ପାର୍ଥ ଚଟାର୍ଜୀଙ୍କୁ ଗିରଫ କରି ଫସିଲା ED ଟିମ, ପାର୍ଥଙ୍କର ଗାଧୋଇବା ଠାରୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ସବୁ କାମ କରୁଛି ED

ପଶ୍ଚିମବଙ୍ଗରେ ଶିକ୍ଷକ ଭର୍ତ୍ତି ଘୋଟାଲା କୁ ନେଇ ED ଦଳ ନିଜ କାର୍ଯ୍ୟରେ ଲାଗିରହିଛି। ଅପର ପଟେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ଘନିଷ୍ଠ ମନ୍ତ୍ରୀଙ୍କୁ ତାଙ୍କ ମନ୍ତ୍ରୀ ପଦରୁ ହଟାଇ ଦେଇଛନ୍ତି। ସୂଚନା ମୁତାବିକ, ଇଡ଼ି ପାର୍ଥ ଚଟାର୍ଜୀ ଓ ତାଙ୍କର ଘନିଷ୍ଠ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରିସାରିଛି। ଅର୍ପିତା ସାରା ରାଜ ଖୋଲି ଦେଇଥିବା ବେଳେ ପାର୍ଥ କିନ୍ତୁ ଚୁପ ରହିଛନ୍ତି ସେ ଏପର୍ଯ୍ୟନ୍ତ ନିଜର ମୁହଁ ଖୋଲି ନାହାଁନ୍ତି। ଏତିକି ନୁହେଁ ଇଡ଼ି ତାଙ୍କୁ ଗିରଫ କରିବାପରେ ନିଜେ ହିଁ ସମସ୍ୟାରେ ପଡ଼ିଯାଇଛି।

ପାର୍ଥ ଚାଟାର୍ଜୀଙ୍କ ଗାଧୋଇବା ଠାରୁ ଖାଇବା ପର୍ଯ୍ୟନ୍ତ ସବୁଥିରେ ସମସ୍ୟା:-

ପାର୍ଥ1 ଚାଟାର୍ଜୀଙ୍କୁ ଗିରଫ କରିବାପରେ ଇଡ଼ି ତାଙ୍କର ଗାଧୋଇବା ଓ ଖାଇବାକୁ ନେଇ ସମସ୍ୟାରେ ପଡ଼ିଯାଇଛି। ପାର୍ଥଙ୍କ ଓଜନ 111 କିଲୋଗ୍ରାମ ଅଟେ ଓ ସେ କୁହନ୍ତି ଘରେ ଗାଧୋଇବା ସମୟରେ ସେ ଏକ ଟୁଲ ଉପରେ ବସି ଗାଧାନ୍ତି। ଏହାପରେ ତାଙ୍କୁ ଜୋତା ପିନ୍ଧିବାରେ ମଧ୍ୟ ବହୁତ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ଓଜନ କାରଣରୁ ସେ ନିଜେ ଜୋତା ପିନ୍ଧି ପାରନ୍ତିନାହିଁ। ଏଥିରେ ଜଣେ ବ୍ୟକ୍ତିଙ୍କୁ ତାଙ୍କୁ ଜୋତା ପିନ୍ଧାଇବାକୁ ପଡ଼ୁଛି।

ଏହିସବୁ ସମସ୍ୟା ପାଇଁ ଇଡ଼ିକୁ ତାଙ୍କର ଦୈନଦିନ କାମକୁ କରିବାକୁ ପଡ଼ୁଛି। ସେ ପାର୍ଥ ଚାଟାର୍ଜୀଙ୍କୁ ଗାଧୋଇବା ଠାରୁ ଆରମ୍ଭ କରି ଖାଇବାକୁ ଦେବା କାମ ମଧ୍ୟ କରୁଛନ୍ତି। ତାଙ୍କର ଓଜନ କାରଣରୁ ସେ ସିଡ଼ି ମଧ୍ୟ ଚଢ଼ି ପାରନ୍ତିନାହିଁ ଓ ଏହାସହ ତାଙ୍କର ଡ଼ାଇବେଟିସ ରହୁଛି। କୁହାଯାଉଛି ପାର୍ଥ ଗିରଫ ହେବାପୂର୍ବରୁ ଏକ ଲକଜୁରୀୟସ ଲାଇଫ ଜିଇଁବାକୁ ପସନ୍ଦ କରୁଥିଲେ। ଏପରିକି ତାଙ୍କୁ ଗାଧୋଇ ଦେବାପାଇଁ ଜଣେ ବ୍ୟକ୍ତି ରହୁଥିଲେ।

