14 ବର୍ଷ ବୟସରେ KBC ରେ ଜିତିଥିଲେ 1 କୋଟି ଟଙ୍କା, ଏହାପରେ ହେଲେ ଆଇପିଏସ। ଆଜି ଅପରାଧୀ ମାନେ ତାଙ୍କ ନାମ ଶୁଣିଲେ ଭୟରେ ଥରି ଉଠୁଛନ୍ତି

ଦୁନିଆରେ ବହୁତ ସାରା ଲୋକ ରହିଛନ୍ତି ଯାହାଙ୍କୁ ନିଜର ଭାଗ୍ୟ ଠାରୁ ମଧ୍ୟ ଅଧିକ ପାଇବାର ଆଶା ରହିଥାଏ। ସେମାନେ ନିଜ ଭାଗ୍ୟ ଠାରୁ ଅଧିକ ପାଇଲେ ମଧ୍ୟ ଅଟକି ନଥାନ୍ତି ଓ ନିଜ ଲକ୍ଷ୍ୟକୁ ହାସଲ କରିଦେଇଥାନ୍ତି। ରବି ମୋହନ ସୈନି ହେଉଛନ୍ତି ଏହାର ଏକ ଉଦାହରଣ, ଯାହାଙ୍କୁ ନିଜ ଭାଗ୍ୟ ଠାରୁ ଅଧିକ ମିଳିଲା ସତ କିନ୍ତୁ ସେ ଏତିକିରେ ଅଟକିନଥିଲେ ଓ ନିଜ ଲକ୍ଷ୍ୟ ହାସଲ କରିଥିଲେ।

ଟେଲିଭିଜନର ପ୍ରସିଦ୍ଧ କ୍ୱିଜ ଗେମ ଶୋ କୌନ ବନେଗା କରୋଡ଼ପତି ଜୁନିୟରରେ ଏକକୋଟି ଧନରାଶି ଜିତିବା ଠାରୁ ଆରମ୍ଭ କରି ଆଇପିଏସ ହେବା ପର୍ଯ୍ୟନ୍ତ ବାଟ ରବି ମୋହନ ସୈନି ପୂରଣ କରିଛନ୍ତି। ତାଙ୍କର କାହାଣୀରୁ ବହୁତ କିଛି ଶିକ୍ଷା ମିଳୁଛି।

14 ବର୍ଷ ବୟସରେ ଜିତିଥିଲେ 1 କୋଟି ଟଙ୍କା:-

ଏମିତି ଦେଖାଯାଏ ତ କ୍ୱିଜ ଗେମ ଶୋ କୌନ ବନେଗା କରୋଡ଼ପତିରେ ଏବେପର୍ଯ୍ୟନ୍ତ ବହୁତ ସାରା ଲୋକ କରୋଡ଼ପତି ହୋଇସାରିଛନ୍ତି। କିନ୍ତୁ 2001 ମସିହାରେରେ ଜଣେ 14 ବର୍ଷୀୟ ବାଳକ 1 କୋଟି ଟଙ୍କା ଜିତିଥିଲା। ସେହି ପିଲାଟି ଆଉ କେହି ନୁହେଁ ବରଂ ସେ ହେଉଛନ୍ତି ରବି ମୋହନ ସୈନି। ଏକକୋଟି ପାଇବାପରେ ସେ ଅଟକି ଯାଇନଥିଲେ, ଏହାପରେ ସେ ତାଙ୍କର ଲକ୍ଷ୍ୟ ହାସଲ କରିବାରେ ଲାଗିପଡିଲେ। ସେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆପିଏସ ଅଧିକାରୀ ହେଲେ ଓ ସେ ବର୍ତ୍ତମାନ ଗୁଜୁରାତର ପୋରବନ୍ଦର ଠାରେ ପୋଲିସ ଅଧୀକ୍ଷକ ରହିଛନ୍ତି।

ଦଶମ ଶ୍ରେଣୀରେ ପଢ଼ୁଥିବା ସମୟରେ କେବିସିରେ ଜିତିଥିଲେ 1 କୋଟି ଟଙ୍କା:-

ରବି ମୋହନ ସୈନି 2001 ମସିହାରେ 14 ବର୍ଷ ବୟସରେ ଯେତେବେଳେ ଦଶମ ଶ୍ରେଣୀରେ ପଢ଼ୁଥିଲେ ସେତେବେଳେ ଅମିତାଭ ବଚନଙ୍କ ଦ୍ଵାରା ପଚରା ଯାଇଥିବା ସମସ୍ତ 15 ଟି ପ୍ରଶ୍ନର ସଠିକ ଉତ୍ତର ଦେଇ 1 କୋଟି ଟଙ୍କା ଜିତିନେଇଥିଲେ।

