ପୁରୁଷ ବନ୍ଧୁ ସହିତ ନିଜ ସ୍ତ୍ରୀକୁ ଦେଖି ସ୍ୱାମୀର ମୁଣ୍ଡକୁ ଚଢ଼ିଗଲା ରାଗ; ୭ ଘଣ୍ଟା କାଳ ଗଛରେ ବାନ୍ଧି ଅତି ନିର୍ମମ ଭାବେ ପିଟି ଚାଲିଲା ସ୍ୱାମୀ…

ସମାଜରେ ସବୁବେଳେ ନାରୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଘଟଣା ଦେଖିବାକୁ ମିଳେ, ନାରୀ ମାନଙ୍କ ଦୋଷ ଥାଉ କିମ୍ବା ନଥାଉ ତାଙ୍କ ଉପରେ ପୁରୁଷ ମାନେ ନିର୍ଦୟଙ୍କ ଭଳି ସବୁବେଳେ ଅତ୍ୟାଚାର କରୁଥିବା ଘଟଣା ଦେଖିବାକୁ ମିଳେ। ଏବେ ମଧ୍ୟ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି, ରାଜସ୍ଥାନର ବାଂସଓ୍ଵାଡା ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜ ମାଉସୀ ଶାଶୁଙ୍କ ଘରକୁ ଯାଇଥିଲେ। ରାସ୍ତାରେ ପୁରୁଷ ସାଙ୍ଗ ଦେଖା ହେବାରୁ ସେ ତାଙ୍କ ଗାଡ଼ିରେ ଲିଫ୍ଟ ନେଇ ପହଞ୍ଚିଥିଲେ। ହେଲେ ଯେତେବେଳେ ଏହି କଥା ତାଙ୍କ ଶାଶୁଘର ଲୋକଙ୍କୁ ଜଣାପଡ଼ିଥିଲା, ତ ସେମାନେ ପରକୀୟା ପ୍ରୀତି ସନ୍ଦେହ କରିଥିଲେ। ଏହାପରେ ମହିଳାଙ୍କୁ ଗଛରେ ବାନ୍ଧି ଖୁବ୍‌ ପିଟିଥିଲେ।

ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଏହି ମାମଲାରେ ୫ ଜଣଙ୍କୁ ଅଟକ ରଖିଛି। ପୋଲିସର କହିବା ହେଲା, ଘଟଣା ୬ ଦିନ ତଳର। ମହିଳା ଜଣକ କୌଣସି କାମରେ ମାଉସୀ ଶାଶୁଙ୍କ ଘରକୁ ଯାଉଥିଲେ।

ଏହି ସମୟରେ ବାଟରେ ତାଙ୍କର ପୁରୁଷ ସାଙ୍ଗ ଦେବୀଲାଲ୍‌ଙ୍କ ସହିତ ଭେଟ ହୋଇଥିଲା। ପେସାରେ ଡ୍ରାଇଭର ଥିବା ଦେବୀଲାଲ୍‌ ମହିଳାଙ୍କୁ ନିଜ ଗାଡ଼ିରେ ବସାଇ ଘର ପର୍ଯ୍ୟନ୍ତ ନେଇ ଯାଇଥିଲେ। ହେଲେ ସେଠାରେ ପହଞ୍ଚିବା ପରେ ମାଉସୀ ଶାଶୁ ପରକୀୟା ପ୍ରୀତି ସନ୍ଦେହରେ ଦୁଇଜଣଙ୍କୁ ଅଟକ ରଖିଥିଲେ।

ଏହାପରେ ଘଟଣା ସମ୍ପର୍କରେ ନିଜ ଭଣଜା ଅର୍ଥାତ୍‌ ମହିଳାଙ୍କ ସ୍ୱାମୀଙ୍କୁ ଜଣାଇଥିଲେ।ସୂଚନା ପାଇ ସ୍ୱାମୀଙ୍କ ସମେତ ଶାଶୁଘର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଦୁଇଜଣଙ୍କୁ ଜବରଦସ୍ତ ଜିପ୍‌ରେ ବସାଇ ଗାଁ ପର୍ଯ୍ୟନ୍ତ ନେଇ ଆସିଥିଲେ। ଗାଁରେ ପହଞ୍ଚିବା ପରେ ମହିଳାଙ୍କୁ ତାଙ୍କ ସ୍ୱାମୀ ଏକ ଗଛରେ ବାନ୍ଧି ପକାଇଥିଲେ ଏବଂ ବାଡ଼ି ସାହାଯ୍ୟ ନିର୍ଧୁମ ପିଟିଥିଲେ। ଏହି ଘଟଣାରେ ମାମୁଁ ଶ୍ୱଶୁରଙ୍କ ଦୁଇ ପୁଅ ମଧ୍ୟ ସାମିଲ ଅଛନ୍ତି।ବ୍ୟକ୍ତି ଜଣକ ପାଖାପାଖି ୭ ଘଣ୍ଟା କାଳ ସ୍ତ୍ରୀଙ୍କୁ ଗଛରେ ବାନ୍ଧି ରଖିଥିଲେ। ପୋଲିସ ସୂଚନା ମୁତାବକ, ଏହି ମାମଲାରେ ମହିଳାଙ୍କ ସ୍ୱାମୀଙ୍କ ସମେତ ୫ ଜଣଙ୍କୁ ଅଟକ ରଖାଯାଇଛି। ଭିଡିଓ ଆଧାରରେ ସ୍ୱାମୀ, ସ୍ତ୍ରୀଙ୍କୁ ଚିହ୍ନଟ କରାଯାଇଛି।

odia sambada
Comments (0)
Add Comment