ଗୋଟିଏ ପରିବାରର ଚାରି ଭାଇଭଉଣୀ ହେଲେ IAS-IPS, ବାପା କହିଲେ – ମୁଁ ଗର୍ବିତ, ଭଗବାନଙ୍କ ଠାରୁ ଆଉ କଣ ମାଗିପାରିବି !

UPSC Civil Service Exam ଦେଶରେ ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ ଅଟେ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ପରୀକ୍ଷାରେ ସଫଳତା ପାଇ ଉତ୍ତରପ୍ରଦେଶର ଲାଲଗଞ୍ଜର ଗୋଟିଏ ପରିବାରର ଚାରି ଭାଇ ଭଉଣୀ ଆଇଏଏସ ଏବଂ ଆଇପିଏସ ହୋଇଗଲେ । ଆସନ୍ତୁ ଆପଣଙ୍କୁ ଚାରି ଭାଇ ଭଉଣୀଙ୍କ ସଫଳତାର କାହାଣୀ ବିଷୟରେ କହିବା ।

ସବୁଠାରୁ ବଡ ହେଉଛନ୍ତି ଯୋଗେଶ ମିଶ୍ରା, ହୋଇଛନ୍ତି IAS ଅଧିକାରୀ :-

ଚାରି ଭାଇ ଭଉଣୀଙ୍କ ମଧ୍ୟରେ ସବୁଠାରୁ ବଡ ହେଉଛନ୍ତି ଯୋଗେଶ ମିଶ୍ରା । ଯୋଗେଶ ମିଶ୍ରା IAS ଅଧିକାରୀ ହୋଇଛନ୍ତି । ଲାଲଗଞ୍ଜରେ ରହି ନିଜର ପ୍ରାରମ୍ଭିକ ପାଠପଢ଼ା ପୁରା କରିବାପରେ ସେ ମୋତିଲାଲ ନେହେରୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଇଞ୍ଜିନିୟରିଂ ଅଧ୍ୟୟନ କରିଥିଲେ । ଏହା ପରେ ସେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି ଆରମ୍ଭ କଲେ । ଏହି ସମୟରେ ସେ ତାଙ୍କ ଖର୍ଚ୍ଚ ପୂରଣ କରିବା ପାଇଁ ଗୋଟିଏ ଚାକିରି ମଧ୍ୟ କରୁଥିଲେ । 2013ର UPSC ପରୀକ୍ଷାରେ ସଫଳତା ପାଇଲେ ଏବଂ IAS ହୋଇଗଲେ ।

ତାପରେ କ୍ଷମା ମିଶ୍ରା ହେଲେ IPS, ଚତୁର୍ଥ ପ୍ରୟାସରେ ମିଳିଲା ସଫଳତା :-

ଯେଉଁଠାରେ ଯୋଗେଶ ମିଶ୍ରା ପ୍ରଥମେ ଆଇଏଏସ୍ ହୋଇଥିଲେ, ତା’ପରେ ତାଙ୍କ ଭଉଣୀ କ୍ଷମା ମିଶ୍ର ଆଇପିଏସ ହୋଇଥିଲେ । କ୍ଷମା ମିଶ୍ର ସିଭିଲ ସର୍ଭିସ ପାଇଁ ଥରେ କିମ୍ବା ଦୁଇଥର ନୁହେଁ ବରଂ ଚାରିଥର ଚେଷ୍ଟା କରିଥିଲେ । ସେ ତିନିଥର ବିଫଳ ହୋଇଥିଲେ, କିନ୍ତୁ ଶେଷରେ ଚତୁର୍ଥ ଥର ସଫଳତା ପାଇଲେ । କ୍ଷମା ଜଣେ ତୀକ୍ଷ୍ଣ ସ୍ୱଭାବିକ ଆଇପିଏସ୍ ଅଧିକାରୀ ଭାବରେ ପରିଚିତ ଅଟନ୍ତି ।

