ଗାର୍ଲଫ୍ରେଣ୍ଡଙ୍କୁ ଇଂପ୍ରେସ କରାଇବା ପାଇଁ ଦେଲେ କାର ଚଳାଇବାକୁ,ଆଉ ଯୁବତୀ ଜଣକ ଦୁଇ ବାଇକ ଚାଳକଙ୍କୁ ଗାଡ଼ି ଚଢ଼ାଇ କରିଦେଲେ ହ-ତ୍ୟା

ଛତିଶଗଡ଼ର ବିଳାସପୁରରେ ଜଣେ ଯୁବକ ନିଜ ଗାର୍ଲଫ୍ରେଣ୍ଡକୁ ଇଂପ୍ରେସ କରିବାପାଇଁ ତାଙ୍କୁ ନିଜର କାର ଚଳାଇବାକୁ ଦେଲେ, ଯୁବତୀଙ୍କୁ କାର ଚଲାଇବା ଜଣାନଥିଲା କିନ୍ତୁ ଯୁବକ ତାଙ୍କୁ ଚଳାଇବାକୁ ପ୍ରୋତ୍ସାହିତ କରିଥିଲେ ଓ ସେ କାର ଚଳାଇବାକୁ ଲାଗିଲେ।

ଏହାପରେ କିଛି ଦୂରରେ ଛିଡ଼ା ହୋଇଥିବା ଦୁଇ ବାଇକ ସବାର ବ୍ୟକ୍ତିଙ୍କୁ ଯୁବତୀ କାର ଚଢ଼ାଇବା ପରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ପୋଲିସ ଆରୋପୀ ଯୁବକ ଓ ଯୁବତୀଙ୍କୁ ଗିରଫ କଲା। କାରର ମାଲିକ ଯୁବକଙ୍କ ପିତାଙ୍କ ବିରୁଦ୍ଧରେ ମଧ୍ୟ ଏଫଆଇଆର ଦର୍ଜ କରାଯାଇଛି।

ସୂଚନା ଅନୁସାରେ, ଏହି ଘଟଣା ବିଳାସପୁର ପାଖ କୋଟା ରୋଡ଼ ଗ୍ରାମ ନେବରା ପାଖବର୍ତ୍ତି ଅଞ୍ଚଳର ଅଟେ। ମୁଙ୍ଗେଲି ନିବାସୀ ରବୀନ୍ଦ୍ର କୁରେ ନିଜ ଗାର୍ଲଫ୍ରେଣ୍ଡ ସହିତ କାରରୁ ବାହାରକୁ ବାହାରିଥିଲେ। ରବୀନ୍ଦ୍ର। ନିଜ ଗାର୍ଲଫ୍ରେଣ୍ଡଙ୍କୁ ନିଜ କାର ଚଲାଇବାକୁ ଦେଇଥିଲେ। ଯୁବତୀ ଜଣକ କିଛି ଦୂର ଚଳାଇବାପରେ ଏକ୍ସାଇଟେଡ଼ ହୋଇ ଆକ୍ସେଲେରେଟର କୁ ଜୋରରେ ଲଗାଇ ଦେଲେ। ଏହାପରେ ସାମ୍ନାରୁ ଆସୁଥିବା ଏକ ବାଇକ ତାଙ୍କୁ ଜୋରଦାର ଟକର ମାରିଥିଲା। ଏହାପରେ 50 ବର୍ଷୀୟ ଶୁକୁବାରା ବାଇ କେବଟ ଓ ଜେତାରାମ ଜାଦବଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଧକା ଏତେ ଜୋରରେ ଲାଗିଥିଲା ଯେ, ବାଇକ ବହୁତ ବାଟ ଯାଏଁ ରାସ୍ତା ଉପରେ ଖସିଗଲା।

