ପୁରୁଷ-ପୁରୁଷ ସମଲିଙ୍ଗୀ ଯୌନ ସମ୍ପର୍କରୁ ବ୍ୟାପୁଅଛି ମଙ୍କିପକ୍ସ ! ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଜାରି କଲା ଚେତାବନୀ

ବର୍ତ୍ତମାନ ସମୟରେ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ଦେଇଥିବା ଏକ ସୂଚନା ଅନୁସାରେ ଜଣାପଡିଛିକି ସମଲିଙ୍ଗୀ ସମ୍ପର୍କରୁ ମଙ୍କିପକ୍ସ ହେଉଛି। ପୁରୁଷ-ପୁରୁଷ ସମଲିଙ୍ଗୀ ଯୌନ ସମ୍ପର୍କରୁ ମଙ୍କିପକ୍ସ ବ୍ୟାପୁଛି। ଏହାକୁ ରୋକିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏକ ଚେତାବନୀ ମଧ୍ୟ ଜାରି କରିଛି। ସମଲିଙ୍ଗୀ ପୁରୁଷମାନଙ୍କୁ ସୀମିତ ସଂଖ୍ୟକ ଯୌନ ସାଥୀମାନଙ୍କ ମଧ୍ୟରେ ସମ୍ପର୍କ ରଖିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି।

ସମଲିଙ୍ଗୀ ପୁରୁଷମାନେ ଏହି ମଙ୍କିପକ୍ସରେ ଅଧିକ ମାତ୍ରାରେ ସଂକ୍ରମିତ ହେବାର ଆଶଙ୍କା ଯଥେଷ୍ଟ ରହିଛି। ବର୍ତ୍ତମାନ ବର୍ତ୍ତମାନ ଚିହ୍ନଟ ହୋଇଥିବା ଏହି ମାମଲାରେ ୯୯ ପ୍ରତିଶତ କେବଳ ପୁରୁଷ ଅଛନ୍ତି। ସେମାନଙ୍କ ମଧ୍ୟରେ ଅନ୍ୟ ପୁରୁଷଙ୍କ ସହିତ ସମ୍ପର୍କ ରଖିଥିବା ୯୫ ପ୍ରତିଶତ ମାମଲା ଅଛି ବୋଲି ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ କହିଛି।

ଯେଉଁ ପୁରୁଷମାନେ ଅନ୍ୟ ପୁରୁଷଙ୍କ ସହିତ ଯୌନ ସମ୍ପର୍କ ରଖୁଛନ୍ତି, ସେମାନେ ନିଜ ଯୌନ ସାଥୀମାନଙ୍କ ସଂଖ୍ୟା ସୀମିତ ରଖିଲେ, ସଂକ୍ରମଣର ଆଶଙ୍କାକୁ ଆହୁରି ମଧ୍ୟ କମାଇ ଦିଆଯାଇ ପାରିବ ବୋଲି ବିଶ୍ଵ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ ଆଧାନୋମ ଘେବ୍ରିୟସ କହିଛନ୍ତି।

ଏହା ସହିତ ଗଣମାଧ୍ୟମ, ଜନସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଏବଂ ସରକାର ଘୃଣା ଓ ବିଭେଦ ବିରୋଧରେ ମଧ୍ୟ ଏକ ସଚେତନତା ସୃଷ୍ଟି କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପରାମର୍ଶ ଦେଇଛି। ଆଫ୍ରିକାର କିଛି ଦେଶ ମଧ୍ୟରେ ଏହା ଏଣ୍ଡେମିକ ସ୍ତରରେ ଅଛି। ତଥାପି ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ଉଦ୍‌ବେଗଜନକ ଭାବରେ ୧୫ ହଜାରରୁ ଅଧିକ ମଙ୍କିପକ୍ସଙ୍କ ସଂକ୍ରମିତ ସଂଖ୍ୟା ଚିହ୍ନଟ ହୋଇଛନ୍ତି।

odia sambada
Comments (0)
Add Comment