ଏ ହୃଦୟ କାହା ପାଖରେ ଯେ ଅଟକିଯିବ କେହି କହିପାରିବେ ନାହିଁ । ଆନ୍ଧ୍ରପ୍ରଦେଶରେ ଏପରି ଗୋଟିଏ ମାମଲାରେ ଚାରି ପିଲାଙ୍କ ମା ଗୋଟିଏ 14 ବର୍ଷୀୟ ବାଳକକୁ ଭଲପାଇ ବସିଲେ । ସେ ପିଲା ମଧ୍ୟ ତାକୁ ପସନ୍ଦ କରିବାକୁ ଲାଗିଲା । ଦୁହିଁଙ୍କ ମଧ୍ୟରେ ଏକ୍ସଟ୍ରା ମ୍ୟାରିଟଲ ରିଲେସନସିପ ମଧ୍ୟ ରହିଲା । ଏହା ମଧ୍ୟରେ ଯେତେବେଳେ ପିଲାର ଘରଲୋକଙ୍କୁ ତାର ଅଜବ ବ୍ୟବହାର ଉପରେ ସନ୍ଦେହ ହେଲା, ସେତେବେଳେ ଦୁହେଁ ଘର ଛାଡ଼ି ପଳାଇଗଲେ । ପୋଲିସ ବର୍ତ୍ତମାନ ଦୁହିଁଙ୍କୁ ଖୋଜି ପିଲାଟିକୁ ତାର ବାପାମାଆଙ୍କ ପାଖରେ ଛାଡିଦେଇଛି । ତା ସହିତ ମହିଳାଙ୍କୁ କୋର୍ଟରେ ହାଜର କରାଇ ଜେଲ ପଠାଇ ଦିଆଯାଇଛି ।
ପୋଲିସର ସୂଚନାନୁସାରେ, ଏହି ଘଟଣା ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲ୍ଲାର ଗୁଦିଭଡା ସହରରୁ ଆସିଛି । ସର୍କଲ ଇନ୍ସପେକ୍ଟର ଭି ଦୁର୍ଗା ରାଓ କହିଛନ୍ତି ଯେ ମହିଳା ଜଣକ ତାଙ୍କ ପଡ଼ୋଶୀରେ ରହୁଥିବା ପିଲାମାନଙ୍କ ସହିତ ମୋବାଇଲ ଫୋନରେ ଗେମ୍ ଖେଳୁଥିଲେ । ପ୍ରତିଦିନ ଗେମ ଖେଳିବାବେଳେ ସେ ଜଣେ 14 ବର୍ଷର ବାଳକ ପ୍ରତି ଆକର୍ଷିତ ହୋଇ ତାଙ୍କୁ ପ୍ରୋପୋଜ କରିଦେଇଥିଲେ । ପିଲାଟି ମଧ୍ୟ ତାଙ୍କ ପ୍ରୋପୋଜାଲକୁ ଗ୍ରହଣ କଲା । ଏହା ପରେ ସେ ସ୍ୱାମୀ କାମକୁ ଯିବା ପରେ ସେ ପିଲାକୁ ଘରକୁ ଡାକି ସମ୍ପର୍କ ରଖିବାକୁ ଲାଗିଲେ ।
ଘରୁ ପଳାଇ ହାଇଦ୍ରାବାଦରେ ରହିବାକୁ ଲାଗିଲେ :-
ସର୍କଲ ଇନ୍ସପେକ୍ଟରଙ୍କ କହିବାନୁସାରେ, ପିଲାଟି ଗୋଟିଏ ଇଂଲିଶ ମିଡିୟମ ସ୍କୁଲରେ ପାଠ ପଢୁଥିଲା । ଯେତେବେଳେ ସେ ପାଠପଢ଼ା ଛାଡି ପ୍ରତିଦିନ ପଡୋଶୀ ଘରକୁ ଯିବା ଆରମ୍ଭ କଲା, ସେତେବେଳେ ପରିବାର ଲୋକେ ତାଙ୍କୁ ସନ୍ଦେହ କରି ଗାଳି କରିଥିଲେ । ଯେତେବେଳେ ପୁଅ ଜଣକ ମହିଳାଙ୍କୁ ଏହା କହିଲା, ଦୁହେଁ ଘରୁ ପଳାଇବାକୁ ନିଷ୍ପତ୍ତି ନେଇଥିଲେ । ଏହା ପରେ ମହିଳା ଏବଂ ବାଳକ ଘରୁ ପଳାଇ ଜୁଲାଇ 19 ରେ ହାଇଦ୍ରାବାଦରେ ପହଞ୍ଚିଥିଲେ । ସେଠାରେ ସେ ବାଲାନଗର ଅଞ୍ଚଳରେ ଗୋଟିଏ ଘର ଭଡା ନେଇଥିଲେ ଏବଂ ବାଳକ ସହିତ ରହିବାକୁ ଲାଗିଲେ ।
