ଭାରତ ବନାମ ୱେଷ୍ଟଇଣ୍ଡିଜ: ରୋହିତଙ୍କ ତୁଫାନୀ ଅର୍ଧଶତକ ଯୋଗୁଁ ପ୍ରଥମ T20 ରେ ଇଣ୍ଡିଜକୁ 68 ରନରେ ହରାଇଲା ଭାରତୀୟ ଦଳ,ଦେଖନ୍ତୁ ମ୍ୟାଚ ବିଷୟରେ ସମ୍ପୂର୍ଣ ସୂଚନା

ଭାରତୀୟ ଟିମ ଇଣ୍ଡିଜ ବିପକ୍ଷରେ ଯେଉଁଭଳି ଭାବରେ ଦିନିକିଆ ସିରିଜକୁ ଜିତିଥିଲା ସେହି ଫର୍ମ ନେଇ ଦଳ ଶୁକ୍ରବାର ଦିନ ଆରମ୍ଭ ହୋଇଥିବା ପାଞ୍ଚମ୍ୟାଚ ବିଶିଷ୍ଟ ପ୍ରଥମ t20 ମ୍ୟାଚରେ ୱେଷ୍ଟଇଣ୍ଡିଜ ଦଳକୁ 68 ରନରେ ହରାଇ ଦେଇଛି। ଏହି ମ୍ୟାଚର ନାୟକ ଅଧିନାୟକ ରୋହିତ ଶର୍ମା ରହିଥିଲେ ଯିଏକି 64 ରନରର ଶାନଦାର ପାଳି ଖେଳିଥିଲେ।

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ 190 ରନ କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ 20 ଓଭରରେ ନିଜର 8 ଉଇକେଟ ହରାଇ 122 ରନ ହିଁ କରିପାରିଥିଲା ଓ 68 ରନରେ ଭାରତ ଠାରୁ ପ୍ରଥମ t20 ମ୍ୟାଚ ହାରି ଯାଇଥିଲା।

ସ୍ପିନର୍ସ କଲେ କମାଲ:-

191 ରନର ପିଛା କରି ୱେଷ୍ଟଇଣ୍ଡିଜ ଦଳ ନିଜ ପାଳି ଆରମ୍ଭରୁ ହିଁ ଉଇକେଟ ଫିଙ୍ଗିବା ଆରମ୍ଭ କରିଥିଲା। ଅର୍ଶଦୀପ ସିଂହ ପ୍ରଥମେ କାଇଲ ମେୟର୍ସଙ୍କୁ ଆଉଟ କରିଥିଲେ ଓ ଜାସନ ହୋଲଡ଼ର ବିନା ଖାତା ଖୋଲି ଆଉଟ ହୋଇଥିଲେ। ଏହାପରେ ୱେଷ୍ଟଇଣ୍ଡିଜକୁ ରବିଚନ୍ଦ୍ରନ ଅଶ୍ୱିନ ଓ ରବି ବିସ୍ନୋଇ ବଡ଼ ଝଟକା ଦେବା ଆରମ୍ଭ କରିଦେଲେ।

ଦୁଇ ସ୍ପିନର ମୋଟ 4ଟି ଉଇକେଟ ନେଲେ। ଅଶ୍ୱିନ ପ୍ରଥମେ 4 ଓଭର ବୋଲିଂ କରି 22 ରନ ଦେଇ 2ଟି ଉଇକେଟ ନେଇଥିଲେ ଓ ରବି ବିସ୍ନୋଇ 4 ଓଭର ବୋଲିଂ କରି 26 ରନ ଦେଇ 2ଟି ଉଇକେଟ ପାଇଥିଲେ। ଇଣ୍ଡିଜ ପାଇଁ ଏସ ବୃକ 20 ଓ ଅଧିନାୟକ ନିକୋଲାସ ପୂରନ 18 ରନର ପାଳି ଖେଳିଥିଲେ।

ରୋହିତ ଶର୍ମା ଇଜ ବ୍ୟାକ:-

ଦିନିକିଆ ସିରିଜରେ ବିଶ୍ରାମ ନେବାପରେ ରୋହିତ ଶର୍ମା t20 ସିରିଜକୁ ଫେରିଥିଲେ। ସେ ଏହି ମ୍ୟାଚରେ 64 ରନର ଶାନଦାର ପାଳି ଖେଳିଥିଲେ। T20 ବିଶ୍ୱକପ ପୂର୍ବରୁ ଭାରତୀୟ ଦଳ ପ୍ରସ୍ତୁତିରେ ଲାଗି ପଡ଼ିଛି ଓ ଅଧିନାୟକ ଫର୍ମ ଭାରତୀୟ ଦଳକୁ ଆହୁରି ମଜବୁତ କରିଛି। ରୋହିତ ନିଜ ପାଳିରେ 7 ଚୌକା ଓ 2 ଛକା ଲଗାଇଥିଲେ।

ରୋହିତ ଶର୍ମାଙ୍କ ବ୍ୟତୀତ ଫିନିସର ଦୀନେଶ କାର୍ତ୍ତିକ ପୁଣିଥରେ କମାଲ ଦେଖାଇଥିଲେ। ମଝିରେ ଯେତେବେଳେ ଭାରତୀୟ ପାଳି ଦୁର୍ବଳ ଲାଗୁଥିଲା ସେତେବେଳେ କାର୍ତ୍ତିକ 19 ବଲରେ 41 ରନରର ପାଳି ଖେଳି ଦଳକୁ ଏକ ବଡ଼ ସ୍କୋରରେ ପହଞ୍ଚାଇଥିଲେ।

ଦୀନେଶ କାର୍ତ୍ତିକ ନିଜର ଏହି ପାଳିରେ 4 ଚୌକା ଓ 2 ଛକା ମାରିଥିଲେ। ଏହାସହ ଅଶ୍ୱିନ 10 ବଲରୁ 13 ରନ କରିଥିଲେ। ଏହାବ୍ୟତୀତ ସୂର୍ଯ୍ୟକୁମାର ଯାଦବ 24, ଋଷଭ ପନ୍ତ 14 ଓ ରବୀନ୍ଦ୍ର ଜାଡେଜା 16 ରନର ପାଳି ଖେଳିଥିଲେ।

odia sambada
Comments (0)
Add Comment