ବିବାହିତ ବ୍ୟକ୍ତି ଲିଭ ଇନ୍‌ ରିଲେସନ୍‌ସିପ୍‌ରେ ରହିପାରିବେ କି ? ଜାଣନ୍ତୁ କ’ଣ କହୁଛି ଆମ ଆଇନ୍‌

ଲିଭ୍-ଇନ୍‌-ରିଲେସନ୍‌ସିପ୍‌କୁ ନେଇ ଆଜିର ଯୁବ ସମାଜ ବେଶ୍‌ ସକାରାତ୍ମକ। ରାଇଟ୍‌ ଟୁ ଲାଇଫ୍‌ରେ ସେମାନେ ସ୍ଵାଧୀନ ଭାବେ ନିଜ ଲାଇଫ୍‌ ସହ ବଞ୍ଚିବାରେ ମସ୍‌ଗୁଲ୍‌। ତେବେ ଭାରତ ପରି ଏକ ସଂସ୍କୃତିସମ୍ପନ୍ନ ଦେଶରେ ଏହି ସମ୍ପର୍କକୁ ନେଇ ଏବେବି ଦ୍ଵିଧା ରହିଛି। ପାରମ୍ପରିକ ବିଧିବ୍ୟବସ୍ଥା ତଥା ଆମ ଭାରତୀୟ ସାମାଜିକ ବ୍ୟବସ୍ଥା ଏହି ସମ୍ପର୍କକୁ ଏବେବି ଭିନ୍ନ ଚକ୍ଷୁରେ ଦେଖୁଛି। ଭାରତରେ ସମ୍ପର୍କକୁ ନେଇ ଏକ ଭିନ୍ନ ସଂଜ୍ଞା ନିରୂପଣ କରାଯାଇଥାଏ। ବିଶେଷକରି ପୁଅ ଝିଅର ସର୍ମ୍ପକକୁ ଏଠି ଏକ ମାପକାଠି ଭିତରେ ରଖାଯାଇଥାଏ।

*ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ କ’ଣ?

ସୁପ୍ରିମ୍‌କୋର୍ଟଙ୍କ ଦ୍ଵାରା ଲିଭ୍-ଇନ୍‌-ରିଲେସନ୍‌ସିପ୍‌କୁ ଗ୍ରହଣ କରାଯିବା ପରେ ବି ଭାରତୀୟ ସମାଜରେ ଏହାକୁ ସଠିକ୍‌ ରୂପେ ଗ୍ରହଣ କରାଯାଇପାରୁନାହିଁ। ବର୍ତ୍ତମାନର ଯୁବପିଢି ଆଉ ସେ ପୁରୁଣାକାଳିଆ ସଂସ୍କୃତିକୁ ଅନ୍ଧ ଭାବେ ଆପଣେଇବାକୁ ଚାହେଁନାହିଁ। ଏବେର ଯୁବସମାଜ ଜଣକୁ ସଂପୂର୍ଣ୍ଣ ଆପଣେଇବା ଆଗରୁ ଉଭୟ ଉଭୟଙ୍କୁ ପରଖିବାକୁ ପସନ୍ଦ କରୁଛନ୍ତି। ତେବେ ଏହା ଏବେକାର ନିୟମ ନୁହେଁ। ଭାରତରେ ବହୁ ଆଦିବାସୀ ତଥା ଜନଜାତି ସମୁଦାୟରେ ଏହାର ପ୍ରଭାବ ବହୁଳ ଦେଖିବାକୁ ମିଳେ। ସେମାନେ ବିବାହ ପୂର୍ବରୁ ଉଭୟ ଉଭୟଙ୍କୁ ପସନ୍ଦ କରନ୍ତି ଓ ତା’ପରେ ନିଜର ଜୀବନସାଥୀ ବାଛନ୍ତି। ତା ପରେ ସେମାନେ ତା’ ସହ ଜୀବନ ସାରା ରହି ପାରିବେ କି ନା ସେ ନେଇ ଆରାମରେ ନିଷ୍ପତ୍ତି ନିଅନ୍ତି ।

ତେବେ ଆଜିର ଏଇ ଲିଭ୍‌–ଇନ୍‌–ରିଲେସନ୍‌ସିପ୍‌ରେ ଆଇନତଃ ଏକାଠି ରହିବାର କୌଣସି କଣ୍ଟ୍ରାକ୍ଟରେ ଦସ୍ତଖତ ନ କରି ମଧ୍ୟ ଏକାଠି ରହି ଉଭୟ ଉଭୟଙ୍କୁ ଜାଣିବାର ସୁଯୋଗ ରହିଛି।ସୁପ୍ରିମକୋର୍ଟରେ ଇନ୍ଦିରା ଶର୍ମା ବନାମ ଭି କେ ଭି ଶର୍ମା ମାମଲାରେ ଏଇ ଲିଭ ଇନ ରିଲେଶନସିପ୍‌କୁ ନେଇ ସୁପ୍ରିମ୍‌କୋର୍ଟ ଏକାଠି ରହିବାର ସବୁଠୁ ସହଜ ସମ୍ପର୍କ ବୋଲି ଦର୍ଶାଯାଇଥିଲା। ବିବାହିତ ବ୍ୟକ୍ତି ଏବଂ ଜଣେ ଅବିବାହିତ ମହିଳାଙ୍କ ମଧ୍ୟରେ ସହାବସ୍ଥାନ ଏବଂ ଜଣେ ଅବିବାହିତ ବ୍ୟକ୍ତି ସହ ଜଣେ ବିବାହିତ ମହିଳାଙ୍କ ସହାବସ୍ଥାନକୁ ଯଦିଓ ଜଟିଳ ସମ୍ପର୍କର ଆାଖ୍ୟା ଦିଆଯାଇଛି ତଥାପି ଏନେଇ ସୁପ୍ରିମକୋର୍ଟ କୌଣସି ପ୍ରକାରର ଦଣ୍ଡବିଧାନର ପ୍ରାବଧାନ କରିନାହାନ୍ତି। ଜାଣିଶୁଣି ଜଣେ ଅବିବାହିତ ମହିଳା ଏବଂ ଜଣେ ବିବାହିତ ପୁରୁଷ ମଧ୍ୟରେ ସମ୍ପର୍କକୁ ନେଇ ଆଇନତଃ ଦଣ୍ଡବିଧାନ ପ୍ରଣୟନ କରାଯାଇଛି।

*ପରକୀୟା ପ୍ରୀତି ଅପରାଧ ନୁହେଁ:

ଅନ୍ୟପଟେ ୨୦୧୮ ମସିହାରେ ସୁପ୍ରିମକୋର୍ଟ ଘୋଷଣା କରିଥିଲେ ଯେ ପରକୀୟା ପ୍ରୀତି ଅପରାଧ ନୁହେଁ। ବିବାହ ପରେ ଅନ୍ୟ କାହା ସହ ଶାରୀରିକ ସମ୍ପର୍କ ରଖିଲେ ତାହାକୁ ଅପରାଧ କୁହାଯିବ ନାହିଁ କିମ୍ବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅପରାଧୀ ବିବେଚନା କରାଯାଇପାରିବ ନାହିଁ। ଏଥିସହ ଆଇପିସି ଧାରା ୪୯୭କୁ ଅସାମ୍ବିଧାନିକ ବୋଲି ଘୋଷଣା କରିଥିଲେ।

odia sambada
Comments (0)
Add Comment