ଦ୍ରୌପଦୀ ରାଷ୍ଟ୍ରପତି ହେବା ପରେ…ଖାଇବା ମେନୁରେ କଣ କଣ ରହିବ ?

ରାଷ୍ଟ୍ରପତି ଭବନ ଖାଦ୍ୟ ତାଲିକାରେ ଓଡ଼ିଆ ମେନୁ। ରହିପାରେ ଭାତ, ସଜନା ଶାଗ ସହିତ ଆଳୁ ଭର୍ତ୍ତା। ପଖାଳକୁ ନେଇ ମଧ୍ୟ ଚର୍ଚ୍ଚା ବଢିଲା। ଦେଶର ପଞ୍ଚଦଶତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେବା ପରେ ତାଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗିରହିଛି। ସେ କଣ ଖାଇବେ ଓ କେତେବେଳେ ଖାଇବେ ତାହାକୁ ନେଇ ଅନେକ ଚର୍ଚ୍ଚା ହେଉଅଛି। ଯେହେତୁ ରାଷ୍ଟ୍ରପତି ଜଣେ ଓଡ଼ିଆ, ତେଣୁ ତାଙ୍କ ମେନୁରେ ଓଡ଼ିଆ ଖାଦ୍ୟ ରହିବା ଏକ ସ୍ୱାଭାବିକ କଥା ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ ରାଷ୍ଟ୍ରପତିଙ୍କ ଖାଦ୍ୟ ମେନୁରେ ପଖାଳ, ସଜନା ଶାଗ ଓ ଆଳୁ ଭର୍ତ୍ତା ଆଦି ରହିବ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସମ୍ପୂର୍ଣ ଶାକାହାରୀ। ଏମିତିକି ସେ ପିଆଜ ଓ ରସୁଣ ମଧ୍ୟ ଖାଆନ୍ତି ନାହିଁ। କିନ୍ତୁ ତାଙ୍କ ଖାଦ୍ୟ ମେନୁରେ ଓଡ଼ିଆ ଖାଦ୍ୟ ରହିବ ବୋଲି କୁହାଯାଉଛି। ସୂଚନା ଅନୁସାରେ ରାଷ୍ଟ୍ରପତିଙ୍କ ଭବନରେ ରାଷ୍ଟ୍ରପତିଙ୍କ ରୁଚି, ତାଙ୍କ ପସନ୍ଦର ବ୍ୟଞ୍ଜନ ଆଦି ତାଙ୍କ ପାକାଶାଳାରେ ଶୋଭା ପାଏ। ରାଷ୍ଟ୍ରପତି ଭବନରେ ଏଭଳି ଧାରା ୧୯୯୦ ମସିହାରୁ ହୋଇଥିଲା। ପୂର୍ବତନ ରାଷ୍ଟ୍ରପତି ଆର ଭେଙ୍କଟରମଣଙ୍କ କାର୍ଯ୍ୟକାଳରେ ଦକ୍ଷିଣ ଭାରତୀୟର ଖାଦ୍ୟ ଇଟିଲି ଓ ଉପମାକୁ ସ୍ଥାନିତ କରାଯାଇଥିଲା।

କେଆର ନାରାୟଣଙ୍କ କାର୍ଯ୍ୟକାଳରେ ଦକ୍ଷିଣ ଭାରତୀୟ ସ୍ନାକ୍ସ, ଏପିଜେ ଅବଦୁଲ କଲାମଙ୍କ ସମୟରେ ରସମ ରାଇସ, ଦହି ଭାତ, ଆଚାର ଓ ଦୋଷା ମେନୁରେ ସାମିଲ ହୋଇଥିଲା। ସେହିଭଳି ପ୍ରତିଭା ପାଟିଲଙ୍କ ସମୟରେ ଉତ୍ତପମ ଓ ଡାଲ, ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମୟରେ ରୋହି ମାଛ ଝୋଳ ଓ ଛେନା ମିଠା ଏବଂ ରାମନାଥ କୋବିନ୍ଦଙ୍କ ସମୟରେ ଲିଟି ଚୋଖାକୁ ଖାଦ୍ୟ ମେନୁରେ ସାମିଲ କରାଯାଇଥିଲା।

odia sambada
Comments (0)
Add Comment