ଜିମ୍ବାଓ୍ଵେ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ, କୋହଲି- ରୋହିତଙ୍କୁ ବିଶ୍ରାମ,ଜାଣନ୍ତୁ ସ୍କ୍ୱାର୍ଡରେ କିଏ କିଏ ଅଛନ୍ତି ?

ଆଗକୁ ଟିମ୍ ଇଣ୍ଡିଆ ଜିମ୍ବାୱେ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ଯାଉଛି ଆଉ ଏଥିପାଇଁ ବିସିସିଆଇ ୧୫ ଜଣିଆ ଭାରତୀୟ ଦଳର ନାମ ଘୋଷଣା କରି ଦେଇଛି। ଜିମ୍ବାୱେ ବିପକ୍ଷ ସିରିଜ୍ ରେ ଶେଖର ଧାୱନ୍ ଙ୍କୁ ଟିମ୍ ର ନେତୃତ୍ୱ ଦାୟିତ୍ବ ଦିଆଯାଇଛି। ସିରିଜରୁ ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ ବୁମରା ଏବଂ ଋଷଭ ପନ୍ତଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମହମ୍ମଦ ଶାମିଙ୍କୁ ମଧ୍ୟ ସିରିଜରୁ ବିଶ୍ରାମ ଦିଆଯାଇଛି। ଦୀର୍ଘ ସମୟ ପରେ ଦଳକୁ ଦୀପକ ଚହରଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ଆହତ ସମସ୍ୟାରୁ ମୁକୁଳିଥିବା ଓ୍ଵାଶିଂଟନ ସୁନ୍ଦରଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି।

ଶିଖର ଧାଓ୍ଵନଙ୍କ ନେତୃତ୍ଵରେ ନିକଟରେ ଭାରତୀୟ ଦଳ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ୩-୦ରେ ବିଜୟ ହାସଲ କରିଛି। ଉକ୍ତ ସିରିଜରେ ରୋହିତ, ବିରାଟ କୋହଲି ଏବଂ ବୁମରାଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିଲା। ଲାଗୁଛି ଚୟନକର୍ତ୍ତା ଏହି ଗସ୍ତ ପାଇଁ ମଧ୍ୟ ଇଣ୍ଡିଜ ଧାରାଙ୍କୁ ଅବ୍ୟାହତ ରଖିଛନ୍ତି। ଶ୍ରେୟସ ଆୟର ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ଜିମ୍ବାଓ୍ଵେ ସିରିଜ୍‌ରୁ ବିଶ୍ରାମ ଦିଆଯାଇଛି।

ରାହୁଲ ତ୍ରିପାଠୀଙ୍କୁ ଦଳରେ ସାମିଲ୍ କରାଯାଇଛି।ଶିଖର ଧାଓ୍ଵନ(ଅଧିନାୟକ), ଋତୁରାଜ ଗାଏକଓ୍ଵାଡ, ଶୁଭମାନ ଗିଲ୍, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ଇଶାନ କିଷନ(ଓ୍ଵିକେଟ୍ କିପର), ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଓ୍ଵାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ଅକ୍ଷର ପଟେଲ୍, ଅଭେଶ ଖାନ, ପ୍ରସିଦ୍ଧ କୃଷ୍ଣା, ମହମ୍ମଦ ସିରାଜ, ଦୀପକ ଚହର, ଜିମ୍ବାୱେ ବିପକ୍ଷ ସିରିଜ୍ ରେ ଏହି ସବୁ ଖେଳାଳି ମାନଙ୍କ ନାମ ବିସିସିଆଇ ଘୋଷଣା କରିଛି।

odia sambada
Comments (0)
Add Comment