ଲାଇଫ ହେବ ତ ଏମିତି ……..ପାଖରେ ରହିଛି ୭୦୦୦ କାର,ଚୁଟି କଟାରେ ଖର୍ଚ କରୁଛନ୍ତି ୧୪ ଲକ୍ଷ ଟଙ୍କା,ଜାଣନ୍ତୁ ଏ ବ୍ୟକ୍ତିଙ୍କ ବିଷୟରେ ….

ସୁନା ଛାଉଣି ୭ହଜାର କାର, ଆଲିସାନ ମହଲ ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ। ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଅତ୍ୟନ୍ତ ବିଳାସ ବ୍ୟସନରେ ଜୀବନ ଅତିବାହିତ କରୁଛନ୍ତି। ଘରଦ୍ଵାର ଗାଡି ଆଦି ସବୁ ତାଙ୍କ ହାତ ପାହନ୍ତାରେ ଅଛି। ଠିକ ସେମିତି ଜଣେ ଲୋକଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ। ଯାହାଙ୍କ ଜୀବନଶୈଳୀ ଦେଖିଲେ ଆପଣ କହିବେ ଲାଇଫ ହୋ ତୋ ଏସି। ତେବେ ଆଜି ଆମେ ଯାହା ବିଷୟରେ ଜାଣିବାକୁ ଯାଉଛୁ ସେ ହେଉଛନ୍ତି ହସନାଲ ବୋଲକିଆ ଇବ୍ନି ଅମାର ଅଲ୍ଲୀ ସଇଫୁଦିନ ତୃତୀୟ।

ତାଙ୍କର ଜୀବନଶୈଳୀ ପାଇଁ ସେ ସବୁଠାରେ ପରିଚିତ। ହାସନାଲଙ୍କ ପାଖରେ ସୁନରେ ଛାଉଣି ହୋଇଥିବା ୭ହଜାରରୁ ଅଧିକ କାର ଅଛି। କେବଳ କାର ନୁହେଁ ହାସନାଲଙ୍କ ପାଖରେ ଜେଟ ଅଛି। ଓ ଏହି ଜେଟରେ ମଧ୍ୟ ସୁନା ଛାଉଣି କରାଯାଇଛି। ଏହି ଜେଟରେ ପ୍ରତ୍ଯେକ ଅଂଶକୁ ସୁନାରେ ଛାଉଣି କରାଯାଇଛି। ଏକ ସୂଚନା ଅନୁସାରେ ହାସନାଲଙ୍କ ସମ୍ପତ୍ତି ୨ ଲକ୍ଷ ୮୮ ହଜାର କୋଟିରୁ ଅଧିକ ରହିଛି।

ହସନାଲ ବୋଲକିଆ ଇବ୍ନି ଅମାର ଅଲ୍ଲୀ ସଇଫୁଦିନ ତୃତୀୟ ହେଉଛନ୍ତି ବୃନେଇର ସୁଲତାନ। ସେ ଓମର ଅଲ୍ଲୀ ସଇଫୁଦିନଙ୍କ ପରେ ୨୯ତମ ରାଜା ହୋଇଛନ୍ତି। ବର୍ତ୍ତମାନ ତାଙ୍କର ବୟସ ୭୫ ବର୍ଷ। ବର୍ତ୍ତମାନ ସେ ବୃନେଇର ପ୍ରଧାନମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ ଓ ରକ୍ଷାମନ୍ତ୍ରୀ ମଧ୍ୟ ଅଟନ୍ତି। ସୂଚନା ଅନୁସାରେ ତାଙ୍କ ପାଖରେ ଥିବା ସୁନାର ପ୍ରାଇଭେଟ ଜେଟର ମୂଲ୍ୟ ୩ହଜାର ୩୦୦କୋଟି ଠାରୁ ମଧ୍ୟ ଅଧିକ। ପ୍ଳେନ ମଧ୍ୟରେ ୯୬୯କୋଟିରୁ ଅଧିକ ମୂଲ୍ୟର ଜିନିଷ ରହିଛି। ଏହା ସହିତ ତାଙ୍କ ପାଖରେ ୭୦୦୦ କାର ରହିଛି।

ଏହା ବ୍ଯତୀତ ସେ ତାଙ୍କ ଚୁଟି କଟାରେ ୧୪ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି। ସୁଲତାନଙ୍କୁ ନେଇ ଦାବି କରାଯାଉଛିକି ତାଙ୍କର ଏହି ମହଲ ଦୁନିଆର ସବୁଠାରୁ ବଡ ମହଲ ଅଟେ। ପ୍ରାୟ ୨୦ ଲକ୍ଷ ସ୍କ୍ବାୟାର ଫୁଟରେ ବ୍ୟାପିରହିଛି ତାଙ୍କର ଏହି ମହଲ। ଏହି ମହଲରେ ଅନେକ ରୁମ ମଧ୍ୟ ଅଛି। ଏହି ମହଲରେ ୧୦୦୦୦ରୁ ଅଧିକ କର୍ମଚାରୀ କାମ କରନ୍ତି। ବୃନେଇର ରାଜାଙ୍କ ପାଖରେ ଏକ ପ୍ରାଇଭେଟ ଚିଡିଆଘର ରହିଛି। ଏହି ଚିଡିଆଘରରେ ତିନୋଟି ବେଙ୍ଗଲ ଟାଇଗର ଅଛନ୍ତି ଓ ଏହା ସହିତ ଅନେକ ଜୀବ-ଯନ୍ତୁମାନେ ମଧ୍ୟ ଅଛନ୍ତି।

odia sambada
Comments (0)
Add Comment