ବେହୋସ ହୋଇ ତଳେ ପଡ଼ିଗଲେ ଅର୍ପିତା ମୁଖାର୍ଜୀ, ED ସମ୍ମୁଖରେ କାନ୍ଦି କାନ୍ଦି ଅବସ୍ଥା ହୋଇଗଲା ସଙ୍ଗୀନ

ପଶ୍ଚିମବଙ୍ଗ ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ବନିଛି। ପଶ୍ଚିମବଙ୍ଗରେ ଶାସନରେ ପାର୍ଟି ତୃଣମୂଳ କଂଗ୍ରେସର ମନ୍ତ୍ରୀ ପାର୍ଥ ଚଟାର୍ଜୀ ଓ ତାଙ୍କ ଘନିଷ୍ଠ ଅର୍ପିତା ମୁଖାର୍ଜୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏବେଏବେ ଇଡ଼ି ଅର୍ପିତା ମୁଖାର୍ଜୀ ଓ ପାର୍ଥ ଚାଟାର୍ଜୀଙ୍କ ଠିକଣା ସ୍ଥଳରେ ଛାପା ମାରିଛି। ଯେଉଁଠାରୁ ଇଡ଼ି ବର୍ତ୍ତମାନ ସୁଦ୍ଧା 50 କୋଟି ଟଙ୍କା ଜବତ କରିସାରିଛି।

ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ପାର୍ଟିରେ ପାର୍ଥ ଚଟାର୍ଜୀ ବହୁତ ବଡ଼ ପଦବୀରେ ଥିଲେ କିନ୍ତୁ ଇଡ଼ି ଘେରରେ ଆସିବାପରେ ପାର୍ଟି ତାଙ୍କୁ ଦଳରୁ ନିଲମ୍ବିତ କରିଦେଇଛି ଓ ଏହାପରେ ତାଙ୍କର ଘନିଷ୍ଠ ଅର୍ପିତା ମଧ୍ୟ ଇଡ଼ି ପାଖରେ କାନ୍ଦିବାର ନଜର ଆସିଥିଲେ।

ଅଦାଲତ ଆଦେଶ ଦେଇଛି କି, ପାର୍ଥ ଚଟାର୍ଜୀ ଓ ଅର୍ପିତାଙ୍କର ପ୍ରତି 48 ଘଣ୍ଟାରେ ଥରେ ଲେଖାଏଁ ମେଡ଼ିକାଲ ଚେକଅପ କରାଯାଉ। ଏଥିପାଇଁ ଅର୍ପିତାଙ୍କୁ ବର୍ତ୍ତମାନ ହସ୍ପିଟାଲ ନିଆଯାଇଥିଲା। ଏଠାରେ ତାଙ୍କର ମେଡ଼ିକାଲ ଚେକଅପ କରାଯାଇଥିଲା ଓ ସେ ଏଠାରେ କାନ୍ଦିଥିଲେ ଓ ତଳେ ପଡ଼ିଯିବା କାରଣରୁ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା।

ଅର୍ପିତାଙ୍କ କାନ୍ଦିବାର ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମହିଳା ସୁରକ୍ଷାକର୍ମୀ ଅର୍ପିତାଙ୍କୁ ଗାଡ଼ିରୁ ଓହ୍ଲାଇଥିଲେ ଓ ଏଠାରେ ସେ ଲଗାତାର ଦୁଇମିନିଟ ଧରି କାନ୍ଦିଥିଲେ ଓ ସେ ଏଠାରେ ମିଡ଼ିଆର କ୍ୟାମେରାକକୁ ଦେଖି ନିଜ ଚେହେରା ଲୁଚାଇ ଦେଇଥିଲେ।

କଣ ଥିଲା SSC ଘୋଟାଲା:-

ଜଣାଇଦେଉଛୁ କି, ବଙ୍ଗାଳ ସରକାରଙ୍କ ପୂର୍ବମନ୍ତ୍ରୀ ପାର୍ଥ ଚଟାର୍ଜୀ ଓ ତାଙ୍କର ଘନିଷ୍ଠ ଅର୍ପିତା ମୁଖାର୍ଜୀ SSC ଘୋଟାଲା ଅର୍ଥାତ ଶିକ୍ଷା ଭର୍ତ୍ତି ଘୋଟାଲାର ଫସିଥିଲେ। ଏହି ମାମଲାରେ ଏବେଏବେ ଇଡ଼ି ଯାଞ୍ଚ କରିଥିଲା। ଏହି ମାମଲାରେ ଇଡ଼ି ଯାଞ୍ଚ ଆରମ୍ଭ କରିଥିଲା ଓ 22 ଜୁଲାଇ ଦିନ 14 ଟି ଠିକଣା ସ୍ଥଳରେ ଛାପା ମାରିଥିଲା। ଏହାସହ ଅର୍ପିତାଙ୍କ ଠିକଣା ସ୍ଥଳରୁ ମଧ୍ୟ ଛାପା ମରାଯାଇଥିଲା।

ଅର୍ପିତାଙ୍କ ଠିକଣା ସ୍ଥଳରୁ ଇଡ଼ି ଜୁଲାଇ 23 ତାରିଖରେ ଛାପା ମାରିଥିଲା। ଅର୍ପିତାଙ୍କ ଘରୁ 21 କୋଟି ଟଙ୍କା, 60 ଲକ୍ଷ ବିଦେଶୀ କରେନ୍ସି, 20ଟି ଫୋନ ଓ ଅନ୍ୟ ଦସ୍ତାବିଜ ଜବତ କରାଯାଇଥିଲା।

ଏହାସହ ଇଡ଼ି ଅର୍ପିତାଙ୍କ ଘରୁ ଏକ କିଲୋର ଦୁଇଟି ସୁନାର ଇଟା, 500-500 ଗ୍ରାମ ସୁନାର ଛଅଟି ଗହଣା ଓ ଗୋଲଡ଼ ପେନ ମିଳିଥିଲା। ଏବେପର୍ଯ୍ୟନ୍ତ ଇଡ଼ିକୁ 50 କୋଟି ଟଙ୍କା ନଗଦ ଓ 4.31 କୋଟିର ଅଳଙ୍କାର ଜବତ କରିସାରିଛି।

odia sambada
Comments (0)
Add Comment