ଗାଜିଆବାଦର ମୁରାଦନଗରର ଶିତଳପୁରୀ କୋଲୋନିରେ ରହୁଥିବା ୨୩ ବର୍ଷର କାଶିମ ୫ଦିନ ପୂର୍ବେ ଅଚାନକ ଘରୁ ଗାଏବ ହୋଇଯାଇଥିଲେ। ପରିବାର ତାଙ୍କର ନିଖୋଜ ହେବାର ରିପୋର୍ଟ କରିଥିଲେ। ବୁଧୁବାର ଦିନ କାସିମର ପରିବାର ଅଚାନକ ଥାନାରେ ପହଞ୍ଚିଲେ ଓ କାସିମର ଷଢୁ ଓ ତାଙ୍କର ଅନ୍ୟ ସାଥିଙ୍କ ଉପରେ ହତ୍ୟାର ସନ୍ଦେହ କରିଲେ। ଯାହାପରେ ପୋଲିସ ଦୁଇ ଆରୋପୀଙ୍କ ସନ୍ଧାନରେ ଲାଗିଗଲା।
ଏହି ସମ୍ପୂର୍ଣ ମାମଲାର ଅଧିକ ସୂଚନା ଦେଇ ଏଏସପି ଆକାଶ ପଟେଲ ଗତ ୩୦ ତାରିଖକୁ କାସିମଙ୍କ ନିଖୋଜର ସୂଚନା ପୋଲିସକୁ ତାଙ୍କର ଘର ଲୋକଙ୍କ ଦ୍ଵାରା ଦିଆଯାଇଥିଲା। ଯାହାପରେ ପୋଲିସ ଯାଞ୍ଚରେ ଲାଗିପଡିଥିଲା। ବୁଧୁବାର ଦିନ କାସିମଙ୍କ ପରିବାର ଥାନା ମୁରାଦନଗରରେ ପହଞ୍ଚିଲେ ଓ ସେ ଅଭିଯୋଗ କରିଲେକି କାସିମଙ୍କ ହତ୍ୟା ତାଙ୍କର ଷଢୁ ରୁଖସାଦ ଓ ତାଙ୍କର ସାଥି ଓକିଲଙ୍କ ଦ୍ଵାରା କରାଯାଇଥିଲା। ଯାହାପରେ ପୋଲିସ ଦୁଇ ଆରୋପୀଙ୍କ ଯାଞ୍ଚରେ ଲାଗିପଡିଲା। ପୋଲିସ ତାଙ୍କର ଚାପ ଦେଉଥିଲା। କିନ୍ତୁ ଅଚାନକ ଦୁଇଜଣ ଆରୋପୀ ନିଜେ ଆସି ମୁରାଦନଗର ଥାନାରେ ସରେଣ୍ଡର କରିବାକୁ ପହଞ୍ଚିଗଲେ।
ପୋଲିସ ଦୁଇ ଆରୋପୀଙ୍କୁ ହିରାସତରେ ନେଇନେଲା। ଓ ଉଭୟଙ୍କ ସୂଚନା ଅନୁସାରେ ପୋଲିସ କାସିମଙ୍କ ସବକୁ ସଲେମାବାଦର ଜଙ୍ଗଲରେ ବରାମଦ କରିଲା। ଏଏସପି ଆକାଶ ପଟେଲ କହିଲେକି ମୃତକ କାସିମଙ୍କ ଷଢୁ ରୁଖସାଦ କିଛିଦିନ ପୂର୍ବେ ଜେଲରେ ଥିଲେ। ଏହି ସମୟରେ କାସିମର ନିଜର ଷଢୁର ସ୍ତ୍ରୀ ସହିତ ଅବୈଧ ସମ୍ବନ୍ଧ ହୋଇଥିଲା। ଏହା ସହିତ କାସିମ ତାଙ୍କର ୭ମାସର ଝିଅର ହତ୍ୟା କରିଦେଇଥିଲା। ଯେଉଁ କାରଣରୁ ସେ ରାଗ ରଖିଥିଲେ। ସେ ନିଜର ସାଥି ଓକିଲଙ୍କ ସହିତ ମିଶି କାସିମଙ୍କର ହତ୍ୟା କରିଦେଲେ। ପୋଲିସ ଦୁଇ ଆରୋପୀଙ୍କୁ ଜେଲ ପଠାଇବାକୁ ପ୍ରସ୍ତୁତି କରୁଅଛି।