ସେ-କ୍ସ କେବେ କରିଥିଲ? ଏହି ପ୍ରଶ୍ନର ଉତ୍ତର ଦେଇ ଅନନ୍ୟା ପାଣ୍ଡେ ଯାହା କହିଲେ ଆପଣ ଶୁଣିଲେ ମୁଣ୍ଡରେ ହାତ ଦେଇଦେବେ …ଦେଖନ୍ତୁ ଭାଇରଲ ଭିଡ଼ିଓ

ବଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ଓ ନିର୍ଦେଶକ ନିଜର ଫିଲ୍ମକୁ ନୁହେଁ ବରଂ ନିଜର ଟକ ଶୋ ‘କଫି ଉଇଥ କରନ୍’ କୁ ନେଇ ବହୁତ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ କରନଙ୍କ ଏହି ଶୋର ସିଜିନ ନମ୍ୱର 7 ଚାଲୁଛି ଓ ବହୁତ ଷ୍ଟାର ଓ ସେଲିବ୍ରେଟି ଲଗାତାର ଏହି ମଞ୍ଚରେ ଦେଖିବାକୁ ମିଳୁଛନ୍ତି ଓ ନିଜର ବ୍ୟକ୍ତିଗତ ଜୀବନଶୈଳୀକୁ ମଧ୍ୟ ଶେୟର କରୁଛନ୍ତି।

କରନ୍ ଜୋହରଙ୍କ ଶୋ ‘କଫି ଉଇଥ କରନ୍’ ସିଜିନ 7 ରେ ବହୁତ ନାମିଦାମୀ ଷ୍ଟାର ଆଲିଆ ଭଟ ଓ ସୁପରଷ୍ଟାର ରଣବୀର ସିଂହ ମଧ୍ୟ ଆସିସାରିଛନ୍ତି। ଏହାବ୍ୟତୀତ ଏହି ଶୋ ରେ ବଲିଉଡର ପ୍ରସିଦ୍ଧ ସୁପରଷ୍ଟାର ଅକ୍ଷୟ କୁମାର ଓ ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତ୍ରୀ ସାମନଥା ଋତୁ ପ୍ରଭୁ ଆସିଥିଲେ।

କରନଙ୍କ ଏହି ଶୋ ର ନୂଆ ସିଜିନରେ ଜାହ୍ନବୀ କାପୁର ଓ ସାରା ଅଲ୍ଲୀ ଖାନ ମଧ୍ୟ ନଜର ଆସିଥିଲେ। ଯେଉଁଠାରେ ଉଭୟ ନିଜ ବ୍ୟକ୍ତିଗତ ଜୀବନର ବହୁତସାରା ନୂଆ ତଥ୍ୟ ଖୋଲିଥିଲେ। ବର୍ତ୍ତମାନ ଏଠାରେ ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଓ ସାଉଥର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନଜର ଆସିଛନ୍ତି।

ବିଜୟ ଓ ଅନନ୍ୟା ଏବେଏବେ କରନଙ୍କ ଶୋ ରେ ପହଞ୍ଚିଲେ। ବର୍ତ୍ତମାନ ଏପିସୋଡ଼ ପ୍ରସାରିତ ହୋଇନାହିଁ ଓ ପ୍ରମୋ ଭିଡ଼ିଓ ସାମ୍ନାକୁ ଆସିସାରିଛି। ଗୋଟିଏ ପ୍ରମୋରେ ଦେଖାଯାଉଛି କି, କରନ୍ ନିଜ ଶୋକୁ ଅନନ୍ୟା ଓ ବିଜୟଙ୍କୁ ଆମନ୍ତ୍ରିତ କରୁଛନ୍ତି। ଏହାପରେ କରନ ବିଜୟଙ୍କୁ ସେକ୍ସ ବିଷୟରେ ପଚାରୁଛନ୍ତି ଓ ଏଥିରେ ଅନନ୍ୟା ବହୁତ ଏକ୍ସାଇଟେଡ଼ ହୋଇ ଉତ୍ତର ଦେଇଛନ୍ତି।

1 ମିନିଟର ଏହି ୟୁଟ୍ୟୁବ ଭିଡ଼ିଓରେ ବହୁତ କିଛି ନଜର ଆସୁଥିଲା। କରନ୍ ନିଜର ଏକ ପାର୍ଟି ବିଷୟରେ ଆଲୋଚନା କରି କହିଥିଲେ କି, ସେ ଏହି ପାର୍ଟିରେ କିଛି ଦେଖିଥିଲେ। କରନଙ୍କ କଥା ଶୁଣି ଅନନ୍ୟା ବିଚଳିତ ହୋଇଗଲେ ଓ କହିବାକୁ ଲାଗିଲେ ନାଇଁ ନାଇଁ ତୁମେ କିଛି ଦେଖିନାହଁ।

ଏହାପରେ କରନ୍ ଅନନ୍ୟାଙ୍କୁ ପ୍ରଶ୍ନ ପଚାରି କହୁଛନ୍ତି, ତୁମର ଓ ଆଦିତ୍ୟ ରାୟ କାପୁରଙ୍କ ଭିତରେ କଣ ଚାଲିଛି? ଏହାର ଜବାବ ପ୍ରୋମୋ ରେ ତ ଅନନ୍ୟା ଦେଇନାହାଁନ୍ତି କିନ୍ତୁ ଶୋ ପ୍ରସାରିତ ହେବା ସମୟରେ ବୋଧହୁଏ ସେ କହିଥିବେ।

ବିଜୟଙ୍କୁ ପଚାରିଲେ ସେ-କ୍ସ ବିଷୟରେ ପ୍ରଶ୍ନ:-

ଏହାପରେ କରନ ବିଜୟ ଦେବରକୋଣ୍ଡାଙ୍କ ସେକ୍ସ ଲାଇଫ ବିଷୟରେ ପଚାରିଥିଲେ। କରନ୍ ବିଜୟଙ୍କୁ ପଚାରିଥିଲେ ସେ ଶେଷଥର କେବେ ସେକ୍ସ କରିଥିଲେ? କରନଙ୍କ ଏହିକଥାକୁ ବିଜୟ ଜବାବ ଦେଇ ପାରିନଥିଲେ ଓ ଏଥିରେ ଅନନ୍ୟା କହିଥିଲେ ଆଜି ହିଁ ସକାଳେ।

ଏହି ପ୍ରଶ୍ନ ପରେ କରନ ବିଜୟଙ୍କୁ ଆଉଏକ ପ୍ରଶ୍ନ କଲେ। ଏହି ପ୍ରଶ୍ନରେ ସେ ପଚାରିଥିଲେ, କଣ ତୁମେ କେବେ ଥ୍ରୀସମ କରିଛ? ଏହି ପ୍ରଶ୍ନରେ ବିଜୟ ମନାକରିଲେ କିନ୍ତୁ ଯେତେବେଳେ କରନ ପଚାରିଲେ ତୁମେ ଭବିଷ୍ୟତରେ ଏହାକୁ କରିବ କି? ଏଥିରେ ସେ କହିଥିଲେ, ମୋତେ ଏଥିରେ କୌଣସି ସମସ୍ୟା ନାହିଁ।

odiasambada
Comments (0)
Add Comment