ରେଲୱେ ଟ୍ରାକରୁ ମିଳିଲା ପୁଅର ଶବ, ପିତାଙ୍କୁ ମେସେଜ ଆସିଲା- ଗୁସ୍ତାଖ-ଏ-ନବିଙ୍କ ଗୋଟିଏ ଦଣ୍ଡ,ଶରୀରରୁ ମୁଣ୍ଡକୁ ଅଲଗା କରିବା…..

ସାଧାରଣତଃ ପିତାର ମୃତ୍ୟୁରେ ପୁଅ ତାଙ୍କୁ କାନ୍ଧ ଦେଇଥାଏ କିନ୍ତୁ ବେଳେବେଳେ ଏହାର ଓଲଟା ମଧ୍ୟ ଦେଖିବାକୁ ମିଳେ ଯେଉଁଥିରେ ପିତା ନିଜ ପୁଅର ଶବକୁ କାନ୍ଧରେ ନେଇଥାଏ। ଯାହାକି ଜଣେ ପିତା ପାଇଁ ସବୁଠାରୁ ଦୁଃଖଦ ଘଟଣା ଅଟେ। ଏମିତି ହିଁ ଏକ ଘଟଣା ମଧ୍ୟପ୍ରଦେଶର ଭୋପାଳରେ ଦେଖିବାକୁ ମିଳିଛି। କିନ୍ତୁ ଏହାଠାରୁ ସବୁଠାରୁ ହଇରାଣ କରିବାଭଳି ଘଟଣା ଏହାଥିଲା କି, ପୁଅ ମୃତ୍ୟୁର କିଛିସମୟ ପରେ ବାପାଙ୍କୁ ହ୍ଵାଟ୍ସଆପରେ ଏକ ମେସେଜ ଆସିଲା। ଏହି ମେସେଜରେ ଏମିତି ଏକ କଥା ଲେଖାଥିଲା ଯାହାକୁ ପଢ଼ି ପିତା ହଇରାଣ ହୋଇଯାଇଥିଲେ।

ପୁଅର ମୃତ୍ୟୁ ପରେ ପିତାଙ୍କୁ ଆସିଲା ଏହି ମେସେଜ:-

ଏହି ଘଟଣାଟି ରବିବାର ଦିନ ଭୋପାଳ-ନର୍ମଦାପୁର ରେଲୱେ ଟ୍ରାକ ପାଖରେ ଘଟିଥିଲା। ମୃତକଙ୍କ ପରିଚୟ ନିଶାଙ୍କ ରାଠୋର ନାମରେ ହୋଇଥିଲା। ସେ ମୂଳରୂପରେ ରାୟସେନରେ ରୁହନ୍ତି। ସେ ଭୋପାଳ ଓରିଏଣ୍ଟାଲ କଲେଜର ବିଟେକ ଥାର୍ଡ଼ ଇୟାର ଷ୍ଟଡେଣ୍ଟ ଥିଲା। ନିଶାଙ୍କ ଙ୍କ ଶବ ରେଲୱେ ଟ୍ରାକରୁ ଦୁଇଭାଗରେ ମିଳିଥିଲା। ପରେ ରବିବାର ଦିନ ସନ୍ଧ୍ୟାରେ ତାଙ୍କ ପିତାଙ୍କୁ ହ୍ଵାଟ୍ସଆପରେ ଏକ ମେସେଜ ଆସିଥିଲା।

ଏହି ମେସେଜରେ ଲେଖାଥିଲା, ରାଠୋର ସାହାବ ଆପଣଙ୍କ ପୁଅ ବହୁତ ବାହାଦୂର ଥିଲା କିନ୍ତୁ ଗୁସ୍ତାଖ-ଏ-ନବିଙ୍କ ଗୋଟିଏ ଦଣ୍ଡ ହେଉଛି, ଶରୀରରୁ ମୁଣ୍ଡ ଅଲଗା କରିବା। ପୋଲିସ ଏହି ସମ୍ପୂର୍ଣ୍ଣ ଘଟଣାକୁ ଆତ୍ମହତ୍ୟା ମାନୁଥିଲା କିନ୍ତୁ ପିତାଙ୍କ ଦାବି ହେଉଛି ତାଙ୍କ ପୁଅର ହତ୍ୟା ହୋଇଛି। ଘଟଣା ସ୍ଥଳରୁ ପୋଲିସକୁ ନିଶାଙ୍କ ଙ୍କ ମୋବାଇଲ ଓ ସ୍କୁଟି ମିଳିଥିଲା।

ହତ୍ୟା ନା ଆତ୍ମହତ୍ୟା? ପୋଲିସ କରୁଛି ଯାଞ୍ଚ:-

ନିଶାଙ୍କ ଭୋପାଳର ଟିଟି ନଗର ଥାନା କ୍ଷେତ୍ରର ଶାସ୍ତ୍ରୀ ନଗରରେ ଏକ ହଷ୍ଟେଲରେ ରହୁଥିଲା। ରବିବାର ଦିନ ସେ ହଷ୍ଟେଲରୁ ଗାୟବ ଥିଲା ପୁଣି କିଛି ସମୟ ପରେ ତାଙ୍କର ଶବ ରେଲୱେ ଟ୍ରାକ ପାଖରୁ ମିଳିଲା। ପୋଲିସ କହିଥିଲେ, ଛାତ୍ରଙ୍କ ପାଖରୁ କୌଣସି ବି ସୁଇସାଇଡ଼ ନୋଟ ମିଳିନଥିଲା। ବର୍ତ୍ତମାନ ପୋଲିସ ଏହା ଜାଣିବାକୁ ଚେଷ୍ଟା କରୁଛି କି, ନିଶାଙ୍କ ର ମୃତ୍ୟୁପରେ ତାଙ୍କ ମୋବାଇଲ କିଏ ଚଳାଉଥିଲା କାରଣ ସେହି ବ୍ୟକ୍ତି ନିଶାଙ୍କ ର ହତ୍ୟାକାରୀ ହୋଇପାରେ!

ପୋଲିସର ଧାରଣା ହେଉଛି ନିଶାଙ୍କ ଆତ୍ମହତ୍ୟା କରିଛି। କାରଣ ଛାତ୍ର ଜଣକ କ୍ରିପଟୋ କରେନ୍ସିରେ ଟଙ୍କା ନିବେଶ କରିଥିଲେ ଓ ଏଥିରୁ ତାଙ୍କୁ କ୍ଷତି ସହିବାକୁ ପଡ଼ିଥିଲା। ବୋଧହୁଏ ଏଥିରେ ଚିନ୍ତିତ ହୋଇ ସେ ଏହି ପଦକ୍ଷେପ ଉଠାଇଛନ୍ତି। ତାଙ୍କର ମୃତ୍ୟୁପରେ ଘରଲୋକେ ବହୁତ ଶୋକରେ ରହିଛନ୍ତି। ନିଶାଙ୍କ ଦୁଇ ଭଉଣୀରେ ଗୋଟିଏ ଭାଇ ଥିଲେ। ଖବର କଥା ମାନିବାକୁ ଗଲେ, ସେ ସେଦିନ ନିଜ ଭଉଣୀଙ୍କ ସହ ଦେଖା କରିବାକୁ ଘରକୁ ଯାଉଥିବା ସମୟରେ ରାସ୍ତାରେ ତାଙ୍କର ଶବ ମିଳିଲା। ପୋଲିସ ଏହାକୁ ବିଭିନ୍ନ ଆଙ୍ଗଲରୁ ଯାଞ୍ଚ କରିବାରେ ଲାଗିଛି।

odia sambada
Comments (0)
Add Comment