ନିଷ୍ଠୁର ମାଆ: ଏକ ବର୍ଷର ନିରୀହ ଛୁଆକୁ ପ୍ରଥମେ ବିଲକୁ ଫିଙ୍ଗିଦେଲା,ତାପରେ ପୁଣି ଚପଲରେ ପିଟିଲା !

କୁହାଯାଏକି ମାଆ ନିଜ ଛୁଆକୁ ଦୁନିଆରେ ସବୁଠାରୁ ଅଧିକ ଭଲ ପାଏ। ମାଆଙ୍କ ପରି ପ୍ରେମ ଆଉ କେହି କହିପାରିବେ ନାହିଁ। ପିଲାଙ୍କୁ ସାମାନ୍ୟ ଆଘାତ ଲାଗିଗଲେ ମାଆଙ୍କର ଜୀବନ ବାହାରିଆସେ। ତାଙ୍କୁ ପିଲାଙ୍କ ଠାରୁ ଅଧିକ କଷ୍ଟ ହୁଏ। ନିଜର ପିଲାଙ୍କୁ କଷ୍ଟରୁ ରକ୍ଷା କରିବା ପାଇଁ ମାଆ ସମ୍ପୂର୍ଣ ଦୁନିଆ ସହିତ ଲଢିଯାନ୍ତି। କିନ୍ତୁ ଜଣେ ଏମିତି ମାଆ ଅଛନ୍ତି, ଯିଏକି ଏ ସବୁର ବିପରୀତ ଅଟନ୍ତି। ତାଙ୍କର ଏହି ନିର୍ଦ୍ଧୟତାର ଭିଡିଓ ବର୍ତ୍ତମାନ ଭାଇରାଲ ହେଉଅଛି। ଭିଡିଓରେ ମହିଳା ନିଜର ୧ବର୍ଷର ଛୋଟ ଝିଅକୁ ପ୍ରଥମେ ବିଲରେ ଜୋରସେ ଫିଙ୍ଗୁଥିବାର ଦେଖିବାକୁ ପାଇବେ, ତାପରେ ତାଙ୍କୁ ଚପଲରେ ନିର୍ଦ୍ଧୟ ଭାବରେ ପିଟୁଥିବାର ଦେଖିପାରିବେ।

ହାପୁଡାର ଅଟେ ସମ୍ପୂର୍ଣ ମାମଲା:-

ଏହି ମାମଲା ଉତ୍ତର ପ୍ରଦେଶର ହାପୁଡାର ଅଟେ। କୋତବାଲୀ ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କର ତାଙ୍କ ସ୍ଵାମୀଙ୍କ ସହିତ କୌଣସି କଥାରେ ଝଗଡା ହୋଇଥିଲା। ଏହି ସମୟରେ ସ୍ଵାମୀ ତାଙ୍କୁ ମାରପିଟ ମଧ୍ୟ କରିଥିଲେ। ଏଥିରେ ମହିଳାଜଣକ ରାଗି ଯାଇଥିଲେ ଓ ନିଜର ରାଗ ନିଜର ୧ ବର୍ଷର ଛୋଟ ଛୁଆ ଉପରେ ବାହାର କରିଦେଲେ।

ପୋଲିସ ମହିଳାଙ୍କୁ କରିଲା ଗିରଫ:-

ମହିଳା ପ୍ରଥମେ ବାହାରେ ବସିଥିବା ଛୋଟ ପିଲାଟିକୁ ଉଠାଇ ପାଖରେ ଥିବା ବିଲକୁ ଜୋରସେ ଫିଙ୍ଗିଦେଲା। ମହିଳାଙ୍କର ନିର୍ଦ୍ଧୟତା ଏଥିରେ ସରିଲା ନାହିଁ। ବିଲକୁ ଫିଙ୍ଗିବା ପରେ ସେ ଛୋଟ ପିଲାକୁ ଚପଳରେ ପିଟିଲେ। ପୋଡଶୀର ଏକ ଅନ୍ୟ ମହିଳା ପିଲାକୁ ଜମିରୁ ଉଠାଇ ନେଇଆସିଲେ। ଘଟଣାସ୍ଥଳରେ ଏହି ଘଟଣାକୁ କେହିଜଣେ ଏହାର ଭିଡିଓ କରିଦେଲେ। ତାପରେ ସେ ଏହାକୁ ସୋସିଆଲ ମିଡିଆରେ ଅପଲୋଡ କରିଦେଲେ। ଓ ଏହା ଦେଖୁ ଦେଖୁ ଭାଇରାଲ ହୋଇଗଲା। ଭିଡିଓ ଭାଇରାଲ ହେବା ପରେ ପୋଲିସ ସଂଜ୍ଞାନରେ ଆସି କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଲା ଓ ଉକ୍ତ ମହିଳାଙ୍କୁ ଗିରଫ କରିଲା। ଏହା ବିରୁଦ୍ଧରେ ଏକ ମାମଲା ମଧ୍ୟ ରୁଜ୍ଜୁ କରାଗଲା।

odia sambada
Comments (0)
Add Comment