ରାଜନୀତିରେ ଆସିଲା ଝଡ଼ ! କଂଗ୍ରେସ ନେତା ଅଧୀର ରଞ୍ଜନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କଲେ ଅପମାନ, ଏହି ଅଶୋଭନୀୟ ମନ୍ତବ୍ୟକୁ ନେଇ ବିଜେପି ତାତିଲା

କଂଗ୍ରେସର ସାଂସଦ ଅଧୀର ରଞ୍ଜନ ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଏକ ଅଶୋଭନୀୟ ମନ୍ତବ୍ୟ ଦେଇଛନ୍ତି, ଯାହାର ବିରୋଧ ବିଜେପି କରିଛି। ବିଜେପିର ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏହାକୁ ଦେଶପାଇଁ ଏକ ଅପମାନ ବୋଲି କହିଛନ୍ତି। ସ୍ମୃତି ଇରାନୀ କହିଛନ୍ତିକି, ଦ୍ରୌପଦୀ ମୁର୍ମୁ ଯେବେଠୁ ରାଷ୍ଟ୍ରପତି ପ୍ରାର୍ଥିନୀ ରୂପରେ ଘୋଷଣା ହୋଇଥିଲା, ସେବେପାଖରୁ ଦ୍ରୌପଦୀ ମୁର୍ମୁ କଂଗ୍ରେସ ଦଳ ପାଇଁ ଘୃଣା ଏବଂ ଉପହାସର ଅନେକ ଶିକାର ହୋଇଥିଲେ। ତାଙ୍କୁ କଂଗ୍ରେସ ଦଳ କାଠପୁତୁଳି ବୋଲି କହିଥିଲା। କଂଗ୍ରେସ ଏହି କଥାକୁ ସ୍ୱୀକାର କରିପାରୁ ନାହିଁକି, ଜଣେ ଆଦିବାସୀ ମହିଳା ଦେଶର ଏକ ସର୍ବୋଚ୍ଚ ସାମ୍ବିଧାନିକ ପଦକୁ ଏପରି ଭାବରେ ସୁଶୋଭିତ କରୁଛନ୍ତି।

ସ୍ମୃତି ଇରାନୀ ଆହୁରି କହିଥିଲେକି ସୋନିଆ ଗାନ୍ଧୀଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଗୃହର ନେତା ଅଧୀର ରଞ୍ଜନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଏକ ପ୍ରକାର ଅଭଦ୍ର ଟିପ୍ପଣୀ କରିଛନ୍ତି। ଯାହାକି ଆମ ଦେଶପାଇଁ ଅତ୍ୟନ୍ତ ଲଜ୍ଜାଜନକ ଅଟେ। ତାଙ୍କର ଏହି ସମ୍ବୋଧନରେ ସର୍ବୋଚ୍ଚ ସାମ୍ବିଧାନିକ ପଦର ଗାରିମାକୁ କ୍ଷୁର୍ଣ୍ଣ କରୁଛି।

ସ୍ମୃତି ଇରାନୀ ଆହୁରି ମଧ୍ୟ କହିଛନ୍ତିକି, କଂଗ୍ରେସ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଆସି ଏହି ମୂଲ୍ୟବିହୀନ ତଥା ସମ୍ବିଧାନକୁ ଆହୁରି ଅଧିକ ଆଘାତ ପହଞ୍ଚାଇଲା ଭଳି କାମ ମଧ୍ୟ କରିଛି। ସଂସଦରେ ଏବଂ ରାସ୍ତାରେ କଂଗ୍ରେସର ନେତାମାନେ ଦେଶର ପ୍ରଥମ ନାଗରିକ ତଥା ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ସମଗ୍ର ଦେଶବାସୀକୁ କ୍ଷମା ମାଗିବା ଉଚିତ। ଦେଶ ଓ ଦୁନିଆ ଜାଣିଛି, କଂଗ୍ରେସ ଆଦିବାସୀ ବିରୋଧୀ, ଗରିବ ବିରୋଧୀ ଏବଂ ମହିଳା ବିରୋଧୀ ମଧ୍ୟ ଅଟେ। କିନ୍ତୁ କଂଗ୍ରେସ ବର୍ତ୍ତମାନ ଏତେ ତଳକୁ ଖସି ଯାଇଛିକି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ବସିଥିବା ଜଣେ ଆଦିବାସୀ ତଥା ଗରିବ ପରିବାରର ଜଣେ ମହିଳାଙ୍କୁ ଏମିତି କଥା କହି ତାଙ୍କର ଅନାଦର କରିଛି ଏବଂ ତାଙ୍କର ଗାରିମା ଉପରେ ମଧ୍ୟ ପ୍ରହାର କରିଛି। ଅନ୍ୟପଟେ ବିଜେପିର ସାଂସଦମାନେ କଂଗ୍ରେସର ସାଂସଦ ଅଧୀର ରଞ୍ଜନଙ୍କ ବିରୋଧରେ ମଧ୍ୟ ଏକ ପ୍ରଦର୍ଶନ କରିଛନ୍ତି। ସାଂସଦ ଅଧୀର ରଞ୍ଜନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ବୋଲି ମନ୍ତବ୍ୟ ଦେଇଥିବା କାରଣରୁ ସଂସଦରେ ଏହାକୁ ନେଇ ମଧ୍ୟ ଏକ ତୀବ୍ର ବିରୋଧ ଦେଖିବା ପାଇଁ ମିଳିଛି।

ଏଠାରେ ‘କ୍ଷମା ମାଗିବାର ପ୍ରଶ୍ନ ଉଠୁ ନାହିଁ’:-

କଂଗ୍ରେସର ସାଂସଦ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତିକି, ମୋର କ୍ଷମା ମାଗିବାର କୌଣସି ପ୍ରଶ୍ନ ଉଠୁନାହିଁ। ମୁଁ ଭୁଲରେ ଏହି ଶବ୍ଦକୁ ବ୍ୟବହାର କରି ଦେଇଥିଲି। ବର୍ତ୍ତମାନ ଯଦି ଆପଣ ଏଥିପାଇଁ ମୋତେ ଫାଶୀ ଦେବାପାଇଁ ଚାହୁଁଛନ୍ତି, ତେବେ ଆପଣ ମୋତେ ଫାଶୀ ଦେଇପାରିବେ। ବର୍ତ୍ତମାନ ଶାସକ ଦଳ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ମାଧ୍ୟମରେ ଝିମିଟି ଖେଳରୁ ମହାଭାରତ ସୃଷ୍ଟି କରିବାକୁ ଚେଷ୍ଟା କରୁଛି।

odia sambada
Comments (0)
Add Comment