ପୁଅର ବାପାମାଆ କଲେ ଅଭିଯୋଗ :-
ମହିଳାଙ୍କ ହଠାତ ନିଖୋଜ ହେତୁ ତାଙ୍କ ସ୍ୱାମୀ ଏବଂ ପିଲାମାନେ ଚିନ୍ତିତ ଥିଲେ । ଏହି ସମୟରେ ପିଲାର ବାପାମାଆ ପୁଅ ଏବଂ ମହିଳା ନିଖୋଜ ଥିବା ଦେଖିବା ପରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । କିଛି ଦିନ ହାଇଦ୍ରାବାଦରେ ରହିବା ପରେ ପିଲାଟିକୁ ସେଠାରେ ଭଲ ଲାଗିଲା ନାହିଁ ଏବଂ ଘରକୁ ଯିବାକୁ ଇଚ୍ଛା ପ୍ରକାଶ କଲା । ଏହା ପରେ ମହିଳା ଜଣକ କହିଥିଲେ ଯେ ତାଙ୍କୁ ଘରକୁ ପଠାଇବା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ । ଏହା ପରେ ପିଲାଟି ସାଙ୍ଗମାନଙ୍କୁ ଫୋନ୍ କରି ସାହାଯ୍ୟ ମାଗିଥିଲା, କିନ୍ତୁ ସେମାନେ କୌଣସି ପ୍ରତିକ୍ରିୟା ଦେଇନଥିଲେ । ଏହା ପରେ ପିଲାଟି ନିଜ ବାପାମାଆଙ୍କୁ ଫୋନ୍ କରି କହିଲା ଯେ ସେମାନେ ହାଇଦ୍ରାବାଦରେ ଅଛନ୍ତି ଏବଂ ସେ ଘରକୁ ଫେରିବାକୁ ଚାହୁଁଛି ।
ପୋଲିସ ମହିଳାଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଛି :-
ବାପାମାଆଙ୍କ ମାଧ୍ୟମରେ ଏହି ସୂଚନା ପାଇବା ପରେ ଆନ୍ଧ୍ରପ୍ରଦେଶ ପୋଲିସର ଏକ ଟିମ୍ ମଙ୍ଗଳବାର ଦିନ ତେଲେଙ୍ଗାନାର ହାଇଦ୍ରାବାଦ ସହରରେ ପହଞ୍ଚି ମହିଳା ଓ ବାଳକକୁ ଉଦ୍ଧାର କରିଥିଲେ । ବୁଧବାର ଦିନ ସେମାନଙ୍କୁ ଗୁଦିଭଡାକୁ ନିଆଯାଇଥିଲା, ଯେଉଁଠାରେ ବାଳକଟିକୁ ତାର ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା । ମହିଳାଙ୍କୁ କୋର୍ଟରେ ହାଜର କରାଯାଇ ତାଙ୍କୁ ଜେଲକୁ ପଠାଇ ଦିଆଗଲା । ସର୍କଲ ଇନ୍ସପେକ୍ଟର କହିଛନ୍ତି ଯେ ମହିଳାଙ୍କ ଉପରେ ଅପହରଣ ଏବଂ ଯୌନ ଅପରାଧରୁ ପିଲାଙ୍କ ସୁରକ୍ଷା ଅଧିନିୟମର ବିଭିନ୍ନ ଧାରା ଅଧୀନରେ ମହିଳାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।