ଭାରତ ବନାମ ୱେଷ୍ଟଇଣ୍ଡିଜ ପ୍ରଥମ ଟି-୨୦ : ଓପନିଙ୍ଗରେ ଫ୍ଲପ ହେଲେ ସୂର୍ଯ୍ୟ କୁମାର ଯାଦବ କିନ୍ତୁ ଏହି ତୁଫାନି ସଟରେ ଲୁଟିଲେ ଦର୍ଶକଙ୍କ ମନ,ଦେଖନ୍ତୁ ଭିଡ଼ିଓ

ଇଣ୍ଡିଜ ବିପକ୍ଷରେ ବ୍ରାଏନ ଲାରା କ୍ରିକେଟ ଏକାଡେମୀରେ ଆୟୋଜିତ ପ୍ରଥମ ଟି-୨୦ ମୁକାବିଲାରେ ସୂର୍ଯ୍ୟ କୁମାର ଯାଦବକୁ ଓପନିଙ୍ଗ କରିବାକୁ ସୁଯୋଗ ମିଳିଥିଲା|ଏମିତିରେ ସେ ଓପନିଙ୍ଗରେ କିଛି ଖାସ କରି ନପାରି କେବଳ ୧୪ ରନ୍ ବନାଇ ଆଉଟ୍ ହୋଇଗଲେ|ସୂର୍ଯ୍ୟ କୁମାରକୁ ସ୍ପିନ ବଲରେ ଅକିଲ ହୁସେନ ଜେସନ ହୋଲ୍ଡର ହାତରେ କ୍ୟାଚ କରାଇ ଆଉଟ୍ କରିଥିଲେ|ସେ ସମୟରେ ସୂର୍ଯ୍ୟ ୩ ଚୈକା ଓ ଗୋଟିଏ ଛକା ଲଗାଇଥିଲେ|

ସୂର୍ଯ୍ୟ ଏହି ଛକା ପଦାର୍ପଣ ମ୍ୟାଚ ଖେଳିବାକୁ ଓହ୍ଲାଇଥିବା ଆଲ୍ଜରୀ ଜୋସେଫ୍ ବଲରେ ମାରିଥିଲେ|ପାଳିର ଚତୁର୍ଥ ଓଭରର ଦ୍ୱିତୀୟ ବଲ ଜୋସେଫ ୧୪୬ କିମି ପ୍ରତି ଘଣ୍ଟା ଗତିରେ ପକାଇଲେ ଯେଉଁଥିରେ ସୂର୍ଯ୍ୟ କୁମାର ଫାଇନ ଲେଗ୍ ଉପରେ ଏକ ଅଦ୍ଭୁତ ସଟ୍ ମାରିଲେ|ସୂର୍ଯ୍ୟ କୁମାରଙ୍କ ଏହି ସଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି|

ସୂର୍ଯ୍ୟ କୁମାର ୱଷ୍ଟଇଣ୍ଡିଜ ବିପକ୍ଷରେ ଏକ ଦିବସୀୟ ସିରିଜରେ କିଛି ଖାସ କରି ପାରି ନଥିଲେ ଓ ସେ ୩ ଟି ମ୍ୟାଚରେ ମାତ୍ର ୩୦ ରନ କରିଥିଲେ|ସେ ଟି -୨୦ ମ୍ୟାଚରେ ୩୭.୪୦% ହାରରେ ୫୬୧ ରନ କରିଥିଲେ|ଏଥିରେ ଗୋଟିଏ ଶତକ ଓ ୪ଟି ଅର୍ଦ୍ଧ ଶତକ ରହିଥିଲା|ତାଙ୍କ ଟି-୨୦ ଆନ୍ତର୍ଜାତିକ ଶତକ(୧୧୭ ରନ୍) ନିକଟରେ ଇଂଲଣ୍ଡ ବିପକ୍ଷରେ ହୋଇଥିଲା|ଏକଦିବସୀୟ ମ୍ୟାଚରେ ସେ ୧୩ ଟି ମ୍ୟାଚରୁ ୩୪% ହାରରେ ୩୪୦ ରନ କରିଥିଲେ, ଯେଉଁଥିରେ ୨ଟି ଅର୍ଦ୍ଧ ଶତକ ସାମିଲ ହୋଇଛି|

ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୯୦ ରନ କରିଥିଲେ|କ୍ୟାପଟେନ ରୋହିତ ଶର୍ମା ୬୪ ରନର ଆକର୍ଷଣୀୟ ପାଳି ଖେଳିଥିଲେ ଯେଉଁଥିରେ ୭ ଚୈକା ଓ ୨ ଛକା ସାମିଲ ଅଟେ|ଦୀନେଶ କାର୍ତ୍ତିକ ଶେଷ ଓଭରରେ ତୁଫାନ ବ୍ୟାଟିଂ କରି ୧୯ ବଲରେ ଅପରାଜିତ ୪୧ ରନ କରିଥିଲେ ଯେଉଁଥିରେ ୪ ଚୈକା ଓ ଦୁଇଟି ଛକା ରହିଛି|

ଇଣ୍ଡିଜ ତରଫରୁ ଅଲ୍ଜାରୀ ଜୋସେଫ ସର୍ବାଧିକ ୨ ୱିକେଟ ହାସଲ କରିଥିଲେ|ଓବେଡ ମକାୟ,ଜେସନ ହୋଲ୍ଡର,ଅକିଲ ହୁସେନ୍ ଓ କିମି ପଲ୍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ|ଭାରତୀୟ ଦଳ ଏହି ମୁକାବିଲାରେ ୬୮ ରନର ବଡ ବ୍ୟବଧାନରେ ଜିତିଥିଲା,ଇଣ୍ଡିଜ ଦଳ କେବଳ ୧୨୨ ରନ କରିଥିଲେ|

odia sambada
Comments (0)
Add Comment