ବଜାରରେ ନୂଆ କି ଆସିଲା ପୋର୍ଟେବଲ ମିିନି ସିଲାଇ ମେସିନ,ଗୋଟିଏ ହାତରେ କରିପାରିବେ ସିଲାଇ, ଆଉ ଦାମ ମଧ୍ୟ ବହୁତ ଶସ୍ତା

ବନ୍ଧୁଗଣ ଆଜି ଆପଣ ମାନଙ୍କ ପାଇଁ ଗୋଟିଏ ଖାସ୍ ଏବଂ ରୋଚକ ପୂର୍ଣ୍ଣ ଖବର କହିବାକୁ ଯାଉଛୁ ଯାହାକି ଭବିଷ୍ୟତ ରେ ଆପଣଙ୍କ ନିହାତି କାମରେ ଆସିବ । ତେବେ ବନ୍ଧୁଗଣ ଆପଣ ସମସ୍ତେ ଘରେ ବ୍ୟବହାର କରୁଥିବେ ନିଶ୍ଚୟ ସିଲାଇ ମେସିନ୍ । ତେବେ ଆଜି ଆମେ ସେଇ ଘରେ ବ୍ୟବହୃତ ସିଲେଇ ମେସିନ୍ ବିଷୟରେ କହିବୁ ଯାହା ଆପଣ ମାନଙ୍କୁ ନିହାତି ଜାଣିବା ଦରକାର । ତେବେ ବନ୍ଧୁଗଣ ସମସ୍ତଙ୍କ ଘରେ ପ୍ରାୟ ସିଲାଇ ମେସିନ୍ ନଥାଏ । ସମସ୍ତେ ବାହାରକୁ କିମ୍ବା ମାର୍କେଟ ଯାଇ ଦରଜୀ ପାଖରେ ସିଲାଇ କରିଥାନ୍ତି ।

ଅନ୍ୟ ପକ୍ଷରେ ଆଜିକାଲି ପ୍ରାୟ ଗୃହିଣୀ ମାନେ ଆତ୍ମନିର୍ଭରଶୀଳ ହେବା ପାଇଁ ଏବଂ ଘରେ ବସି ରୋଜଗାର କରିବା ପାଇଁ ସିଲାଇ ଶିଖି ସିଲେଇ ମେସିନ୍ ଆଣୁଛନ୍ତି । ଆଉ କେତେ ଜଣ ସିଲେଇ ମେସିନ୍ ଏତେ ଦାମ୍ ଦେଇ କିଣି ପାରନ୍ତି ନାହିଁ । ତେବେ ସମୟ ଅନୁସାରେ ତାଳ ଦେଇ ମଧ୍ୟ ଜିନିଷ ସବୁ ସମୟ ସାପେକ୍ଷ ପାଇଁ ଉନ୍ନତି ହୋଇ ଚାଲିଛି । ଆଗରୁ ଯେଉଁ ସିଲାଇ ମେସିନ୍ ବ୍ୟବହୃତ ହେଉଥିଲା ସେଥିରେ ହାତ ଗୋଡ଼ ଦୁଇଟା ସାରା କାମ କରୁଥିଲା । ଏହା ପରେ ଇଲେକ୍ଟ୍ରିକ ସିଲାଇ ମେସିନ୍ ମାର୍କେଟକୁ ଆସିଲା । ଯାହା କେବଳ ହାତ ହିଁ କାମ କରୁଥିଲା ।

କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣମାନଙ୍କୁ କହିବୁ ତା ଠାରୁ ମଧ୍ୟ ଆଉଟିକେ ଆଡଭାନ୍ସ ସିଲାଇ ମେସିନ୍ । ଯାହାକି ହେଉଛି ପୋର୍ଟେବଲ ମିିନି ସିଲାଇ ମେସିନ ଯାହାକି ବ୍ୟାଟେରୀ ସାହାଯ୍ୟରେ ଚାଲିଥାଏ । ମାତ୍ର ୨୯୯ ଗ୍ରାମର ଏହି ସିଲାଇ ମେସିନ୍ ଟି ସାଇଜରେ ଖୁବ ଛୋଟ ହେବା ସହିତ ଦେଖିବାକୁ ଏକ ଷ୍ଟାପଲର ଭଳି । ଏହାକୁ ଗୋଟିଏ ହାତରେ ମଧ୍ୟ ବ୍ୟବହାର କରିହେବ । ସେ ସାର୍ଟ ବଟନ ଲଗାଇବା ହେଉ କିମ୍ବା କୌଣସି ଫାଟି ଯାଇଥିବା କପଡ଼ା ହେଉ ଅବା ଅନ୍ୟ କିଛି ଏହି ମେସିନ ସାହାଯ୍ୟରେ ଖୁବ ସହଜରେ ସବୁକିଛି ସିଲେଇ କରିହେବ ସେ ଭି ପୁଣି ବହୁତ ଅଳ୍ପ ସମୟ ମଧ୍ୟରେ ।

ଆଉ ଏହାର ସବୁଠାରୁ ଭଲ କଥା ଏଟା ହେଲାକି ଏହାକୁ କୌଣସି ଜାଗାକୁ କେରି କରିବା ମଧ୍ୟ ଅତ୍ୟନ୍ତ ସହଜ । ତେବେ ଏହାକୁ ଆପଣ ଅନଲାଇନ୍ ହେଉ କିମ୍ବା ଅଫଲାଇନ୍ ଉଭୟ ମାଧ୍ୟମରେ କିଣି ପାରିବେ । ଅନଲାଇନରେ ଆଣିଲେ ଏହା ଆପଣଙ୍କୁ ଟିକେ କମ ଦାମ୍ ପଡ଼ିବ । ଆମାଜନ ଇଣ୍ଡିଆରୁ ଅର୍ଡର୍ କଲେ ଆପଣଙ୍କୁ ମାତ୍ର ୪୨୯ ଟଙ୍କା ଦେବାକୁ ପଡିବ । ହେଲେ ଏହାର ବଜାର ମୂଲ୍ୟ ୫୦୦ ରୁ ୧୦୦୦ ଟଙ୍କା ମଧ୍ୟରେ ଆସିଯିବ ।

odia sambada
Comments (0)
Add Comment