ଏଥର ମହଙ୍ଗା ସିଲିଣ୍ଡରରୁ ମିଳିବ ମୁକ୍ତି,ଘରେ ଲଗାନ୍ତୁ ଏହି ଚୁଲା, ଆଉ ବିନା ଗ୍ୟାସରେ ତିଆରି କରନ୍ତୁ ଖାଇବା …….

ଗତ କିଛିମାସ ମଧ୍ୟରେ ମଧ୍ୟମତ୍ତା ଆସିବା ପରେ ମଧ୍ୟ ଦେଶରେ ମହଙ୍ଗାଇର ଦର ଅନେକ ବର୍ଷର ଉଚ୍ଚ ସ୍ତରରେ ରହିଛି। ଗ୍ଲୋବାଲ ମାର୍କେଟରେ କୃଡ ଅଏଲ ଓ ଗ୍ଯାସର ମୂଲ୍ୟ ମଧ୍ୟ ଆକାଶ ଛୁଆଁ। ଏହି କାରଣରୁ ଘରୋଇ ବଜାରରେ ଡିଜେଲ-ପେଟ୍ରୋଲ ସହିତ ରୋଷେଇ ଗ୍ଯାସର ସିଲିଣ୍ଡର ଦାମ ମଧ୍ୟ ବହୁତ ତୀବ୍ର ଭାବରେ ବଢୁଅଛି। ଗତକିଛି ମାସ ମଧ୍ୟରେ ଘରୋଇ ବ୍ୟବହାର ହେଉଥିବା ଗ୍ଯାସ ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବଢିଯାଇଛି। ସେବେଠାରୁ ମୂଲ୍ୟରେ କୌଣସି ପରିବର୍ତ୍ତନ ଆସିନାହିଁ। ଯଦି ଆପଣ ମଧ୍ୟ ମହଙ୍ଗାଇ ଓ ରୋଷେଇ ଗ୍ଯାସର ବଢୁଥିବା ମୂଲ୍ଯରେ ଚିନ୍ତିତ ଅଛନ୍ତି, ତେବେ ସରକାରୀ କମ୍ପାନୀ ଇଣ୍ଡିଆନ ଅଏଲର ଏହି ସାଧାରଣ ସଲ୍ଯୁସନ ଆପଣଙ୍କୁ ବହୁତ ସାହାଯ୍ୟ କରିବ। କମ୍ପାନୀ ନିକଟରେ ବଜାରରେ ନିଜର ସୋଲାର ଷ୍ଟୋଭ ଲଞ୍ଚ କରିଛି। ଯାହାକୁ ଘରକୁ ଆଣି ଆପଣ ମଧ୍ୟ ଗ୍ଯାସର ବଢୁଥିବା ମୂଲ୍ୟରୁ ରିହାତି ପାଇପାରିବେ।

ଏହିପରି ହେଲା ‘ସୂର୍ଯ୍ୟ ନୂତନ’ ର ଡେଭେଲପମେଣ୍ଟ:-

ଇଣ୍ଡିଆନ ଅଏଲର ଏହି ସୋଲାର ପାୱାର ଷ୍ଟୋଭକୁ ‘ସୂର୍ଯ୍ୟ ନୂତନ’ ନାମ ଦିଆଯାଇଛି। ଇଣ୍ଡିଆନ ଅଏଲର କହିବା କଥାକି ସେ ପ୍ରଧାନମନ୍ତ୍ରୀଙ୍କ ନିକଟରୁ ମିଳିଥିବା ଚ୍ୟାଲେଞ୍ଜରୁ ପ୍ରେରିତ ହୋଇ ସୂର୍ଯ୍ୟ ନୂତନକୁ ଡେଭଲପ କରିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୫ ସେପ୍ଟେମ୍ବର, ୨୦୧୭ ରେ ପେଟ୍ରୋଲିୟମ ଓ ପ୍ରକୃତିକ ଗ୍ଯାସ ମନ୍ତ୍ରାଳୟ ଅଧିକାରୀଙ୍କୁ ନିଜର ସମ୍ବୋଧନରେ ରୋଷେଇ ପାଇଁ ଏକ ଏମିତି ସଲ୍ଯୁସନ ଡେଭଲପ କରିବାକୁ ଚ୍ୟାଲେଞ୍ଜ ଦେଲେ, ଯାହାକୁ ବ୍ୟବହାର କରିବାରେ ସହଜ ହେଲ ଓ ପାରମ୍ପାରିକ ଚୁଲାର ସ୍ଥାନ ନେଇପାରିବ। ପ୍ରଧାନମନ୍ତ୍ରୀଙ୍କ ଏରହି କଥାରେ ପ୍ରେରିତ ହୋଇ ସୋଲାର କୁକ ଟପ ‘ସୂର୍ଯ୍ୟ ନୂତନ’କୁ ବିକାଶିତ କରାଯାଇଛି।

