ସେ ଡେଲିଭରି ବୟ ଭାବରେ କାମ କରୁଛି | Zomato ଆମକୁ ଏହି ପିଲାକୁ ପ୍ରେରିତ କରିବା ଏବଂ ତାଙ୍କ ବାପାଙ୍କୁ ନିଜ ଗୋଡ଼ରେ ଠିଆ କରିବାରେ ସାହାଯ୍ୟ କରିବା ଆବଶ୍ୟକ |’
ସାଇକେଲ ମାଧ୍ୟମରେ ଘର ଘର ବୁଲି ଖାଇବା ପହଞ୍ଚାଇ ଥାଏ :-
ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୫୦,୦୦୦ ରୁ ଅଧିକ ଭ୍ୟୁ ମିଳିଛି | ୟୁଜର୍ସ ତାର ସାହସକୁ ସଲାମ କରୁଛନ୍ତି | ଭିଡିଓରେ ପିଲାଟିର ହାତରେ ଚକଲେଟର ଡବା ଥିବାର ଦେଖାଯାଉଛି | ଜଣେ ବ୍ୟକ୍ତି ତା ସହ କଥା ହେଉଛନ୍ତି | ପିଲାଟି କହୁଛି ଯେ କିପରି ସେ ସାଇକେଲ ଦ୍ୱାରା ଘର ଘର ବୁଲି ଖାଇବା ପହଞ୍ଚାଇ ଥାଏ |.
ୟୁଜର୍ସ ପିଲାଟିର ସାହସକୁ କଲେ ସଲାମ :-
ପିଲାଟିର ଭିଡିଓରେ ଟ୍ୱିଟର ୟୁଜର୍ସ ଅନେକ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି | କେହି ଜଣେ କହିଛନ୍ତି ଯେ ପିଲାଟିର ପରିଶ୍ରମ ଏବଂ ସାହସକୁ ସାଲ୍ୟୁଟ ଏବଂ ଆଉ କେହି ସାହାଯ୍ୟ କରିବାପାଇଁ ପିଲାଟିର ଡିଟେଲ ମାଗିଛନ୍ତି | ମୋବାଇଲ କମ୍ପାନୀ Xiaomi ର ଭାଇସ ପ୍ରେସିଡେଣ୍ଟ ମନୁ କୁମାର ଜେଇନ ଲେଖିଛନ୍ତି ଯେ ଏହି ଭିଡିଓକୁ ଦେଖି ମୁଁ ପ୍ରାୟ କାନ୍ଦି ପକାଇଲି | ଏତେ ବହାଦୁର ଏବଂ ପରିଶ୍ରମୀ ପିଲା | କଣ କେହି ଏହାର ଡିଟେଲ ସେୟାର କରିପାରିବେ ? ଆମେ ତାର ପାଠପଢାରେ ସାହାଯ୍ୟ କରିବାକୁ ଚାହୁଁଛୁ |
ସେହିପରି ଟ୍ୱିଟରେ Zomato କୁ ଟ୍ୟାଗ କରାଯାଇଥିଲା, ଯାହା ଉପରେ Zomato ତରଫରୁ ରିପ୍ଲାଇ କରି ବାପାଙ୍କ କଣ୍ଟାକ୍ଟ ଡିଟେଲ ମଗାଯାଇଥିଲା | କିନ୍ତୁ ଏହି ଘଟଣାକୁ ନେଇ ଅଫିସିଆଲ ଭାବରେ Zomato ବର୍ତ୍ତମାନ ସୁଦ୍ଧା ପ୍ରତିକ୍ରିୟା ଦେଇନାହିଁ |