ରାଜସ୍ଥାନର ଅଟନ୍ତି ରବି ମୋହନ ସୈନି:-

ଆପଣଙ୍କୁ ଜଣାଇଦେଉଛୁ କି, ରବି ମୋହନ ସୈନି ମୂଳ ରୂପରେ ରାଜସ୍ଥାନର ଅଲବର ଜିଲ୍ଲାର ଅଟନ୍ତି ଓ ତାଙ୍କର ପିତା ନୌସେନାରେ ରିଟାୟାର୍ଡ଼ ଅଫିସର ଅଟନ୍ତି। ପିତାଙ୍କ ପୋଷ୍ଟିଂ ଯୋଗୁଁ ତାଙ୍କର ସ୍କୁଲ ପଠାପଢ଼ା ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସ୍ଥିତ ନୌସେନା ପବ୍ଲିକ ସ୍କୁଲରେ ହୋଇଥିଲା ଓ ସେ ଏକାଡେମିକ କାରିୟରରେ ଟପ୍ପର ହୋଇଥିଲେ।

ଦ୍ଵାଦଶ ପରେ ପୁରା କରିଥିଲେ ଏମବିବିଏସ:-

ରିପୋର୍ଟ ଅନୁସାରେ, ରବି ମୋହନ ସୈନି ୟୁପିଏସସି ପରୀକ୍ଷା ପୁରା କରିବା ପୂର୍ବରୁ ଏମବିବିଏସ କରିଥିଲେ। ସେ ଦ୍ଵାଦଶ ପରେ ଜୟପୁରର ମହାତ୍ମା ଗାନ୍ଧୀ ମେଡ଼ିକାଲ କଲେଜରୁ ଏମବିବିଏସ କରିଥିଲେ। ସେ ଏମବିବିଏସ ପରେ ଇଣ୍ଟର୍ନଶିପ କରିଥିଲେ ଓ ଏହାମଧ୍ୟରେ ତାଙ୍କର ସିଲେକ୍ସନ ସିଭିଲ ସର୍ଭିସରେ ହୋଇଯାଇଥିଲା। ଏକ ଇଣ୍ଟରଭ୍ୟୁ ସମୟରେ ରବି କହିଥିଲେ କି, ତାଙ୍କ ପିତା ନାଭିରେ ଥିଲେ ଓ ତାଙ୍କ ଠାରୁ ପ୍ରଭାବିତ ହୋଇ ସେ ଆଇପିଏସ ହେବାର ସ୍ୱପ୍ନ ଦେଖିଥିଲେ।

ତୃତୀୟ ପ୍ରଚେଷ୍ଟାରେ କ୍ରାକ କରିଥିଲେ ପରୀକ୍ଷା:-

ରବି ମୋହନ ସୈନିଙ୍କ ପାଇଁ ଆଇପିଏସ ଅଧିକାରୀ ହେବାର ସ୍ୱପ୍ନ ବିଲକୁଲ ସହଜ ନଥିଲା। ତାଙ୍କୁ ପ୍ରଥମ ଦୁଇଟି ପ୍ରୟାସରେ ଅସଫଳତାର ସାମ୍ନା କରିବାକୁ ପଡ଼ିଥିଲା। ପ୍ରଥମେ ସେ 2012 ମସିହାରେ ପରୀକ୍ଷା ଦେଇଥିଲେ ଓ ମେନ୍ସ ପରୀକ୍ଷାରେ ଅସଫଳ ହୋଇଯାଇଥିଲେ ଏବଂ ଏହାପରେ 2013 ରେ ପରୀକ୍ଷା ଦେଇଥିଲେ ଓ ଏଥିରେ ତାଙ୍କୁ ଭାରତୀୟ ଡାକ ଓ ଦୂରସଞ୍ଚାର ବିଭାଗରେ ଆକାଉଣ୍ଟସ ଆଣ୍ଡ ଫାଇନାନ୍ସ ବିଭାଗରେ ଚୟନ କରାଯାଇଥିଲା।

କିନ୍ତୁ ସେ ଏହି ପଦରେ ସନ୍ତୁଷ୍ଟ ନଥିଲେ ଓ ପୁଣିଥରେ 2014 ରେ ଆଉଥରେ ପରୀକ୍ଷା ଦେଇଥିଲେ। ରବି ମୋହନ ସୈନି ତୃତୀୟ ଟଗର ୟୁପିଏସସି ପରୀକ୍ଷା ଦେଲେ ଓ ଅଲ ଇଣ୍ଡିଆ ରାଙ୍କ 461 ହାସଲ କରି ଆଇପିଏସ ଅଧିକାରୀ ହେବାର ସ୍ୱପ୍ନ ସାକାର କରିଥିଲେ।

odia sambada
Comments (0)
Add Comment