ଚାଲୁଥିବା କାରରୁ ରାସ୍ତାକୁ ଖସି ପଡ଼ିଲା କୁନି ଝିଅ,ତଥାପି କେହି ଜାଣିପାରିଲେନି…..ଇଣ୍ଟରନେଟରେ ଭିଡ଼ିଓ ହେଲା ଭାଇରାଲ,ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହୋଇ ସାମ୍ନାକୁ ଆସୁଛି ଯାହାକୁ ଦେଖିଲାପରେ ଆପଣ ନିଶ୍ଚିତ ରୂପେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡ଼ିଓରେ ଚାଲୁଥିବା ଏକ କାରରୁ ଛୋଟ ପିଲାଟି ପଡ଼ିଯାଉଛି ଓ ତାକୁ ଲୋକମାନେ ଦେଖିବାପରେ ତୁରନ୍ତ ବଞ୍ଚାଇ ନେଉଛନ୍ତି। ଏଥିରେ ଛୋଟ ପିଲାଟିର କୌଣସି ବଡ଼ ଦୁର୍ଘଟଣା ତ ହୋଇନାହିଁ କିନ୍ତୁ ଲୋକେ ଏଥିରେ ବାପା-ମାଆଙ୍କୁ ଗାଳି କରୁଛନ୍ତି। ଏହି ଭିଡ଼ିଓଟି ଚୀନ ରୁ ଆସିଛି ବୋଲି କୁହାଯାଉଛି।

ସାଉଥ ଚାଇନା ମର୍ଣ୍ଣିଙ୍ଗ ପୋଷ୍ଟ ମୁତାବିକ, ଏହି ଘଟଣା ସାଂଘାଇର ଦାକ୍ଷିଣାତ୍ୟ ନିଗମ୍ବେ ସହରର ବୋଲି କୁହାଯାଉଛି। ଭିଡ଼ିଓରେ ଆପଣଙ୍କୁ ଦେଖିବାକୁ ମିଳିବ କି, ରେଡ଼ ସିଗ୍ନାଲ ଯୋଗୁଁ କାର ରାସ୍ତାରେ ଛିଡ଼ା ହୋଇଯାଉଛି ଓ ଗ୍ରୀନ ସିଗ୍ନାଲ ପରେ ଯେତେବେଳେ ଗାଡ଼ି ଚାଲିବା ଆରମ୍ଭ କରୁଛି ସେତେବେଳେ ପଛ ଡୋରରେ ମୁଣ୍ଡ କାଢ଼ିଥିବା ଛୋଟ ଝିଅଟି ତଳେ ପଡ଼ିଯାଉଛି। ଏହି କାରର ପଛପଟେ ଆସୁଥିବା ଏକ କାରରେ ବସିଥିବା ଲୋକେ ଝିଅଟି ପଡ଼ିବା ସମୟରେ ଦେଖିଥିଲେ ଓ ତୁରନ୍ତ ସେମାନେ ସେଠାକୁ ଯାଇ ପିଲାଟିକୁ ଉଠାଇଥିଲେ। ବହୁତ ଆଶ୍ଚର୍ଯ୍ୟ କରୁଥିବା ଏହି ଘଟଣାର ଭିଡ଼ିଓ ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା।

ଚାଲୁଥିବା କାରରେ ପିଲାଟି ପଡ଼ିଯିବାର ଭିଡ଼ିଓ ଦେଖନ୍ତୁ:-

ହଇରାଣ କରିବାଭଳି ଘଟଣା ଏହାକି ଯେ, ପିଲାଟି ରାସ୍ତାରେ ପଡ଼ିଯାଉଛି। ଏଥିରେ ବେଖବର ଡ୍ରାଇଭର ନିଜ କାରକୁ ନେଇ ସେଠାରୁ ଚାଲିଯାଉଛି। ଭିଡ଼ିଓରେ ଦେଖାଯାଉଛି କି, ପିଲାଟି ଚକିତ ହୋଇଯାଉଛି ଓ କାନ୍ଦିବାକୁ ଲାଗୁଛି ଓ କିଛିଲୋକ ଆସି ପିଲାଟିକୁ ଉଠାଉଛନ୍ତି।

ଏହି ଭିଡ଼ିଓକୁ ଟ୍ୱିଟରରେ ସିରଜ ନୁରାନୀ ନାମକ ୟୁଜର ଶେୟର କରିଥିଲେ। ଯାହାକୁ ମୂଳ ରୂପରେ ସାଉଥ ଚାଇନା ମର୍ଣ୍ଣିଙ୍ଗ ପୋଷ୍ଟ କରିଛି। ଏବେ ଏହି ଭିଡ଼ିଓ ବହୁତ ଜୋରରେ ଲୋକମାନଙ୍କ ଧ୍ୟାନ ଆକର୍ଷଣ କରୁଛି। ସିରାଜ ନୁରାନୀ ଭିଡ଼ିଓ ଶେୟର କରି କ୍ୟାପ୍ସନରେ ଲେଖିଲେ, ମାଆ-ବାପାଙ୍କ ଦାୟିତ୍ୱହୀନତା। ଜଣାଇଦେଉଛୁ ଏହି ଘଟଣା ପରେ ତୁରନ୍ତ ପିଲାଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡ଼କ୍ଟରଙ୍କ କହିବାହେଲା, ତାଙ୍କୁ କେବଳ ହାଲକା ଆଘାତ ଲାଗିଛି। କିନ୍ତୁ ଏହି ଭିଡ଼ିଓକୁ ଦେଖିବାପରେ ଲୋକେ ବାପା-ମାଆଙ୍କ ଉପରେ। କ୍ରୋଧିତ ହୋଇଯାଇଛନ୍ତି।

odia sambada
Comments (0)
Add Comment