ରିପୋର୍ଟ କଥା ମାନିବାକୁ ଗଲେ ଇଡ଼ି ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିବାପରେ ଦୁଇଦିନ ପର୍ଯ୍ୟନ୍ତ ସେ ଗାଧୋଇ ନଥିଲେ। ଏହାପରେ ଇଡ଼ି ତାଙ୍କୁ ଗଧୋଇବା ପାଇଁ ନିଜର ଦୁଇଜଣ କର୍ମଚାରୀଙ୍କୁ ଡ଼କାଇଥିଲେ। ଏହାପରେ ତାଙ୍କୁ ଏକ ବାଥରୁମକୁ ନିଆଯାଇଥିଲା ଯେଉଁଠାରେ ବାଥରୁମ ଟି ଛୋଟ ପଡ଼ିଯାଇଥିଲା ଓ ତାଙ୍କୁ ଅନ୍ୟ ଏକ ବାଥରୁମ ନିଆଗଲା। ଏଠାରେ ସେ ଗାଧୋଇବା ପରେ ତାଙ୍କୁ କପଡ଼ା ପିନ୍ଧିବାରେ ମଧ୍ୟ କର୍ମଚାରୀ ସହାୟତା କରିଥିଲେ।

ଏବେ ତାଙ୍କର ଖାଇବା କଥା କହିବାକୁ ଗଲେ, ପାର୍ଥ ଚାଟାର୍ଜୀ ହେଉଛନ୍ତି ଜଣେ ଟାଇପ-2 ଡ଼ାଇବେଟିସ ରୋଗୀ। ଏଥିସହ ତାଙ୍କର ଖାଦ୍ୟ ଉପରେ ମଧ୍ୟ ବହୁତ ଧ୍ୟାନ ଦେବାକୁ ପଡୁଛି। ବିଗତ ଦୁଇଦିନ ହେବ ଦ୍ୱିପ୍ରହର ସମୟରେ ପାର୍ଥ ଚାଟାର୍ଜୀଙ୍କୁ ଭାତ ଖାଇବାକୁ ଦିଆଯାଉଛି ଓ ରାତିରେ ରୁଟି ଦିଆଯାଉଛି। ଶୁକ୍ରବାର ରାତିରେ ତାଙ୍କୁ ରୁଟି ଓ ଅଣ୍ଡା ତରକାରୀ ଖାଇବାକୁ ଦିଆଯାଇଥିଲା।

52 କୋଟି କ୍ୟାଶ ସହିତ ଜବତ କରାଗଲା କୋଟିଏ ଟଙ୍କାର ସୁନା:-

ଜଣାଇଦେଉଛୁ, ଅର୍ପିତା ମୁଖାର୍ଜୀ ଓ ପାର୍ଥ ଚାଟାର୍ଜୀଙ୍କ ଘରୁ ମୋଟ 58 କୋଟି ଟଙ୍କା ଜବତ କରାଯାଇ ସାରିଛି। ଏହାସହ କେତେକ ଦାମୀ ଗହଣା ଓ ସୁନାର ବିସ୍କୁଟ ମଧ୍ୟ ଜବତ କରାଯାଇଛି। ଆର୍ପିତାଙ୍କ ଦୁଇଘର ଯାଞ୍ଚ ହେବାପରେ ଯେଉଁଠାରୁ 22 କୋଟି କ୍ୟାଶ ମିଳିଥିଲା ଓ ଅନ୍ୟ ଘରୁ 29 କୋଟି କ୍ୟାଶ ମିଳିଥିଲା। ଏହାସହ ସେଠାରୁ ସୁନା ମଧ୍ୟ ମିଳିଥିଲା।

ଯେତେବେଳେ ଇଡ଼ି ଅର୍ପିତାଙ୍କୁ ପଚରା ଉଚରା କରିଥିଲେ ସେତେବେଳେ ଅର୍ପିତା କହିଥିଲେ ଜବତ ହୋଇଥିବା ସାରା ଟଙ୍କା ଓ ସୁନା ସବୁ ପାର୍ଥ ଚାଟାର୍ଜୀଙ୍କର ଅଟେ। ମନ୍ତ୍ରୀ ତାଙ୍କର ଏହି ଘରକୁ ମିନି ବ୍ୟାଙ୍କ ଭାବରେ ବ୍ୟବହାର କରୁଥିଲେ। ଏପରିକି ତାଙ୍କୁ ମଧ୍ୟ ପ୍ରବେଶ କରିବାକୁ ଅନୁମତି ଦେଉନଥିଲେ। ଅର୍ପିତା କୁହନ୍ତି ଯେ, ପାର୍ଥ ଚାଟାର୍ଜୀଙ୍କ ଲୋକ ସପ୍ତାହକୁ ଦୁଇଥର ତାଙ୍କ ଘରକୁ ଆସିଥାନ୍ତି।

odia sambada
Comments (0)
Add Comment