ତନିସ୍କ ବିଜ୍ଞାପନରୁ ବିଦା ହେଲେ ପ୍ରକୃତି

ପ୍ରକୃତିଙ୍କ ଷ୍ଟାର ଇମେଜ ବର୍ତ୍ତମାନ ଖସିବାରେ ଲାଗିଛି । ତା ଉପରେ ଯେତିକି ଦାଗ ଲାଗିଲାଣି, ବୋଧହୁଏ ପ୍ରକୃତିଙ୍କୁ ପୁଣିଥରେ ନିଜ ଛବିକୁ ସଜାଡ଼ିବା ପାଇଁ ବହୁତ୍ ପରିଶ୍ରମ କରିବାକୁ ପଡିବ । ଏବେ ତନିସ୍କ ନିଜ ବିଜ୍ଞାପନରୁ ପ୍ରକୃତି ମିଶ୍ରଙ୍କୁ ବାହାର କରିଦେଇଛି । ତନିସ୍କର ଯେଉଁ ରାଜାଧିରାଜ କଲେକ୍ସନ ରହିଥିଲା, ଆଉ ଯେଉଁଥିପାଇଁ ପ୍ରକୃତି ମିଶ୍ର ତନିସ୍କର ପ୍ରମୋସନ୍ କରିଥିଲେ, ସେଥିରୁ ତାଙ୍କୁ ବାହାର କରିଦିଆଯାଇଛି ।

ତେବେ କହିବାକୁ ଚାହିଁବୁ ଯେ ଯେତେ ବି ଜୁଏଲାରୀ ବ୍ରାଣ୍ଡ ରହିଛନ୍ତି, ସମସ୍ତେ ଚାହାଁନ୍ତି ଯେ ତାଙ୍କୁ ଯେଉଁମାନେ ଅନ୍ୟମାନଙ୍କ ସାମ୍ନାରେ ଉପସ୍ଥାପନା କରୁଛନ୍ତି, ତାଙ୍କ ଷ୍ଟାର ଇମେଜ କିଭଳି ପରିଷ୍କାର ରହୁ, ନିର୍ମଳ ଭାବମୂର୍ତ୍ତିରେ ରହୁ । କିନ୍ତୁ ପ୍ରକୃତି ମିଶ୍ର ଯେଉଁ କାମ କରିଛନ୍ତି, ସେଥିପାଇଁ ତାଙ୍କ ପବ୍ଲିକ ଇମେଜ ଖରାପ ହେବାରେ ଲାଗିଛି । କେବଳ ଏଥିପାଇଁ ତନିସ୍କ ତାଙ୍କୁ ତାଙ୍କର ବିଜ୍ଞାପନରୁ ଟାଟା ବାୟ ବାୟ କରିଦେଇଛି ।

କେବଳ ଏହି ଘଟଣା ପ୍ରକୃତି ମିଶ୍ରଙ୍କ ସହିତ ହୋଇଛି ତାହା ନୁହେଁ, ଅନେକ ସାରା ଜୁଏଲାରୀ ବ୍ରାଣ୍ଡ ମଧ୍ୟ ପୂର୍ବରୁ ଏମିତି ଅନେକ ସାରା ହିରୋଇନମାନଙ୍କୁ ନିଜ ବିଜ୍ଞାପନରୁ ବାହାର କରିଦେଇଛନ୍ତି, କାରଣ ତାଙ୍କ ସେମାନଙ୍କ ବିରୋଧରେ ଏଭଳି କିଛି ସଙ୍ଗୀନ କଥା ଆସିଛି, ଯାହା ବ୍ରାଣ୍ଡ ଇମେଜକୁ ତଳକୁ ଖସାଇ ପାରେ ।

ଯଦି ପ୍ରକୃତି ମିଶ୍ର ଏହି ମୁହୂର୍ତ୍ତରେ ଠିକ୍ ନିଷ୍ପତ୍ତି ନ ନିଅନ୍ତି, ସେ ଯେଉଁ ଇମେଜକୁ ଏତେ କଷ୍ଟ କରି ତିଆରି କରିଛନ୍ତି, ତାହା ନିଶ୍ଚିତ ଧୂଳିସାତ ହୋଇଯିବ । ତେବେ ସମୟ ଥାଉ ଥାଉ ପ୍ରକୃତି ଯଦି ନିଜ ଭୁଲକୁ ନ ସୁଧାରନ୍ତି, ତେବେ ସାଧାରଣ ଜନତା ତାଙ୍କୁ କେବେ କ୍ଷମା ଦେବେନି । ଯାହାକି ତାଙ୍କ ଷ୍ଟାର ଇମେଜ ପାଇଁ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଯିବ ।

odia sambada
Comments (0)
Add Comment