2014 ରେ ମାଧୁରୀ ମିଶ୍ର ରଚିଲେ ଇତିହାସ, ହେଲେ IAS ଅଫିସର୍ :-

ଗୋଟିଏ ପରିବାରରୁ IAS ଏବଂ IPS ପାଇବା ପରେ ପୁଣିଥରେ ମିଶ୍ର ପରିବାରରେ ଖୁସିର ଲହରୀ ଖେଳିଗଲା । ଏଥର ପରିବାରର ଅନ୍ୟ ଝିଅ ମାଧୁରୀ ମିଶ୍ର ପରିବାରକୁ ଗର୍ବିତ କରିବା ପରି କାର୍ଯ୍ୟ କରିଥିଲେ । ମାଧୁରୀ ଲାଲଗଞ୍ଜର ଏକ କଲେଜରୁ କଲେଜ ଶିକ୍ଷା ସମାପ୍ତ କରିଥିଲେ ।

ସେ ଅଧିକ ଅଧ୍ୟୟନ ପାଇଁ ପ୍ରୟାଗରାଜକୁ ଚାଲିଗଲେ । ସିଭିଲ ସର୍ଭିସେ ପାଇଁ ପ୍ରସ୍ତୁତ ହେଲେ ଏବଂ ତା’ପରେ UPSC ପରୀକ୍ଷା ଦେଲେ । ମାଧୁରୀ ସଫଳତା ପାଇଲେ ଏବଂ ସେ 2014 ରେ ଝାଡ଼ଖଣ୍ଡ କ୍ୟାଡରର IAS ଅଧିକାରୀ ହୋଇଗଲେ ।

ତାପରେ ଲୋକେଶ ମିଶ୍ର ପାସ କଲେ UPSC ପରୀକ୍ଷା :-

ଗୋଟିଏ ପରିବାରର ତିନି ପିଲା ବଡ ସଫଳତା ହାସଲ କରିବା ପରେ ଏବେ ଥିଲା ଲୋକେଶ ମିଶ୍ରଙ୍କ ପାଳି । ମିଶ୍ର ପରିବାରର ପିଲାମାନଙ୍କ ମଧ୍ୟରେ ଲୋକେଶ ସବୁଠାରୁ ସାନ ଅଟନ୍ତି । ସେ ଚାରି ଭାଇଭଉଣୀଙ୍କ ମଧ୍ୟରେ ଶେଷ ଅଟନ୍ତି । 2015 ମସିହାରେ, ସେ ମଧ୍ୟ ସିଭିଲ ସର୍ଭିସ୍ ପାଇଁ ମନୋନୀତ ହୋଇଥିଲେ । ଲୋକେଶ ମିଶ୍ର ବର୍ତ୍ତମାନ ବିହାର କ୍ୟାଡରରେ ଅଛନ୍ତି । ବିଶେଷ କଥା ହେଉଛି 2015 ର UPSC ପରୀକ୍ଷାରେ ଲୋକେଶ 44 ତମ ସ୍ଥାନ ପାଇଛନ୍ତି ।

ବାପା କହିଛନ୍ତି – ପୁଅ ଓ ଝିଅଙ୍କ ସଫଳତା ପାଇଁ ମୁଁ ଗର୍ବିତ :-

ସେହି ବାପା କେତେ ଭାଗ୍ୟଶାଳୀ ଏବଂ କେତେ ଗର୍ବିତ ହୋଇଥିବେ, ଯାହାଙ୍କର ଚାରି ଚାରିଟି ପିଲା IAS ଏବଂ IPS ହୋଇ ଦେଶର ସେବା କରୁଛନ୍ତି । ପିଲାମାନଙ୍କ ସଫଳତା ଉପରେ ବାପା କହିଛନ୍ତି ଯେ, ” ଭଗବାନଙ୍କ ଠାରୁ ମୁଁ ଆଉ କଣ ବା ମାଗିପାରିବି । ମୁଁ ଝିଅ ଏବଂ ପୁଅଙ୍କ ସଫଳତା ପାଇଁ ବହୁତ୍ ଗର୍ବିତ । ମୁଁ ଆଜି ମୋ ପିଲାଙ୍କ କାରଣରୁ ନିଜ ମୁଣ୍ଡ ଉଚ୍ଚରେ ରଖୁଛି ।”

odia sambada
Comments (0)
Add Comment