ଏହି ଦୁର୍ଘଟଣାରେ ତୁଳସୀରାମ ଯାଦବ ଗମ୍ଭୀର ରୂପରେ ଘାୟଲ ହୋଇଗଲେ। ତାଙ୍କୁ ଚିକିତ୍ସା ପାଇଁ ପାଖ ହସ୍ପିଟାଲରେ ଭର୍ତ୍ତି କରାଗଲା। ଦୁର୍ଘଟଣା ପରେ ଗ୍ରାମୀଣ ଲୋକେ ଆରୋପୀ ଯୁବକ ଓ ଯୁବତୀଙ୍କୁ ଧରିନେଲେ। ଏହାପରେ ପୋଲିସ ଉଭୟଙ୍କୁ ଆରେଷ୍ଟ କରିଥିଲା।କାର ରବୀନ୍ଦ୍ର କୁରେଙ୍କ ପିତାଙ୍କ ନାମରେ ରେଜିଷ୍ଟର ରହିଛି। ପୋଲିସ କାର ମାଲିକଙ୍କ ବିପକ୍ଷରେ ମଧ୍ୟ କେସ ଦର୍ଜ କରିସାରିଛନ୍ତି।

ପଡ଼ୋଶୀଙ୍କ ସହିତ ଚିକିତ୍ସା ପାଇଁ ଯାଇଥିଲେ ମୃତକ:-

ତୁଳସୀରାମ ଯାଦବ ନିଜ ଗ୍ରାମର ସୁକୁବାରା ବାଇ କେବଟ ଓ ନିଜ ଶଶୁର ଜେତାରାମ ଯାଦବଙ୍କ ଚିକିତ୍ସା ପାଇଁ ଜନସ୍ୱାସ୍ଥ୍ୟ କେନ୍ଦ୍ର ଗଣିଆରୀ ନେଉଥିଲେ। ଉଭୟ ବାଇକର ପଛପଟ ସିଟରେ ବସିଥିଲେ। ଦୁର୍ଘଟଣା ପରେ ତୁଳସୀରାମ ଯାଦବ ତାଙ୍କର ସାହାର୍ଯ୍ୟ ପାଇଁ ଘରୁ ବାହାରିଥିଲେ, ସେ ମଧ୍ୟ ଗମ୍ଭୀର ରୂପରେ ଘାୟଲ ହୋଇଗଲେ। ତାଙ୍କର ଗୋଡ଼ ହାଡ଼ ଭାଙ୍ଗିଗଲା। ମୁଣ୍ଡ, ଅଣ୍ଟା, ଆଣ୍ଠୁ ଓ କାନ୍ଧରେ ଗମ୍ଭୀର ଆଘାତ ଲାଗିଥିଲା।

ଥାନେଦାର ଦୀନେଶ ଚନ୍ଦ୍ରଙ୍କ ଅନୁସାରେ ମୁଙ୍ଗେଲି ନିବାସୀ ରବୀନ୍ଦ୍ର କୁରେ ନିଜ ଗାର୍ଲଫ୍ରେଣ୍ଡଙ୍କୁ କାର ଚଳାଇବାକୁ ଦେଇଥିଲେ ଓ ନିଜେ ପାଖ ସିଟରେ ଥିଲେ। ଏହି ସମୟରେ ସେମାନେ ହସଖୁସିରେ କାର ଚଳାଉଥିଲେ ଓ ଅତି ଆଗ୍ରହର ସହିତ ସେ ଆକ୍ସିଲେରେଟର ଦବାଇ ଦେଇଥିଲେ ଓ ସାମ୍ନାରୁ ଆସୁଥିବା ବାଇକକୁ ଜୋରଦାର ଟକର ମାରିଥିଲେ। ଏହି ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଗଲା, କିଛି ଘାୟଲ ମଧ୍ୟ ହୋଇଥିଲେ। ମାମଲା ଦର୍ଜ ହୋଇଥିଲା ଓ ବର୍ତ୍ତମାନ ମାମଲାର ଯାଞ୍ଚ କରାଯାଉଛି।

odia sambada
Comments (0)
Add Comment