ରାତିରେ ମଧ୍ୟ କରିପାରିବେ ବ୍ୟବହାର:-

ସୂର୍ଯ୍ୟ ନୂତନ ସୋଲାର କୁକ ଟପରେ ଅନେକ ବିଶେଷତା ଅଛି। ଏହାକୁ ଗୋଟିଏ ସ୍ଥାନରେ ସ୍ଥାୟୀ ବହବରେ ଲଗାଯାଇପାରିବ। ଏହା ଏକ ରିଚାର୍ଜବଲ ଓ ଇନଡୋର ସୋଲାର କୁକିଂ ପ୍ରଣାଳୀ ଅଛି। ଏହାକୁ ଇଣ୍ଡିଆନ ଅଏଲର ଅନୁସନ୍ଧାନ ଏବଂ ବିକାଶ କେନ୍ଦ୍ର, ଫରିଦାବାଦ ଡିଜାଇନ ଓ ଡେଭଲପ କରିଛନ୍ତି। ଇଣ୍ଡିଆନ ଅଏଲ ଏହାର ପେଣ୍ଟେଣ୍ଟ ମଧ୍ୟ କରିଛନ୍ତି। ଏହାର ଏକ ୟୁନିଟ ଖରାରେ ରହିଥାଏ ଓ ଯାହାକି ଚାର୍ଜ କରିବା ସମୟରେ ଅନଲାଇନ କୁକିଂ ମୋଡ ପ୍ରଦାନ କରେ। ଏହାର ଅର୍ଥ ଚାର୍ଜ ହୋଇଯିବା ପରେ ଏହାକୁ ବ୍ୟବହାର କରିହେବ। ଏହିପରି ‘ସୂର୍ଯ୍ୟ ନୂତନ’ ସୌର ଶକ୍ତିର ଅଧିକରୁ ଅଧିକ ବ୍ୟବହାର ସୁନିଶ୍ଚିତ କରେ। ଖରା ନଥିଲେ ମଧ୍ୟ ଏଥିରେ ଖାଇବା ରାନ୍ଧିହେବ।

ଥରେ ଚାର୍ଜ ହେବା ମାତ୍ରେ ତିନି ସମୟ ଖାଇବା:-

ଏହି ଷ୍ଟୋଭ୍ହ ହାଇବ୍ରିଡ ମୋଡରେ ମଧ୍ୟ କାମ କରିଥାଏ। ଏହାର ଅର୍ଥ ହେଉଛି ଏହି ଚୁଲିରେ ସୌର ଶକ୍ତି ବ୍ୟତୀତ ଅନ୍ୟ ବିଦ୍ୟୁତ ଉତ୍ସର ମଧ୍ୟ ବ୍ୟବହାର କରାଯାଇପାରିବ। ସୂର୍ଯ୍ୟ ନୂତନର ଇନସୁଲେସନ ଡିଜାଇନ ଏପରି ଅଟେ, ଏହା ସୂର୍ଯ୍ୟ କିରଣରୁ ବିକିରଣ ଏବଂ ଉତ୍ତାପ ହ୍ରାସକୁ କମ କରିଥାଏ। ତିନୋଟି ଭିନ୍ନ ମଡେଲରେ ସୂର୍ଯ୍ୟ ନୂତନ ଉପଲବ୍ଧ ଅଛି। ସୂର୍ଯ୍ୟ ନୂତନର ପ୍ରିମିୟମ ମଡେଲ୍ ଚାରି ପରିବାର ପାଇଁ ଏକ ତିନିଥର ଭୋଜନ (ଜଳଖିଆ + ମଧ୍ୟାହ୍ନ ଭୋଜନ + ରାତ୍ରୀ ଭୋଜନ) ରାନ୍ଧିପାରେ।

ବର୍ତ୍ତମାନ ଏତିକି ଟଙ୍କା ସୋଲାର ଷ୍ଟୋଭର ମୂଲ୍ୟ:-

ଏହି ଷ୍ଟୋଭର ବେସ ମଡେଲର ମୂଲ୍ୟ ପାଖାପାଖି ୧୨୦୦୦ ଟଙ୍କା ଓ ଟପ ମଡେଲର ମୂଲ୍ୟ ୨୩୦୦୦ ଟଙ୍କା। ଇଣ୍ଡିଆନ ଅଏଲର କହିବା କଥାକି ଆଗାମୀ ସମୟରେ ଏହାର ମୂଲ୍ୟରେ ବହୁତ ଫରକ ଆସିବାର ଆଶା ଅଛି। ସୂର୍ଯ୍ୟ ନୂତନ ଏକ ମଡ୍ୟୁଲାର ପ୍ରଣାଳୀ ଅଟେ। ଏହାକୁ ଆବଶ୍ୟକତା ଅନୁସାରେ ବିଭିନ୍ନ ଆକାରରେ ଡିଜାଇନ କରାଯାଇପାରିବ।

odiasambada
Comments (0)
Add Comment